www.samajalive.in
Wednesday, December 10, 2025
18.1 C
Bhubaneswar

ବିଜେପି ସଂସଦୀୟ ବୋର୍ଡ ନେବ ନିଷ୍ପତ୍ତି – କିଏ ହେବେ ମୁଖ୍ୟମନ୍ତ୍ରୀ

ଡେସ୍କ: ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ସୋମବାର ବିଜେପି ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସେହିଦିନ ସକାଳେ ବିଜେପି ବିଧାୟକ ଦଳ ବୈଠକ ବସିବା ପରେ ଭୁବନେଶ୍ୱର ଜନତା ମଇଦାନରେ ଏହି ସମାରୋହ ଅନୁଷ୍ଠିତ ହେବ। ତେବେ ଦଳର ସଂସଦୀୟ ବୋର୍ଡ ମୁଖ୍ୟମନ୍ତ୍ରୀ ପଦରେ କିଏ ଅଳଙ୍କୃତ କରିବେ, ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ନେତା ଚୟନ ପାଇଁ ବିଜେପିର ୭୮ ଜଣିଆ ବିଧାୟକ ଦଳ ବୈଠକ ଡକାଯାଇଛି। ସମ୍ଭାବ୍ୟ ତାଲିକାରେ ୫ରୁ ୬ ଜଣଙ୍କ ନାଁ ରହିଥିବା ଅନୁମାନ କରାଯାଉଛି।

ରାହୁଲ ଗାନ୍ଧୀ ହେବେ ଲୋକସଭାରେ ବିରୋଧୀ ଦଳ ନେତା

- Advertisement -

ଶନିବାର ସନ୍ଧ୍ୟାରେ ଦିଲ୍ଲୀରୁ ଫେରିଥିବା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ବିଜେପି ସଂସଦୀୟ ବୋର୍ଡ ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବିଜେପି ବିଧାୟକ ଦଳ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି, ଯେଉଁଠାରେ ସର୍ବସମ୍ମତି କ୍ରମେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର କରାଯିବ। ସେପଟେ ଓଡ଼ିଶାର ସମସ୍ତ ନବନିର୍ବାଚିତ ୨୦ ଜଣ ବିଜେପି ସାଂସଦଙ୍କୁ ଦଳର ଶୀର୍ଷ ନେତୃତ୍ୱ ପରାମର୍ଶ ଦେଇଛନ୍ତି। ଏଥିରେ ୬ ଥର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା ସୁରେଶ ପୂଜାରୀଙ୍କ ନାମ ଚର୍ଚ୍ଚାରେ ରହିଛି।

କମିଲା ସୁନାଦର- ୨୦ହଜାରେ ୮୦୦ ଟଙ୍କା କମିଲା ୨୪ କ୍ୟାରେଟ ସୁନା ୧୦୦ ଗ୍ରାମ

ଶପଥ ଗ୍ରହଣ ସମାରୋହରେ ବିଜେପିର ବରିଷ୍ଠ ନେତା ତଥା ଏନଡିଏ ସଂସଦୀୟ ଦଳର ନେତା ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ବରିଷ୍ଠ ବିଜେପି ନେତା ଅମିତ ଶାହଙ୍କ ସମେତ ଅନେକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବାର ସମ୍ଭାବନା ରହିଛି। ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ୧୪୭ଟି ଆସନରୁ ୭୮ଟି ରେ ବିଜୟୀ ହୋଇଥିବା ବେଳେ ବିଜେଡି ୫୧ଟି, କଂଗ୍ରେସ ୧୪ଟି ଓ ଅନ୍ୟାନ୍ୟ ୪ଟି ଆସନରେ ବିଜୟୀ ହୋଇଛନ୍ତି।

ଏକଛତ୍ରବାଦୀ ଓ ସମ୍ବିଧାନ ବିରୋଧୀ ଶକ୍ତିକୁ କଡ଼ା ଜବାବ ଦେଇଛନ୍ତି ଜନତା – କଂଗ୍ରେସ ଅଧ୍ୟକ୍ଷ

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories