www.samajalive.in
Sunday, December 7, 2025
26.1 C
Bhubaneswar

ଆଠଗଡ ସହରରେ କେବେ ଦୂର ହେବ ପାନୀୟ ଜଳ ସମସ୍ୟା ?

ଆଠଗଡ: ଦୀର୍ଘ ଦିନ ହେବ ଆଠଗଡ ସହରର ଅଧିକାଂଶ ଅଞ୍ଚଳରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟା କେବେ ଦୂର ହେବ ତାକୁ ନେଇ ସହରବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସହରର ରାଜବାଟୀ ନଗର, ଅଶୋକନଗର, ମୈତ୍ରୀନଗର, ବୀରକିଶୋରପୁର, ଗାନ୍ଧୀମାର୍ଗ, ବାଣୀକଣ୍ଠନଗର, ସମସ୍ତ ସରକାରୀ କାର୍ଯ୍ୟାଳୟ ରହିଥିବା ମୁଣ୍ଡିଆ ଅଞ୍ଚଳ, କନ୍ତୋଲର କେତକ ଅଞ୍ଚଳରେ ପାନୀୟ ଜଳ ସଂକଟ ଲାଗି ରହିଛି । ବିଶେଷକରି ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ପାନୀୟ ଜଳ ସଂକଟ ଲୋକଙ୍କ ସମସ୍ୟାକୁ ବହୁଗୁଣିତ କରିଛି । ୨୦୧୫ମସିହାରେ ମହାନଦୀରୁ ଆଠଗଡକୁ ପାନୀୟ ଜଳ ଯୋଗାଣ ପାଇଁ ପ୍ରାୟ ୨.୫କୋଟିରୁ ଊର୍ଦ୍ଧ୍ଵ ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପ ଲୋକଙ୍କ ସମସ୍ୟା ଦୂର କରିବାରେ ସକ୍ଷମ ହେଉନଥିବାବେଳେ ଭୂତଳ ଜଳ ହ୍ରାସ ଯୋଗୁଁ ଯେଉସବୁ ସ୍ଥାନରେ ଗଭୀର କୂପରୁ ଜଳ ଯୋଗଣ ହେଉଛି ସେଥିରେ ମଧ୍ୟ ଯଥେଷ୍ଟ ଜଳ ଯୋଗାଣ ହୋଇପାରୁନାହିଁ ।

ମହାନଦୀ ଜଳ କନ୍ଦରପୁର ନିକଟବର୍ତ୍ତୀ ଫୁଲବାଡିଠାରୁ ପାଇପ ଯୋଗେ ଆଠଗଡ ସହରକୁ ଆସିବା ପରେ ଏଠାରେ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ମଧ୍ୟରେ ନିର୍ମିତ ବିଶୋଧନାଗାରରେ ଜଳ ବିଶୋଧନ କରାଯାଇ ବିଭିନ୍ନ ଅଞ୍ଚଳକୁ ଯୋଗାଇ ଦିଆଯାଉଛି । ତେବେ ମହାନଦୀ ନିକଟରେ ଜଳ ଉତ୍ତୋଳନ ପାଇଁ ଲାଗିଥିବା ଉଚ୍ଚଶକ୍ତି ସଂପନ୍ନ ପମ୍ପ ଅଧିକାଂଶ ସମୟ ଖରାପ ହୋଇଯାଉଥିବାରୁ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଛି । ତାହାଛଡା ମହାନଦୀରୁ ଯେତିକି ଜଳ ଆସୁଛି ତାହା କମ ହେଉଥିବାବେଳେ ବିଶୋଧନ ପାଇଁ ପ୍ରତିଷ୍ଠିତ ବିଶୋଧନାଗାରର କ୍ଷମତା ମଧ୍ୟ କମ୍‍ ଥିବାରୁ ଆଠଗଡର ଜନସଂଖ୍ୟା ତୁଳନାରେ ଜଳ ଯୋଗାଣ ଯଥେଷ୍ଟ କମ୍‍ ରହୁଛି ।

- Advertisement -

ଆଠଗଡ ସହରରେ ଅନେକ ସ୍ଥାନରେ ସୁଉଚ୍ଚ ପାଣିଟାଙ୍କି ନିର୍ମାଣ କରାଯାଇଥିବାବେଳେ ସେଗୁଡିକ ଅବ୍ୟବହୃତ ହୋଇ ପଡିଛି । ଆଠଗଡ ସହରର ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଯଥେଷ୍ଟ ପରିମାଣରେ ପାନୀୟ ଜଳ ଯୋଗାଣ ପାଇଁ ପଦକ୍ଷେପ ନେବା ଲାଗି ବିଭିନ୍ନ ମହଲରେ ଦାବି ହେଉଛି । ଆଠଗଡ ଓ ତିଗିରିଆ ବ୍ଲକର ସମସ୍ତ ପଞ୍ଚାୟତ ଅଞ୍ଚଳରେ ମେଘା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ପ୍ରାୟ ୨୫୦କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାବେଳେ ସହରାଞ୍ଚଳରେ ଜଳ ସଙ୍କଟ ଦୂର ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ଶୁଭଦୃଷ୍ଟି କେବେ ପଡିବ ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ।

ଆଠଗଡ ସହରର ପାନୀୟ ଜଳ ସମସ୍ୟା ସଂପର୍କରେ ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ନବକିଶୋର ସାମଲଙ୍କୁ ପଚାରିବାରୁ ଜଳ ସଙ୍କଟ ଦୂର ପାଇଁ ମହାନଦୀର ଜଳ କିପରି ଅଧିକ ଆସିବ ଏବଂ ଆଉ ଏକ ନୂଆ ବିଶୋଧନାଗାର ନିର୍ମାଣ ପାଇଁ ଏକ ପ୍ରସ୍ତାବ ସରକାରଙ୍କୁ ଦିଆଯାଇଛି ଓ ତାହା ଅନୁମୋଦନ ହୋଇ ଅର୍ଥ ମଞ୍ଜୁର ହେବା ପରେ ଜଳ ଯୋଗାଣ ପାଇଁ ନୂଆ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀ ସାମଲ କହିଥିଲେ ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories