ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ନୀଳଗିରିର ଗୋପିନାଥପୁର ଅଞ୍ଚଳରେ ଷ୍ଟେସନ୍ ନିର୍ମାଣାଧୀନ ଚାଲିଛି, ଯେଉଁ ଠାରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଘର। ସେଠାରେ ସମ୍ପ୍ରତି ଚୋରା ବେପାରୀଙ୍କ ଆଡ୍ଡା ସ୍ଥଳ ପାଲଟି ଖୁଲମ ଖୁଲା ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି। ଏଭଳି ଖବର ସାଂସଦଙ୍କ କାନରେ ପଡିବା ପରେ ସେ ଚିଡି ଉଠିଥିଲେ। ହଠାତ ସେହି ଅଞ୍ଚଳକୁ ସେ ରାତିରେ ପ୍ରବେଶ କରିଥିଲେ। ଏହା ଦେଖି ମଦ ବେପାରୀ ଓ ମଦ୍ୟପ ଘଟଣା ସ୍ଥଳରେ ଛତ୍ରଭଙ୍ଗ ଦେଇଥିଲେ। କିଛି ବେପାରୀ ଧରା ପଡିଛନ୍ତି। ସାଂସଦଙ୍କ ଅଧିକାରୀ ବେଶକୁ ନେଇ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହୋଇଛି।
Popular Categories



