ନୀଳଗିରି: ବାଲେଶ୍ଵର ଜିଲ୍ଲା ଅଧୀନ ନୀଳଗିରି ବ୍ଲକ ର ବଣସୀମା ଅଞ୍ଚଳରେ ଜଣେ ପ୍ରଶିକ୍ଷକଙ୍କ କରୋନାରେ ପ୍ରାଣ ହରାଇଛନ୍ତି। ବରହମପୁର ନିକଟ ପାଳସା ଗାଁ ର ଅଜୟ ବେହେରା ଓରଫ ଟିକୁଲୁ(୪୨) ଧରମପୁର ଅଞ୍ଚଳରେ ଏକ ପ୍ରଶିକ୍ଷଣ କେନ୍ଦ୍ର କରିଥିଲେ। ଏଠାରେ ବହୁ ଯୁବକ ପ୍ରଶିକ୍ଷଣ ପାଇ ସୈନିକ, ପୁଲିସ ପ୍ରଭୃତି ଚାକିରୀ ରେ ଭର୍ତ୍ତି ହେଉଥିଲେ। ଓଡ଼ିଆ ବ୍ୟତୀତ ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟର ଯୁବକ ମାନେ ଏହି ଶିବିରରେ ଯୋଗ ଦେଉଥିଲେ। କିଛିଦିନ ହେବ ସମ୍ପୃକ୍ତ ପ୍ରଶିକ୍ଷକଙ୍କ ଦେହ ଅସୁସ୍ଥ ହେବା ପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ପରିବାର ଲୋକେ ତାଙ୍କୁ ବାଲେଶ୍ଵର ଜ୍ୟୋତି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଦୀର୍ଘ ୧୦ଦିନ ଧରି ଉକ୍ତ କୋଭିଡ଼ କେୟାରରେ ମୃତ୍ୟୁ ସହ ସଂଗ୍ରାମ କରି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।
Popular Categories



