www.samajalive.in
Sunday, December 14, 2025
26.1 C
Bhubaneswar

ବ୍ୟବସାୟୀଙ୍କୁ ବର୍ଷେ ଜେଲଦଣ୍ଡ, ୨ଲକ୍ଷ ଟଙ୍କା କ୍ଷତିପୂରଣ

ନୀଳଗିରି: ନୀଳଗିରି ଥାନା ବେଗୁନିଆ ଗାଁର ଗୋବିନ୍ଦ କରଣଙ୍କ ପୁଅ ଭାସ୍କରଙ୍କଠାରୁ ବାଲେଶ୍ୱର ଟାଉନ ଥାନା ଅଧୀନ ନୂଆପୁର ଅଞ୍ଚଳର ସୁବ୍ରତ ମହାନ୍ତି ନାମକ ଜଣେ ବ୍ୟବସାୟୀ ୧ଲକ୍ଷ ୬୦ହଜାର ଟଙ୍କା କରଜ କରିଥିଲେ । ପ୍ରତିବଦଳରେ ସେ ଏକ ଚେକ୍‍ ପ୍ରଦାନ କରିଥିଲେ ହେଁ କରଜ ଟଙ୍କା ସୁଝିବାର ନାଁ ଧରୁନଥିଲେ । ଏନେଇ ଭାସ୍କର ନୀଳଗିରି ଏସଡିଜେଏମଙ୍କ କୋର୍ଟରେ ଆଶ୍ରୟ ନେଇଥିଲେ । ଏସଡିଜେଏମ୍‍ ଇପ୍ସି ମହାନ୍ତି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ସମ୍ପୃକ୍ତ ବ୍ୟବସାୟୀଙ୍କୁ ୧ବର୍ଷ ଜେଲଦଣ୍ଡ ସହ ୨ଲକ୍ଷ ଟଙ୍କା କ୍ଷତିପୂରଣ ରାୟ ପ୍ରକାଶ କରିଛନ୍ତି । କ୍ଷତିପୂରଣ ଅନାଦେୟ ଅଧିକ ୩ମାସ ଜେଲଦଣ୍ଡ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଅଭିଯୋଗକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦିଗମ୍ବର ମୋକଦ୍ଦମା ପରିଚାଳନା କରୁଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories