www.samajalive.in
Saturday, December 6, 2025
14.1 C
Bhubaneswar

ଭୀମା କୋରେଗାଁଓ ମାମଲା: ଦିଲ୍ଲୀ ବିଶ୍ଵବିଦ୍ୟାଳୟ ପ୍ରଫେସର ଗିରଫ

ନୂଆଦିଲ୍ଲୀ: ଭୀମା କୋରେଗାଁଓ ମାମଲାରେ ଏନଆଇଏ(ଜାତୀୟ ତଦନ୍ତକାରୀ ସଂସ୍ଥା) ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଜଣେ ପ୍ରଫେସରଙ୍କୁ ଗିରଫ କରିଛି। ସେ ହେଲେ ହନୀ ବାବୁ ଏମ୍‌ଟି। ହନୀ ବାବୁ ମାଓବାଦୀ ବିଚାରଧାରା ପ୍ରଚାର କରିବା ଅଭିଯୋଗରେ ତାଙ୍କୁ ଏନଆଇଏ ଗିରଫ କରିଛି।

ଏନଆଇଏର ମୁଖପାତ୍ର କହିଛନ୍ତି, ପ୍ରଫେସର ହନୀ ବାବୁ ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରରେ ରୁହନ୍ତି। ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ଇଂଲିଶ ବିଭାଗରେ ସହକାରୀ ପ୍ରଫେସର ଅଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ, ହନୀ ବାବୁ ଆତଙ୍କବାଦୀ ଗତିବିଧି ଏବଂ ମାଓବାଦୀ ବିଚାରଧାରାର ପ୍ରଚାର କରୁଥିଲେ। ଭୀମା କୋରେଗାଁଓ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଷଡ଼ଯନ୍ତ୍ରକାରୀମାନଙ୍କ  ସହିତ ସେ ବି ସାମିଲ ଥିଲେ ବୋଲି ଏନଆଇଏ କହିଛି। ବୁଧବାର ତାଙ୍କୁ ଏନଆଇଏ କୋର୍ଟରେ ହାଜର କରାଯିବ।

- Advertisement -

ସୂଚନାଯୋଗ୍ୟ, ୨୦୧୭ ଡିସେମ୍ବର ୩୧ରେ ମହାରାଷ୍ଟ୍ରର ପୁଣେ ଜିଲା ଅନ୍ତର୍ଗତ ଭୀମା କୋରେଗାଁଓ ଯୁଦ୍ଧ ସ୍ମାରକ ନିକଟରେ ହିଂସାକାଣ୍ଡ ଘଟିଥିଲା। ଭୀମା କୋରେଗାଁଓ ୟାଲଗାର ପରିଷଦ ପକ୍ଷରୁ ଏଠାରେ ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇଥିବା ବୁଦ୍ଧିଜୀବୀମାନେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବାରୁ ହିଂସାକାଣ୍ଡ ଘଟିଥିଲା। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ୩୦ ପୁଲିସ କର୍ମଚାରୀଙ୍କ ସହିତ ବହୁ ଲୋକ ଆହତ ହୋଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories