www.samajalive.in
Saturday, December 13, 2025
21.1 C
Bhubaneswar

୫ ଦିନରେ ଦୁଇ ଜଙ୍ଗଲୀ ବାରାହାଙ୍କ ମୃତ୍ୟୁ- ଜୀବ ଜନ୍ତୁଙ୍କ ସୁରକ୍ଷା ପ୍ରତି ସରକାର ଦୃଷ୍ଟି ଦେବା ପାଇଁ ଜନସାଧାରଣଙ୍କ ଦାବି

ବେଗୁନିଆ -ବେଗୁନିଆ ବ୍ଲକ ଡିଙ୍ଗର ପଞ୍ଚାୟତ ଅନ୍ତର୍ଗତ ଲେହଙ୍ଗ ଡାଳଖାଇ ଜଙ୍ଗଲରେ ବିଭିନ୍ନ ପ୍ରକାର ପଶୁପକ୍ଷୀ ରହୁଥିବାବେଳେ ସରକାର ସେମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଉନାହାନ୍ତି । ଫଳରେ ଜଙ୍ଗଲ ରେ ରହୁଥିବା ଜୀବଜନ୍ତୁଙ୍କ ଜୀବନ ବିପଦପୂର୍ଣ୍ଣ ଅବସ୍ଥାରେ । କେତେବେବେଳେ ଶିକାରୀମାନେ ସେମାନଙ୍କୁ ଶୀକାର କରି ମାରି ସେମାନଙ୍କର ମାଂସ ଏବଂ ଶରୀରର ବିଭିନ୍ନ ଅଙ୍ଗ ପ୍ରତେଙ୍ଗ ବିକ୍ରି କରି ଅର୍ଥ ଉପାର୍ଜନ କରୁଥିବା ଅଭିଯୋଗ ହୋଇଛି । କେତେବେଳେ ସେମାନେ ଖାଦ୍ୟ ଏବଂ ଜଳ ପାଇଁ ଗ୍ରାମାଭିମୁଖୀ ହୋଇ ପରିତ୍ୟକ୍ତ କୂଅ ପୋଖରୀରେ ପଡି ମୃତ୍ୟୁ ହେଉଛି । ଲେହଙ୍ଗ ଗ୍ରାମର ମାଧବ ଚନ୍ଦ୍ର ବେହେରାଙ୍କ ବିଲରେ ଥିବା ଏକ ପରିତ୍ୟକ୍ତ ଚୁଆରେ ଗୋଟିଏ ବାରହା ପଡି ତାହାର ମୃତ୍ୟୁ ହୋଇଛି । ଗନ୍ଧ ହେବାରୁ ଏବଂ ଲୋକମାନେ ସେହି ଚୁଆକୁ ମାଛ ମାରିବା ପାଇଁ ଯିବାବେଳେ ଆଜି ଏହି ଘଟଣା ଦେଖିବାକୁ ପାଇଥିଲେ । ଗତ କିଛି ଦିନ ତଳେ ଅନ୍ୟ ଏକ ଜଙ୍ଗଲୀ ବାରାହା ଗାଁର ନୂଆ ପୋଖରୀରିରେ ପଡି ତାହାର ମୃତ୍ୟୁ ହୋଇଥିଲା ।

ଜଙ୍ଗଲରେ ବହୁ ସଂଖ୍ୟାରେ ବାରହା ,ସାଳିଆପତନୀ ,ଗାଡ଼ଭାଲୁ ,ଝିଙ୍କ, ଠେକୁଆ, ଗଧିଆଙ୍କ ସହିତ ବିଭିନ୍ନ ପ୍ରକାର ପକ୍ଷୀ ବାସ କରୁଛନ୍ତି । ଏହି ଜଙ୍ଗଲ ଔଷଧ ବୃକ୍ଷ ରାଜିରେ ଭରପୁର ହୋଇ ରହିଛି । ବିଭିନ୍ନ ସମୟରେ ଆୟୁର୍ବେଦ ବୈଦ୍ୟମାନେ ଏହି ଜଙ୍ଗଲରୁ ଚେରମୁଳି ସଂଗ୍ରହ କରୁଥିବାର ଦେଖିବାକୁ ମିଳିଥାଏ । କିନ୍ତୁ ଏବେ ଜୀବଜନ୍ତୁଙ୍କ ଭୟରେ ଜଙ୍ଗଲରେ କେହି ପଶିବାକୁ ସାହସ କରି ପାରୁ ନାହାନ୍ତି । ଏହି ଜଙ୍ଗଲ ପାର୍ଶ୍ଵରେ ମା ଡାଳଖାଇଙ୍କ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ମନ୍ଦିରରେ ବିଭିନ୍ନ ସମୟରେ ବିବାହ ,ବ୍ରତ, ଏବଂ ନିର୍ବନ୍ଧ କାର୍ଯ୍ୟରେ ଲୋକମାନଙ୍କର ସମାଗମ ହେଉଥିବାବେଳେ ସଭା ସମିତି ଯୋଗୁଁ ଲୋକମାନଙ୍କ ଗହଳି ହୋଇଥାଏ । ଲେହଙ୍ଗ ଗ୍ରାମର ଜନବସତି ନିକଟରେ ଏହି ଜଙ୍ଗଲ ଏବଂ ଠାକୁରାଣୀଙ୍କ ମନ୍ଦିର ଥିବାରୁ ଲୋକମାନଙ୍କର ସମାଗମ ଦେଖି ପଶୁପକ୍ଷୀ ମାନେ ଖାଦ୍ୟ ଅନ୍ୱେଷଣରେ ମନ୍ଦିର ଏବଂ ଗ୍ରାମ ନିକଟକୁ ଚାଲି ଆସୁଛନ୍ତି । କିନ୍ତୁ ଖାଦ୍ୟ ବଦଳରେ ଶିକାରୀ ସେମାନଙ୍କୁ ଶିକାର କରୁଛନ୍ତି ।

- Advertisement -

ଜଙ୍ଗଲ ସହ ଏହି ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories