www.samajalive.in
Saturday, December 13, 2025
21.1 C
Bhubaneswar

ବିଲ୍-ମେଲିଣ୍ଡା ଛାଡପତ୍ର ପଛରେ ଥିବା ଚୀନର ମହିଳା ଶେଲି ୱାଙ୍ଗ

୨୭ ବର୍ଷର ସଫଳ ବୈବାହିକ ଜୀବନ ପରେ ଚଳିତ ମାସ ଆରମ୍ଭରେ ଅଲଗା ହୋଇଥିବା ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏବଂ ତାଙ୍କ ପତ୍ନୀ ମେଲିଣ୍ଡା କେଉଁ କାରଣ ପାଇଁ ଅଲଗା ହେଲେ ତାହା ଜଣାପଡ଼ିନଥିବା ବେଳେ ଏବେ ଏଥିରେ ଜଣେ ଚୀନ ମହିଳାଙ୍କ ଭୂମିକା ରହିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ଫଳରେ ଏହି ପ୍ରସଙ୍ଗକୁ ନେଇ ଅଧିକ କଳ୍ପନାଜଳ୍ପନା ଚାଲିଛି।

ଯଦିଓ ମେ’ ମାସ ୪ରେ ଏହି ଦମ୍ପତି କହିଥିଲେ ଯେ ସେମାନେ ବହୁବାର ଚିନ୍ତା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି, ତଥାପି ଲୋକମାନେ ସେମାନଙ୍କ ଅଲଗା ହେବାର କାରଣ ଅନୁମାନ କରିବାକୁ ଚେଷ୍ଟା କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଏଥିରେ ବିଲ୍ ଗେଟ୍ସଙ୍କ ଚୀନର ଅନୁବାଦକ ଜେ ଶେଲି ୱାଙ୍ଗଙ୍କ ଭୂମିକା ରହିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ବିଲଙ୍କ ସହ ଶେଲି ୱାଙ୍ଗଙ୍କ ଘନିଷ୍ଠ ସମ୍ପର୍କ ରହିଛି। ଏହି ଘଟଣାକୁ ନେଇ ଏହି ମାସ ଆରମ୍ଭରେ ଇଣ୍ଟରନେଟରେ ତାଙ୍କର ସମ୍ପୃକ୍ତିର ଗୁଜବ ପ୍ରଚାର ହେବା ପରେ ୱାଙ୍ଗ ଏକ ବିବୃତ୍ତି ଜାରି କରି ଛାଡପତ୍ରରେ ତାଙ୍କର କୌଣସି ସମ୍ପୃକ୍ତିକୁ ଅସ୍ୱୀକାର କରିଥିଲେ।

- Advertisement -

ୱାଙ୍ଗ ଚାଇନାର ମାଇକ୍ରୋବ୍ଲଗିଂ ୱେବସାଇଟ୍ ଉଇବୋରେ ଲେଖିଛନ୍ତି, ‘ମୁଁ ଭାବିଥିଲି ଯେ ଏହି ଗୁଜବ ଆପେ ଥମିଯିବ, କିନ୍ତୁ ମୁଁ ଆଶା କରି ନ ଥିଲି ଯେ ଗୁଜବ ଅଧିକରୁ ଅଧିକ ବ୍ୟାପିଯିବ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗେଟ୍ସ-ମେଲିଣ୍ଡା ଛାଡପତ୍ର ଘଟଣାରେ କିଛି ଲୋକ ଜଣେ ନିରୀହ ଚୀନ ମହିଳାଙ୍କୁ ଅପମାନିତ କରିବାକୁ ଏଭଳି ଗୁଜବ ସୃଷ୍ଟି କରୁଛନ୍ତି।

ୱାଙ୍ଗଙ୍କ ଏଭଳି ଦାବିକୁ ତାଙ୍କ ସାଙ୍ଗମାନେ ସାମାଜିକ ଗଣମାଧ୍ୟମରେ ମଧ୍ୟ ସମର୍ଥନ କରିଛନ୍ତି। ଲି ଡୋଙ୍ଗଲେ ନାମକ ଜଣେ ବ୍ୟକ୍ତି ଏକ ବ୍ଲଗ୍ ପୋଷ୍ଟରେ ଲେଖିଛନ୍ତି, ‘ସେ ମୋର ଜଣେ ପୂର୍ବତନ ସହକର୍ମୀ, ଜଣେ ଅତି ସହନଶୀଳ ଝିଅ ଓ ମୁଁ ବିଶ୍ୱାସ କରେ ନାହିଁ ଯେ ସେ ଅନ୍ୟ ଲୋକଙ୍କ ବିବାହରେ ଜଡିତ ହେବେ।’

୩୬ ବର୍ଷୀୟ ଜେ ଶେଲି ୱାଙ୍ଗ ୨୦୦୦ ମସିହାରେ ଆରମ୍ଭ ହୋଇଥିବା ବିଶ୍ୱର ସର୍ବବୃହତ ଘରୋଇ ଚାରିଟେବୁଲ ଟ୍ରଷ୍ଟ ଗେଟ୍ସ ଫାଉଣ୍ଡେସନ ସହିତ ୨୦୧୫ ମସିହାରୁ ଜଡିତ। ୱାଙ୍ଗ ଗୁଆଙ୍ଗଜୋରେ ଜନ୍ମଗ୍ରହଣ କରିଥିଲେ ଏବଂ ପରେ ଆମେରିକା ଯାଇଥିଲେ। ସେ ବ୍ରିଗମ୍ ୟଙ୍ଗ ୟୁନିଭରସିଟିରୁ ବାଣିଜ୍ୟରେ ଡିଗ୍ରୀ ହାସଲ କରିଥିଲେ ଏବଂ ପରେ ଏକ ରେଷ୍ଟୁରାଣ୍ଟର ମାଲିକ ହୋଇଥିଲେ। ସୂଚନା ଅନୁଯାୟୀ, ସେ ଚାଇନିଜ, ଫରାସୀ, ଜର୍ମାନ, ଜାପାନିଜ୍, କୋରିଆନ୍, ରୁଷ ଏବଂ ସ୍ପାନିଶ୍ ଭାଷାରେ ପାରଙ୍ଗମ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories