www.samajalive.in
Sunday, December 7, 2025
16.1 C
Bhubaneswar

ଏସ୍କାଲେଟର ଚଢ଼ୁ ଚଢ଼ୁ କୋଳରୁ ଖସି ୪୦ ଫୁଟ ତଳେ ପଡ଼ିଲା ବର୍ଷକର ଛୁଆ: ମୃତ ଘୋଷଣା କଲେ ଡାକ୍ତର

ନୂଆଦିଲ୍ଲୀ: ଛତିଶଗଡର ରାୟପୁରରେ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ମଲରେ ଏସ୍କାଲେଟର ଚଢୁ ଚଢୁ ନିଜ ବର୍ଷକର ପୁଅ ବାପା କୋଳରୁ ଖସି ୪୦ ଫୁଟ ତଳେ କଚାଡ଼ି ହୋଇ ପଡିଛି। ପିଲାଟିକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଛନ୍ତି।  ମଙ୍ଗଳବାର ରାତିରେ ଛତିଶଗଡ଼ର ରାୟପୁରରେ ଥିବା ସିଟି ସେଣ୍ଟର ମଲ୍‌ରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି। ସୂଚନା ମୂତାବକ ରାଜନ କୁମାର ନାମକ ଜଣେ ବ୍ୟକ୍ତି ନିଜ ୬ ବର୍ଷର ପୁଅ ଓ ବର୍ଷକର ପୁଅକୁ ଧରି ମଲ୍‌କୁ ଯାଇଥିଲେ। ତୃତୀୟ ମହଲାରୁ କିଣାକିଣା କରି ସେମାନେ ଏକ୍ସାଲେଟର ସାହାଯ୍ୟରେ ଚତୁର୍ଥ ମହଲାକୁ ଯାଉଥିଲେ। ରାଜନଙ୍କ କୋଳରେ ବର୍ଷକର ଛୁଆ ଥିବା ବେଳେ ବଡ଼ ପୁଅ ସେ ହାତରେ ଧରିଥିଲେ। ମାତ୍ର ଏସ୍କାଲେଟର ଚଢ଼ିବା ନିମନ୍ତେ ବଡ଼ ପୁଅକୁ ସାହାଯ୍ୟ କରୁ କରୁ ତାଙ୍କ ହାତରୁ ସାନ ପୁଅ ଖସି ଯାଇଥିଲ। ଆଖି ପିଛୁଳାକେ ପିଲାଟି ୪୦ ଫୁଟ ତଳେ କଚାଡ଼ି ହୋଇ ପଡ଼ିଥିଲା। ତୁରନ୍ତ ଶିଶୁଟିକୁ  ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories