www.samajalive.in
Saturday, December 6, 2025
15.1 C
Bhubaneswar

ଟାଟା କୋଭିଡ ହସ୍ପିଟାଲରେ ସାଙ୍ଘାତିକ ଅବ୍ୟବସ୍ଥା; ରୋଗୀ ମୃତ୍ୟୁର ୪ ଦିନ ପରେ ପରିବାରକୁ ଦିଆଗଲା ଖବର

ବ୍ରହ୍ମପୁର: ରୋଗୀ ମୃତ୍ୟୁର ୪ ଦିନ ପରେ ପରିବାରକୁ ଦିଆଗଲା ଖବର ଗଞ୍ଜାମ ଜିଲା ଶିତଲାପଲ୍ଲୀଠାରେ ଥିବା ଟାଟା କୋଭିଡ ହସ୍ପିଟାଲରେ ଏପରି ସାଙ୍ଘାତିକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ପରିବାର ଲୋକେ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ସୂଚନା ଅନୁସାରେ, ବଡ ବଜାର ଥାନା ଅନ୍ତର୍ଗତ ଗଣାପତି ନଗର ୨ୟ ସାହିର ବସନ୍ତ କୁମାର ସାହୁ (୪୯) ଗତ ୧୯ ତାରିଖରେ ଟାଟା କୋଭିଡ଼ ହସ୍ପିଟାଲରେ ଆଡ଼ମିଟ ହୋଇଥିଲେ । ଚିକିତ୍ସିତ ହେଉଥବା ବେଳେ ୨୪ ତାରିଖ ପର୍ଯ୍ୟନ୍ତ ପରିବାର ଲୋକଙ୍କ ସହ ବସନ୍ତ ଫୋନରେ କଥାବାର୍ତ୍ତା କରୁଥିଲେ । କିନ୍ତୁ ୨୪ ପରଠାରୁ ଫୋନ ଆଉ ଲାଗିଲାନାହିଁ।  ଯାହା ଫଳରେ ପରିବାର ଲୋକେ ହସ୍ପିଟାଲର ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କରିଥିଲେ । ହେଲେ ତୁମ ରୋଗୀ ଆଇସିୟୁରେ ଅଛି, ଅକ୍ସିଜେନ ଲାଗିଛି ବୋଲି ହସ୍ପିଟାଲର କର୍ମଚାରୀ ପରିବାର ଲୋକଙ୍କୁ କହିଆସୁଥିଲେ । ଯୋଗାଯୋଗ କରି ପୁଣି ୨୭ ତାରିଖ ପର୍ଯ୍ୟନ କଥାବାର୍ତ୍ତା ଜାରି ରାଖିଥିଲେ । କିନ୍ତୁ ଗତ କାଲି ହସ୍ପିଟାଲରୁ ଫୋନ ଆସିଥିଲା ଆଉ ଜଣାଇ ଦିଆଗଲା ବସନ୍ତଙ୍କ ଗତ ୨୪ ତାରିଖଠାରୁ ମୃତ୍ୟ ହୋଇସାରିଛି । ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ । କାଲି ରାତିରେ ବଡ଼ବଜାର ଥାନା ଓ ପରେ ଗୋପାଳପୁର ଥାନାକୁ ଯାଇ ପରିବାର ଲୋକେ ହସ୍ପିଟାଲ କର୍ତ୍ତୃପକ୍ଷ ବିରୋଧରେ ଏତଲା ଦେଇଥିଲେ । ଆଉ ଏତଲା ପରେ ଟାଟା କୋଭିଡ ହସ୍ପିଟାଲର ସିଇଓ ତଥା ହାଇଟେକ ମେଡିକାଲ କଲେଜର ଡା. ସଂଗ୍ରାମ ପାତ୍ର ଏକ ପ୍ରେସ ନୋଟ ଜାରି କରି ସଫେଇ ଦେଇ କହିଛନ୍ତି, ବସନ୍ତଙ୍କ ୨୪ ତାରିଖରେ ମୃତ୍ୟୁ ହୋଇଥିଲା। ହେଲେ ତାଙ୍କ ପରିବାର ଲୋକଙ୍କ ମୋବାଇଲ ନମ୍ବର କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଯୋଗାଯୋଗ ହୋଇପାରି ନ ଥିଲା । ମୃତଦେହକୁ ୪ ଦିନ ହେବ ସଂରକ୍ଷିତ କରି ରଖାଯିବା ସହ ପରିବାର ଲୋକଙ୍କୁ ଖୋଜିବାକୁ ବିଏମସି ଓ ଆସିକା ବିଡିଓଙ୍କୁ କୁହାଯାଇଥିଲା ବୋଲି ମେଡିକାଲ ଅଫିସର ଡା. ଉମାଶଙ୍କର ମିଶ୍ର କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories