www.samajalive.in
Saturday, December 6, 2025
14.1 C
Bhubaneswar

ଦିବ୍ୟାଙ୍ଗଙ୍କୁ ଠକି ଯୁବକ ଫେରାର!

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ଜଣେ ଯୁବକ ଦିବ୍ୟାଙ୍ଗଙ୍କଠାରୁ ଧାରସୂତ୍ରରେ ଟଙ୍କା ନେଇ ଫେରାଉନଥିବା ଯୋଗୁ ନୀଳଗିରି ଥାନାରେ ଏକ ଠକେଇ ମାମଲା ରୁଜୁ ହୋଇଛି ।
ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଜୁରିଆପାଟଣା ଗାଁର ଦିବ୍ୟାଙ୍ଗ ବିମଳ ଦଳେଇ (୨୮)ଙ୍କଠାରୁ ରାଉଳଖୁଣ୍ଟା ଗାଁର ଜୟନ୍ତ ମହାଳିକ ନାମକ ଜଣେ ଯୁବକ ୧୫ହଜାର ଟଙ୍କା ଧାରସୂତ୍ରରେ ନେଇ ଆଉ ଫେରାଇବା ନାଁ ଧରୁନଥିଲେ । ଏନେଇ ଦିବ୍ୟାଙ୍ଗ ଜଣକ ନୀଳଗିରି ଥାନାରେ ଦ୍ୱାରସ୍ଥ ହେବା ପରେ ପୁଲିସ ମଧ୍ୟସ୍ଥତାରେ ଗତ ଗୁରୁବାର ସମସ୍ତ ଟଙ୍କା ଫେରାଇବେ ବୋଲି କହିଥିଲେ । କିନ୍ତୁ ସମ୍ପୃକ୍ତ ଯୁବକ ପୁଲିସକୁ ମଧ୍ୟ ଚକମା ଦେଇ ଲୁଚି ବୁଲୁଥିବା ଅଭିଯୋଗ ହୋଇଛି । ସେପଟେ ନେଇଥିବା ଟଙ୍କା ଫେରାଇବା ବଦଳରେ ଦିବ୍ୟାଙ୍ଗଙ୍କୁ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ସହ ହତ୍ୟା ଧମକ ଦେଇଥିବା ନେଇ ନୀଳଗିରି ଥାନାରେ ଏକ ମାମଲା ରୁଜୁ ହୋଇଛି । ଦିବ୍ୟାଙ୍ଗଙ୍କୁ ଠକେଇ ଅଭିଯୋଗରେ ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଖୋଜୁଥିବା ଜଣାଯାଇଛି । ସୂଚନା ଯେ, ଠକେଇରେ ସାମିଲ ଥିବା ସମ୍ପୃକ୍ତ ଯୁବକ ଏକ ରାଜନୈତିକ ଦଳର , ଦିବ୍ୟାଙ୍ଗଙ୍କ ସମେତ ଏକାଧିକ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ଏ ସମ୍ପର୍କରେ ଯୁବକ ଜୟନ୍ତ ମହାଳିକଙ୍କୁ ପଚରାଯିବାରୁ ସେ ସମ୍ପ୍ରତି ପରିସ୍ଥିତିରେ ଟଙ୍କା ଏବେ ସୁଝି ପାରିବେନି ବୋଲି କହିଛନ୍ତି । ତାଙ୍କୁ ଗିରଫ କରାନଗଲେ ଥାନା ସମ୍ମୁଖରେ ଅନଶନ କରିବେ ବୋଲି ଦିବ୍ୟାଙ୍ଗ ଜଣକ ଚେତାବନୀ ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories