ଏନ୍‍ଆଇଏ ପକ୍ଷରୁ ଦେଶର ୨୫୮ ଶତ୍ରୁଙ୍କ ତାଲିକା ଜାରି

0

ନୂଆଦିଲ୍ଲୀ : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‍ଆଇଏ) ପକ୍ଷରୁ ଶନିବାର ଦେଶର ଶତ୍ରୁଙ୍କ ଏକ ତାଲିକା ଜାରି କରାଯାଇଛି। ଏହି ‘ମୋଷ୍ଟ ୱାଣ୍ଟେଡ୍‍’ ତାଲିକାରେ ଲସ୍କର-ଇ-ତୋଇବା ମୁଖ୍ୟ ହାଫିଜ ସୟିଦ୍‍, ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟତ ସଲ୍ଲାଉଦ୍ଦିନ, ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ଅନ୍ୟ ଜଣେ ମାଷ୍ଟରମାଇଣ୍ଡ ଜାକିର ରେହମାନ ଲକ୍‍ଭୀଙ୍କ ସମେତ ୨୫୮ ଜଣଙ୍କ ନାମ ରହିଛି। ପାକିସ୍ତାନସ୍ଥିତ ଆତଙ୍କବାଦୀଙ୍କ ମୁଣ୍ଡରେ କୌଣସି ପୁରସ୍କାର ରାଶି ଘୋଷଣା କରାଯାଇନଥିବାବେଳେ ସମସ୍ତ କୁଖ୍ୟାତ ମାଓବାଦୀ ନେତାଙ୍କ ମୁଣ୍ଡ ଉପରେ ପୁରସ୍କାର ରାଶି ଘୋଷଣା କରାଯାଇଛି।
ଏନ୍‍ଆଇଏ ନିଜ ଟ୍ୱିଟ୍‍ର ହ୍ୟାଣ୍ଡେଲରେ ଏହି ତାଲିକା ଜାରି କରି ପଳାତକଙ୍କୁ ଧରିବା ପାଇଁ ଦେଶବାସୀଙ୍କୁ ସହାୟତା ମାଗିଛି। ଏମାନଙ୍କ ବିଷୟରେ କୌଣସି ସୂଚନା ଥିଲେ ଦୟାକରି ୦୧୧-୨୪୩୬୮୮୦୦ ଫୋନ୍‍ ନମ୍ବରରେ କଲ୍‍ କରିବା କିମ୍ବା ଷରକ୍ଷକ୍ଟ୍ର.ଦ୍ଭସବଅଶକ୍ଟଙ୍ଖ.ସଦ୍ଭରେ ମେଲ୍‍ କରିବାକୁ କୁହାଯାଛି। ସୂଚନା ପ୍ରଦାନକାରୀଙ୍କ ନାମ ଗୋପନ ରଖାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଆତଙ୍କବାଦୀଙ୍କ ତାଲିକା ଦେଖିବା ପାଇଁ ଏନ୍‍ଆଇଏ ୱେବସାଇଟ୍‍ର ଲିଙ୍କ୍‍ ଦିଆଯାଇଛି। ଏହି ତାଲକାକୁ ଦୁଇଟି ଭାଗ କରାଯାଇଛି। ଏଥିରେ ୧୫ ଜଣ ମହିଳାଙ୍କ ନାମ ମଧ୍ୟ ରହିଛି। ତାଲିକାର ପ୍ରଥମ ଭାଗରେ ୯୮ ଜଣ ପଳାତକ ତଥା ଇଣ୍ଟରପୋଲ ରେଡ୍‍ କର୍ଣ୍ଣର ନୋଟିସ୍‍ ଜାରି ହୋଇଥିବା ଲୋକଙ୍କ ନାମ ରହିଛି। ତାଲିକାର ଦ୍ୱିତୀୟ ଭାଗରେ ୫୭ ଜଣଙ୍କ ନାମ ରହିଛି ଓ ସେମାନଙ୍କ ମୁଣ୍ଡ ଉପରେର ପରୁସ୍କାର ରାଶି ଘୋଷଣା କରାଯାଇଛି। ଏଥିରେ କାଶ୍ମୀର ଆତଙ୍କବାଦୀ, ପାକିସ୍ତାନସ୍ଥିତ ଆତଙ୍କବାଦୀ, ମାଓବାଦୀ, ନାଗା ଏବଂ ଉଗ୍ରବାଦୀଙ୍କ ନାମ ରହିଛି। ତେଲଙ୍ଗାନାର କୁଖ୍ୟାତ ମାଓବାଦୀ ନେତା ଗଣପତିଙ୍କ ପଦ ସମ୍ଭାଳୁଥିବା କେଶଭ ରାଓ ଅରଫ ବସଭରାଜଙ୍କ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କାର ପରୁସ୍କାର ରାଶି ରଖାଯାଇଛି। ବସଭରାଜ ଜଣେ ଆଇଡ଼ି ବିଶେଷଜ୍ଞ ବୋଲି କୁହାଯାଉଛି। କେବଳ ପାକିସ୍ତାନସ୍ଥିତ ଆତଙ୍କବାଦୀ ଜୁନେଦ ଆକ୍ରମ ମାଲିକଙ୍କ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କା ପରୁସ୍କାର ରାଶି ଘୋଷଣା କରାଯାଇଛି।

Leave A Reply