www.samajalive.in
Sunday, December 7, 2025
23.1 C
Bhubaneswar

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ

ମୋହନା: ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଥିବା ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ ମୋହନାଠାରେ ନିଧି ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଦିଆଯାଇଥିବା କୁପନ(ରସିଦ) ମାଧ୍ୟମରେ ନିଧି ସଂଗ୍ରହ କାର୍ୟ୍ୟକ୍ରମ ଆରମ୍ଭ କରାଯାଇଥିଲା। ଗାଁ ମୁଖିଆ ପ୍ରତାପ ପାତ୍ର ଦୀପ ପ୍ରଜ୍ଜ୍ଵଳନ କରି ଏହି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଶ୍ଵ ହିନ୍ଦୁ ପରିଷଦ, ରାଷ୍ଟ୍ରିୟ ସ୍ଵୟଂସେବକ ସଂଘ, ବିଭିନ୍ନ ଜାତିର ମୁଖିଆ, ବିଜେପି, ଶିକ୍ଷା ବିକାଶ ସମିତି ଆଦିର ସଦସ୍ୟମାନେ ମୋହନା ସହରର ପ୍ରତ୍ୟେକ ସାହି ପରିକ୍ରମା କରି ଘର ଘର ବୁଲି ୧ ଲକ୍ଷ ୪୫ ହଜାର ୫ ଶହ ୫୧ ଟଙ୍କା ନିଧି ସଂଗ୍ରହ କରି ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାୟାସକୁ ପ୍ରେରଣ କରିଥିଲେ। ଏହି ଅଭିଯାନ ୧୫ ଦିନ ଧରି ମୋହନା ବ୍ଳକର ପୁରପଲ୍ଲିରେ ଚାଲୁରହିବ। ଏହି କାର୍ୟ୍ୟକ୍ରମରେ ତରଣୀସେନ ଦାଶ, ଶିବରାମ ସୁଆର, ବଙ୍ଗାଳି ଜାନୀ, ପ୍ରଶାନ୍ତ ସୁବୁଦ୍ଧି, ଭାସ୍କର ଜାନୀ, ପୂଜ୍ୟ ଦାସୁଲୁ ବାବା, ରଂଜନ ସାହୁ, ଚନ୍ଦନ ପାଣିଗ୍ରାହୀ, ଅଜିତ କୁମାର ପାତ୍ର, ମଧୁସୂଦନ ପାଢି, ରବିନ୍ଦ୍ର ନାରାୟଣ ପାଢି, ପପୁ ସାମଲ, ଜିନୁ ପାତ୍ରଙ୍କ ସମେତ ଏମକେସିଜି ଯୁବକ ସଂଘର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories