www.samajalive.in
Monday, December 15, 2025
26.1 C
Bhubaneswar

ଏନ୍‌ଏଚଆରସିଙ୍କ ନିର୍ଦେଶ, ଶିକ୍ଷକଙ୍କୁ କରୋନା ଯୋଦ୍ଧା ମାନ୍ୟତା ଦିଅ

ନୂଆଦିଲ୍ଲୀ: କରୋନା କାର୍ଯ୍ୟରେ ନିୟୋଜିତ ଶିକ୍ଷକମାନଙ୍କୁ କରୋନା ସମ୍ମୁଖ ଯୋଦ୍ଧାର ମାନ୍ୟତା ଦେବାକୁ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚଆରସି) କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ନିର୍ଦେଶ ଦେଇଛନ୍ତି। ଅନ୍ୟ କର୍ମଚାରୀଙ୍କ ଭଳି କରୋନା କାର୍ଯ୍ୟରେ ନିୟୋଜିତ ଶିକ୍ଷକଙ୍କୁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର କରୋନା ସମ୍ମୁଖ ଯୋଦ୍ଧାର ମାନ୍ୟତା ଦିଅନ୍ତୁ। ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ଏନଏଚଆରସି ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ନିର୍ଦେଶ ଦେଇଛନ୍ତି। ଏହା ସହିତ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଶିକ୍ଷକ ପରିବାରକୁ ଅନ୍ୟ ସମ୍ମୁଖ ଯୋଦ୍ଧାଙ୍କ ଭଳି ଅନୁରୂପ କ୍ଷତିପୂରଣ ଓ ଚାକିରି ସୁବିଧା ପ୍ରଦାନ କରିବାକୁ ଏନ୍‌ଏଚଆରସି ନିର୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟରେ ନିୟୋଜିତ ଶିକ୍ଷକଙ୍କୁ ବୀମାଭୁକ୍ତ କରିବାକୁ ମଧ୍ୟ କୁହାଯାଇଛି।

ପ୍ରମୁଖ ମାନବାଧିକାର କର୍ମୀ ତଥା ସର୍ବୋଚ୍ଚ ନ୍ୟାୟାଳୟର ଓକିଲ ରାଧାକାନ୍ତ ତ୍ରିପାଠୀଙ୍କ ପକ୍ଷରୁ ଦାୟର ଆବେଦନ ଉପରେ ଶୁଣାଣି କରି ଏନଏଚଆରସି ଏହି ନିର୍ଦେଶ ଦେଇଛନ୍ତି। ଓଡିଶା ସମତେ ବିଭିନ୍ନ ରାଜ୍ୟରେ ଶିକ୍ଷକମାନେ କରୋନା କାର୍ଯ୍ୟରେ ମୁତୟନ ଅବସ୍ଥାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବାବେଳେ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି କ୍ଷତିପୂରଣ ରାଶି ଦିଆଯାଇ ନଥିବା ନେଇ ରାଧାକାନ୍ତ ଏନଏଚଆରସିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଭିନ୍ନ ରାଜ୍ୟ ସରକାର ଶିକ୍ଷକମାନଙ୍କୁ ଶିକ୍ଷାଦାନ ଭିନ୍ନ ଅନ୍ୟାନ୍ୟ କାର୍ଯ୍ୟରେ ମୁତୟନ କରୁଛନ୍ତି। କରୋନା ସମୟରେ ରେଳ ଷ୍ଟେସନରେ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ନାମ ପଞ୍ଜୀକରଣ, ନିର୍ବାଚନ କାର୍ଯ୍ୟରେ ଶିକ୍ଷକଙ୍କୁ ନିଯୁକ୍ତ ଦିଆଯାଉଛି। ଉତ୍ତରପ୍ରଦେଶରେ ଶିକ୍ଷକ ସଂଗଠନଗୁଡିକ କରୋନା ଯୋଦ୍ଧାର ମାନ୍ୟତା ନେଇ ଦାବି କରିଆସୁଥିବାବେଳେ ରାଜ୍ୟ ସରକାର ଏହାକୁ ଅଗ୍ରାହ୍ୟ କରିଛନ୍ତି। ଅନ୍ୟପଟେ ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନ ପରିଚାଳନା ସମୟରେ ଶହଶହ ଶିକ୍ଷକ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଥିବାବେଳେ ସେମାନଙ୍କୁ କରୋନା ଯୋଦ୍ଧା ଅନୁରୂପ କ୍ଷତିପୂରଣ ଦିଆଯାଇ ନାହିଁ। ଏ ସବୁ ପ୍ରସଙ୍ଗରେ ଅବଗତ ହେବା ପରେ ଏନଏଚଆରସି ଉପରୋକ୍ତ ନିର୍ଦେଶ ଦେଇଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories