www.samajalive.in
Saturday, December 6, 2025
16.1 C
Bhubaneswar

ବିପଦରେ ନିକ୍ ଜୋନାସ୍‌ଙ୍କ ଜୀବନ? ଲାଇଭ୍ ଶୋ’ ବେଳେ ମଞ୍ଚରୁ ଦୌଡ଼ି ପଳାଇଲେ, ଦେଖନ୍ତୁ ଭିଡିଓ

ସମାଜ ଡିଜିଟାଲ ଡେସ୍କ: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ସ୍ଵାମୀ ନିକ୍ ଜୋନାସଙ୍କର ଅନେକ ପ୍ରଶଂସକ ତଥା ଅନୁଗାମୀ ଅଛନ୍ତି। ଅଭିନେତ୍ରୀଙ୍କ ସହ ବିବାହ ପରେ ସାମାଜିକ ଗଣମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇଛି। ତାଙ୍କ ଗୀତଗୁଡ଼ିକ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ତେବେ ନିକ୍‌ଙ୍କ ଜୀବନ ପ୍ରତି ଏବେ ବିପଦ ଦେଖାଦେଇଛି। ନିକଟରେ ସାମ୍ନାକୁ ଆସିଥିବା ଏକ ଭିଡିଓରୁ ଏହା ଜଣାପଡ଼ିଛି। ଏବେ ମ୍ୟୁଜିକାଲ ଓ୍ବର୍ଲ୍ଡ ଟୁର୍‌ କନସର୍ଟରେ ଅଛନ୍ତି ନିକ୍‌। ସେ ତାଙ୍କ ଭାଇ କେଭିନ୍ ଓ ଜୋ ଜୋନାସଙ୍କ ସହ ବିଭିନ୍ନ ସହରକୁ ଯାଇ ଗୀତ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରୁଛନ୍ତି। କିଛି ଦିନ ପୂର୍ବରୁ ପ୍ୟାରିସରେ ତାଙ୍କ କନସର୍ଟ ଅନୁଷ୍ଠିତ ହୋଇଥିଲା, ଏହାପରେ ନିକଟରେ ପ୍ରାଗ୍‌ରେ ତାଙ୍କ କନସର୍ଟ ଆୟୋଜିତ ହୋଇଥିଲା। କିନ୍ତୁ ଏଠାରେ କାର୍ଯ୍ୟକ୍ରମ ମଝିରୁ ସେ ମଞ୍ଚରୁ ଦୌଡ଼ି ପଳାଇଥିଲେ। ନିଜ ପ୍ରତି ବିପଦ ଥିବା ଅନୁଭବ କରିବା ପରେ ସୁରକ୍ଷା କର୍ମୀଙ୍କୁ ସଙ୍କେତ ଦେଇ ସେ ଷ୍ଟେଜରୁ ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଛି।


ସାମାଜିକ ଗଣମାଧ୍ୟମ​‌ରେ ନିକ୍‌ଙ୍କ ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖିବା ପରେ ପ୍ରଶଂସକମାନେ ତାଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ସୂଚନା ଅନୁସାରେ, ନିକ୍ ଜୋନାସ ପ୍ରାଗ୍‌ରେ କେଭିନ୍ ଏବଂ ଜୋଙ୍କ ସହ ଏକ ଲାଇଭ ଶୋ’ କରୁଥିଲେ। ଏହି ସମୟରେ କେହି ଜଣେ ତାଙ୍କୁ ଲେଜର ସାହାଯ୍ୟରେ ଟାର୍ଗେଟ କରିଥିଲେ। ଏହା ଦେଖି ନିକ୍ ଭୟଭୀତ ହୋଇ ମଞ୍ଚରୁ ଦୌଡ଼ି ପଳାଇଥିଲେ। ଭିଡିଓରେ ଦେଖିବାକୁ ମିଳିଛି ଯେ, ଭିଡ଼ରୁ କେହି ଜଣେ ନିକ୍‌ଙ୍କ ଉପରକୁ ଲେଜର ଆଲୋକ ପକାଉଛନ୍ତି। କେତେବେଳେ ତାଙ୍କ ମୁଣ୍ଡ ତ ଆଉ କେତେବେଳେ ତାଙ୍କ ମୁହଁକୁ ଟାର୍ଗେଟ କରାଯାଉଛି। ଏସବୁ ଦେଖି ନିକ୍‌ ଭୟଭୀତ ହୋଇଯାଉଛନ୍ତି। ଏହାପରେ ଅଧାରେ ଶୋ’ ଛାଡ଼ି ମଞ୍ଚରୁ ଦୌଡ଼ି ପଳାଉଛନ୍ତି। ଏହି ସମୟରେ ସେ ଶୋ’ ବନ୍ଦ କରିବାକୁ ନିଜ ହାତରେ ସଙ୍କେତ ମଧ୍ୟ ଦେଉଛନ୍ତି। ତେବେ ତାଙ୍କ ସହ ଆସିଥିବା ଜୋ ଏବଂ କେଭିନ୍ ମଞ୍ଚରେ ହିଁ ଛିଡ଼ା ହୋଇଛନ୍ତିି। ପରବର୍ତ୍ତୀ ସମୟରେ ସୁରକ୍ଷା କର୍ମୀ ନିକ୍‌ଙ୍କୁ ଲେଜର ଲାଇଟ୍‌ ଦେଖାଇଥିବା ବ୍ୟକ୍ତିଙ୍କୁ ଧରିଥିଲେ। ନିକ୍ ଜୋନାସ ତୁରନ୍ତ ସତର୍କତା ଅବଲମ୍ବନ ପୂର୍ବକ ନିଜକୁ ସୁରକ୍ଷିତ କରି ନେଇଥିଲେ। କିନ୍ତୁ ପ୍ରଶଂସକମାନେ କମେଣ୍ଟ କରି ଗାୟକଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories