www.samajalive.in
Thursday, December 11, 2025
27.1 C
Bhubaneswar

ମୁକେଶ ଖାନ୍ନାଙ୍କ ମୃତ୍ୟୁ ଗୁଜବ, ନିଜେ ସ୍ପଷ୍ଟ କଲେ ଅଭିନେତା

ମୁମ୍ବଇ: ଶକ୍ତିମାନ ଧାରାବାହିକର ଅଭିନେତା ମୁକେଶ ଖାନା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏ ନେଇ ସେ ନିଜେ ଫେସବୁକରେ ଭିଡିଓ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି। ମୁକେଶ ଖାନା ଆଉ ନାହାନ୍ତି ବୋଲି ସୋସିଆଲ ମିଡିଆରେ ଖବର ଭାଇରାଲ ହୋଇଥିଲା, ଯାହା ସମ୍ପୂର୍ଣ୍ଣ ଗୁଜବ ବୋଲି ସ୍ପଷ୍ଟ ହୋଇଛି।

ମଙ୍ଗଳବାର କେତେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ କିଛି ବ୍ୟକ୍ତି ମୁକେଶ ଖାନ୍ନାଙ୍କ ମୃତ୍ୟୁ ଘଟିଥିବା ନେଇ ଖବର ପ୍ରଚାରିତ କରିଥିଲେ। ଏହାକୁ ନେଇ ମୁକେଶଙ୍କ ପ୍ରଶଂସକମାନେ ନିରାଶ ହୋଇଯାଇଥିଲେ। ମୁକେଶ ଏହା ଜାଣିବା ପରେ ନିଜେ ଏକ ଭିଡିଓ କରି ଫେସବୁକରେ ପୋଷ୍ଟ କରିଥିଲେ। ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ମୁକେଶ କହିଛନ୍ତି। ତାଙ୍କ ବିଷୟରେ ଗୁଜବ ପ୍ରଚାରିତ କରିଥିବା ବ୍ୟକ୍ତିମାନଙ୍କୁ ସେ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି। ଏପରି ମିଥ୍ୟା ଖବର ପ୍ରଚାର କରି ଲୋକଙ୍କ ଭାବାବେଗ ସହ ନ ଖେଳିବାକୁ ମୁକେଶ ଅନୁରୋଧ କରିଛନ୍ତି। ଏପରି କି ମୁକେଶ ସେମାନଙ୍କୁ ମାନସିକ ଅସ୍ଥିର ବୋଲି ଦର୍ଶାଇଛନ୍ତି। ସେମାନଙ୍କ ପାଇଁ କି ଚିକିତ୍ସା ରହିଛି ଏବଂ କିଏ ଦଣ୍ଡିତ କରିବ ବୋଲି ମୁକେଶ ପ୍ରଶ୍ନ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ ୯୦ ଦଶକ ଶେଷ ଭାଗରେ ଦୂରଦର୍ଶନରେ ପ୍ରସାରିତ ଧାରାବାହିକ ଶକ୍ତିମାନ ପାଇଁ ମୁକେଶ ଘରେ ଘରେ ପରିଚିତ। ପିଲାମାନେ ତାଙ୍କୁ ଶକ୍ତିମାନ ଭାବେ ଜାଣନ୍ତି। ସେହିପରି ମହାଭାରତ ଧାରାବାହିକରେ ସେ ଭୀସ୍ମ ପିତାମହ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ନିକଟରେ ଲୋକପ୍ରିୟ ହୋଇପାରିଛନ୍ତି।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories