nua o banner

ରୁଷ୍‌ର ରାଷ୍ଟ୍ରପତି ପୁଟିନଙ୍କ ନାମରେ ଗିରଫ ପରୱାନା ଜାରି

bjd  ek lkhya koti banner

ମସ୍କୋ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ବିରୋଧରେ ଅନ୍ତର୍ଜାତୀୟ ଫୌଜଦାରୀ ଅଦାଲତ (ଆଇସିସି) ଗିରଫ ପରୱାନା ଜାରି କରିଛି। ୟୁକ୍ରେନ୍‌ ବିପକ୍ଷ ଯୁଦ୍ଧ ପାଇଁ ପୁଟିନଙ୍କୁ ଦାୟୀ କରି ଆଇସିସି ତରଫରୁ ଏହି ଗିରଫ ପରୱାନା ଜାରି ହୋଇଛି।

ରୁଷ୍‌ ସେନା ୟୁକ୍ରେନ୍‌ ଜନସାଧାରଣ ଓ ଶିଶୁଙ୍କ ଉପରେ ଅତ୍ୟାଚାର ଚଳାଉଥିବା ଅଭିଯୋଗକୁ ନେଇ ଆଇସିସି ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରୁଷ୍‌ର ଶିଶୁ ଅଧିକାର କମିସନର ମାରିଆ ବେଲୋଭାଙ୍କ ବିରୋଧରେ ମଧ୍ୟ ଆଇସିସି ତରଫରୁ ଗିରଫ ପରୱାନା ଜାରି ହୋଇଛି। ଏ ସମ୍ପର୍କରେ ରୁଷ ବୈଦେଶିକ ବିଭାଗ ମୁଖପାତ୍ର ଜାକ୍‌ହାରୋଭ୍‌ କହିଛନ୍ତି ଆଇସିସି ତରଫରୁ ଜାରି ଗିରଫ ପରୱାନାର କୌଣସି ମୂଲ୍ୟ ନାହିଁ। ଅନ୍ୟପକ୍ଷରେ ଆଇସିସିର ପଦକ୍ଷେପକୁ ୟୁକ୍ରେନ୍‌ ତରଫରୁ ସ୍ବାଗତ କରାଯାଇଛି।

Comments are closed.