www.samajalive.in
Thursday, December 11, 2025
18.1 C
Bhubaneswar

ବେଡ଼ାଗାଁ କ୍ରିକେଟ ଲିଗ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଡମସୁଲିମକୁ ହରାଇ ବେଡ଼ାଗାଁ ବିଜୟୀ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ଅଞ୍ଚଳ ବେଡ଼ାଗାଁ ପଞ୍ଚାୟତର ବେଡ଼ାଗାଁ ଠାରେ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦଯାପିତ ହୋଇଯାଇଛି। ବେଡ଼ାଗାଁ କ୍ରିକେଟ କମିଟି ଦ୍ୱାରା ଆୟୋଜିତ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଭାଗ ନେଇଥିବାବେଳେ ଫାଇନାଲ ମ୍ୟାଚ ଡମସୁଲିମ ଓ ବେଡ଼ାଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଡମସୁଲିମ ପ୍ରଥମେ ଟସ୍ ଜିତି ବେଡ଼ାଗାଁ ଦଳକୁ ବ୍ୟାଟିଂ କରିବା ପାଇଁ ସୁଯୋଗ ଦେଇଥିଲା। ବେଡାଗାଁ ଦଳ ୧୦ ଓଭର ୮ ୱିକେଟ ବିନିମୟରେ ୧୧୯ ରନ ସଂଗ୍ରହ କରିଥିଲେ। ଏହାର ଜବାରେ ଡମସୁଲିମ କ୍ରିକେଟ ଦଳ ୦୯ ଓଭରରେ ମାତ୍ର ୯୧ ରନ୍ ସଂଗ୍ରହ କରି ସମସ୍ତ ୱିକେଟ ହରାଇ ପରାଜୟ ହୋଇଥିଲେ।
ଉକ୍ତ ମ୍ୟାଚରେ ମୁଖ୍ୟ ଅତିଥିଭାବେ ବେଡ଼ାଗାଁ ସରପଞ୍ଚ ଶୁଭାସିନୀ ମାଝୀ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ପୂର୍ବତନ ଲାଞ୍ଜିଗଡ ପଞ୍ଚାୟତ ସମିତି ଅଧକ୍ଷ ମନୋହର ହରପାଲ, ବେଡାଗାଁ ସରପଞ୍ଚ ପ୍ରତିନିଧି ସାନ ମାଝୀ, ସମାଜ ସେବୀ କିଶୋର ଚନ୍ଦ୍ର ହରପାଲ, ୱାର୍ଡ଼ ସଭ୍ୟ ଫୁଲସର୍ ହରିଜନ, ଗାଁ ମୁଖିଆ ଗୌର ଚନ୍ଦ୍ର ରାଜୁ, ସମିତି ସଭ୍ୟା ପ୍ରତିନିଧି ତ୍ରିନାଥ ମାଝୀ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ।
ଏଥିରେ ଉପସ୍ଥିତ ଅତିଥିଙ୍କ ଦ୍ୱାରା ବିଜେତା ଦଳକୁ ଦୁଇ ହଜାର ନଗଦ ଅର୍ଥରାଶି ସହିତ କପ୍ ପ୍ରଦାନ କରାଯାଇଥିବାବେଳେ ସେହିପରି ପରାଜୟ ଦଳକୁ ମଧ୍ୟ ନଗଦ ପନ୍ଦରଶହ ଅର୍ଥରାଶି ସହିତ ଏକ କପ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ ମ୍ୟାଚ ଚଳିତ ମାସ ୫ ତାରିଖ ସୋମବାରରୁ ୭ ତାରିଖ ବୁଧବାର ପର୍ଯ୍ୟନ୍ତ ୩ ଦିନ ଧରି ଚାଲିଥିବା ଏହି ମ୍ୟାଚରେ କିଶୋର ବେହେରା, ଲକ୍ଷ ବେହେରା ଓ ପ୍ରକାଶ ମାଝୀ ଅମ୍ପିୟାର ଭାର ତୁଲାଇ ଖେଳ ପରିଚାଳନା କରିଥିବାବେଳେ ହିତେଶ ବେହେରା ମଞ୍ଚ ପରିଚାଳନା କରିଥିଲେ।
ଉକ୍ତ ମ୍ୟାଚରେ ବେଡ଼ାଗାଁ କ୍ରିକେଟ କ୍ଲବର ସଦସ୍ୟ ଭକ୍ତ ହରିଜନ,  ରୁହନ୍ ରାଜୁ, ନକୁଳ ମାଝୀ, ଖିତ ମାଝୀ, ଧନୁ ମାଝୀ, ପ୍ରକାଶ ମାଝୀ ଓ ସମସ୍ତ ସଦସ୍ୟ ପ୍ରମୁଖ ବିଶେଷ ସହଯୋଗ କରିଥିଲେ।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories