ନୂଆଦିଲ୍ଲୀ: ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କିତ କୌଣସି ସୂଚନା, ଫଟୋଗ୍ରାଫ୍ କିମ୍ବା ଭିଡିଓ ଥିଲେ ଯୋଗାଯୋଗ କରିବାକୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଲୋକଙ୍କୁ ନିବେଦନ କରିଛି । ଏହା ସହିତ, ଏ ସମ୍ପର୍କରେ ସୂଚନା ପ୍ରଦାନ କରିବା ପାଇଁ ମୋବାଇଲ୍ ଏବଂ ଫୋନ୍ ନମ୍ବର ମଧ୍ୟ ସେୟାର କରାଯାଇଛି। ଏନଆଇଏ ଏହାର ସରକାରୀ ୱେବସାଇଟ୍ ଏବଂ ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ଜାରି କରାଯାଇଥିବା ଏକ ଆବେଦନରେ, ଏପରି ସମସ୍ତ ବ୍ୟକ୍ତିଙ୍କୁ ମୋବାଇଲ୍ ନମ୍ବର ୯୬୫୪୯୫୮୮୧୬ କିମ୍ବା ଲ୍ୟାଣ୍ଡଲାଇନ୍ ନମ୍ବର – ୦୧୧୨୪୩୬୮୮୦୦ ରେ ସୂଚନା ସେୟାର କରିବାକୁ କହିଛି। ଲୋକମାନଙ୍କୁ ସେମାନଙ୍କର ବ୍ୟକ୍ତିଗତ ବିବରଣୀ ସହିତ ସେମାନେ କି ପ୍ରକାରର ସୂଚନା କିମ୍ବା ଇନପୁଟ୍ ସେୟାର କରିବାକୁ ଚାହୁଁଛନ୍ତି ତାହାର ବିବରଣୀ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ ପୂର୍ବରୁ ଏନଆଇଏ ଆକ୍ରମଣ ସହିତ ଜଡିତ ବହୁ ସଂଖ୍ୟକ ଭିଡିଓ ଏବଂ ଫଟୋଗ୍ରାଫ୍ ଜବତ କରିଛି ଏବଂ ସେଗୁଡ଼ିକର ତଦନ୍ତ କରୁଛି।
Popular Categories



