www.samajalive.in
Sunday, December 7, 2025
26.1 C
Bhubaneswar

ବନବିଭାଗର ମିଳିତ ଚଢ଼ାଉ: ଉଦ୍ଧାର ହେଲା ବଜ୍ରକାପ୍ତା, ଜଣେ ଗିରଫ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିସ୍ଥିତ କୁଲଡିହା ଜଙ୍ଗଲରୁ ଖସି ଆସିଥିବା ଏକ ଜୀବନ୍ତ ବଜ୍ରକାପ୍ତାକୁ ବନବିଭାଗ ଚଢ଼ଉ କରି ଉଦ୍ଧାର କରିଛି। ଏହି ମାମଲାରେ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି।
ସୂଚନା ଅନୁଯାୟୀ କୁଲଡିହା ଅଭୟାରଣ୍ୟରୁ ଖସି ଆସି ସୋର ଥାନା ବାଗୁଡ଼ି ନିକଟସ୍ଥ ମହୁମୁହାଣ ଅଞ୍ଚଳରେ ଏକ ବଜ୍ରକାପ୍ତା ବୁଲୁଥିଲା। ଏହା ଦେଖି ସେହି ଗ୍ରାମର ସୁଦର୍ଶନ ନାୟକ (୬୦) ନାମକ ଜଣେ ବ୍ୟକ୍ତି ବଜ୍ରକାପ୍ତାକୁ ସେଠାରୁ ଉଦ୍ଧାର କରିଥିଲେ ଏବଂ ୩ଦିନ ହେବ ତାଙ୍କ ଘରେ ଥିବା ଏକ ଡ୍ରମ ଭିତରେ ଲୁଚାଇ ରଖିଥିଲେ। କୌଣସି ସୂତ୍ରରୁ ବନବିଭାଗ ଏ ସମ୍ପର୍କରେ ଖବର ପାଇଥିଲେ। ବାଲେଶ୍ୱର ଡିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦେଶକ୍ରମେ ନୀଳଗିରି, କୁଲଡିହା ଓ ସୋର ବନବିଭାଗର କର୍ମଚାରୀମାନଙ୍କ ପକ୍ଷରୁ ଗୁରୁବାର ମିଳିତ ଭାବେ ସୁଦର୍ଶନ ନାୟକଙ୍କ ଘରେ ଚଢ଼ଉ କରାଯାଇଥିଲା। ସେଠାରେ ବିରଳ ବଜ୍ରକାପ୍ତାଙ୍କୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିବା ସହିତ ବଜ୍ରକାପ୍ତା ଘରେ ଲୁଚାଇ ରଖିଥିବା ଅଭିଯୋଗରେ ସୁଦର୍ଶନ ନାୟକଙ୍କୁ ଗିରଫ କରିଥିଲେ। ସୁଦର୍ଶନଙ୍କ ଘରୁ ଉଦ୍ଧାର ହୋଇଥିବା ଏହି ବିରଳ ବଜ୍ରକାପ୍ତାକୁ ସନ୍ଧ୍ୟାରେ କୁଲଡିହା ଜଙ୍ଗଲରେ ଛାଡ଼ି ଦିଆଯାଇଛି।
ଏହି ଚଢ଼ଉରେ ବାଲେଶ୍ୱର ଏସିଏଫଓ ସମୀର ସାହୁ, ତପନ ପରିଡ଼ା, ନୀଳଗିରି ରେଞ୍ଜର ମନୱାର ଖାଁ, ସୋର ରେଞ୍ଜର ବବିତା ସୋରେନ, ଫରେଷ୍ଟର କିଶୋର ଚନ୍ଦ୍ର ଭୂୟାଁ, ଗଣେଶ ଲେଙ୍କା, ଦେବରାଜ ରାଉତ, ବିଜୟ ସାହୁ, ଭାଗ୍ୟଶ୍ରୀ ଦ୍ୱିବେଦୀ, ଗାର୍ଡ଼ ପଦ୍ମଲୋଚନ ପାତ୍ର, ପ୍ରତିମା ସ, ପୂର୍ଣ୍ଣଚନ୍ଦ୍ର ସିଂଙ୍କ ସମେତ ୩ଟି ରେଞ୍ଜ୍‍ର ସବୁଜବାହିନୀ କର୍ମଚାରୀ ସାମିଲ ହୋଇଥିଲେ। ତେବେ ଏହି ବଜ୍ରକାପ୍ତାକୁ ଚାଲାଣ ହେବା ଉଦେଶ୍ୟରେ ରଖା ଯାଇଥିଲା କି ନାହିଁ; ସେ ଦିଗରେ ଅଧିକ ତଦନ୍ତ ଜାରି ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories