www.samajalive.in
Saturday, December 6, 2025
23.1 C
Bhubaneswar

ରାସ୍ତାରେ ବାଘ ,ମନୁଷ୍ୟ ସାମ୍ନାସାମ୍ନି ; ଆଉ ତା’ପରେ….

ମୁମ୍ବଇ : ଥରେ ଭାବନ୍ତୁ ଆପଣ ରାସ୍ତାରେ ଯିବା ସମୟରେ ହଠାତ ଆପଣଙ୍କ ସାମ୍ନାକୁ ଏକ ବାଘ ଆସୁଛି, ତେବେ ଆପଣଙ୍କ ଅବସ୍ଥା କ’ଣ ହେବ। ଆଜ୍ଞା ହଁ କଥାଟା ଭାବିଲା ବେଳକୁ ଭୟରେ ଦେହ ଶୀତେଇ ଉଠୁଥିବା ବେଳେ ଏଭଳି ଏକ ଘଟଣା ଘଟିଥିବା ଜଣାପଡ଼ିଛି। ଘଟଣାଟି ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ତଡୋବା ଅନ୍ଧାରୀ ଟାଇଜର ରିର୍ଜଭ ଅଞ୍ଚଳର।
ଚନ୍ଦ୍ରପୁର ଜିଲାରେ ରାସ୍ତା ପାର ହେଉଥିବା ଲୋକେ ଏକ ବାଘକୁ ଦେଖି ଲୋକେ ସ୍ତବ୍ଧ ହୋଇଗଲେ । ଘଟଣା କ୍ରମେ କିଛି ଲୋକେ ନିଜ ନିତିଦିନିଆ କାର୍ଯ୍ୟରେ ରାସ୍ତାରେ ଯିବା ସମୟରେ ବାଘଟିକୁ ଦେଖିଲେ। ଲୋକେ ବାଘକୁ ଦେଖି ନିଜ ସ୍ଥାନରେ ରହିଗଲେ।
ତଡୋବା ଅନ୍ଧାରୀ ଟାଇଜର ରିର୍ଜଭରେ ପ୍ରାୟ ୮୦ଟି ବାଘ ରହିଛନ୍ତି ବୋଲି ଜଣାପଡ଼ିଛି। ମାତ୍ର ଏହି ଘଟଣାଟିକୁ ଜଣେ ଫଟୋଗ୍ରାଫର ଖୁବ ସୁନ୍ଦର ଭାବେ ନିଜ କ୍ୟାମେରାରେ କଏଦ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହି ସ୍ଥାନରେ ସାଧାରଣତଃ ବାଘମାନେ ମନୁଷ୍ୟଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତି। ଏହାସହ ସେଭଳି ସମୟରେ ବାଘ ନିଶ୍ଚୟ ଲୋକେ ଦେଖିବା ଆଗରୁ ରାସ୍ତା ପାର ହୋଇ ପଳାଇବାକୁ ଚେଷ୍ଟା କରିବ, କିମ୍ବା ରାସ୍ତା ଠାରୁ ଦୂରେଇ ରହିବ। ବାଘକୁ ରାସ୍ତା ପାର ହୋଇ ବିପରୀତ ଦିଗରେ ଥିବା ଜଙ୍ଗଲକୁ ଯିବା ପାଇଁ ତା’ପାଇଁ ଅଧିକ ଉତ୍ତମ ବିକଳ୍ପ। ଯେପରି ଫଟୋରେ ଦେଖାଯାଉଛି, ବାଘ ଠାରୁ ଦୂରରେ ବାଇକରେ ଜଣେ ବ୍ୟକ୍ତି ଓ ତାଙ୍କ ସହ ଜଣେ ମହିଳା ବସିଛନ୍ତି, ଏହାସହ ପଛରେ ଆଉ ଜଣେ ମଧ୍ୟ ବାଇକ ଆରୋହୀ ରହିଛନ୍ତି। ଏମାନଙ୍କ ପାଇଁ ରାସ୍ତାରେ ଏପରି ବାଘ ଆସିଯିବା ଏକ ବଡ ଝଟକାରୁ କମ ନୁହେଁ। ମାତ୍ର ବାଘ କାହାରିବାକୁ ଆକ୍ରମଣ କରିବା ଭଳି କୌଣସି ଆଭାସ ମିଳୁନଥିଲା।
ମାତ୍ର ୨୫୦ କିଲୋର ବାଘକୁ ନିଜ ସାମ୍ନାରେ ଦେଖିବା ଓ ଶାନ୍ତ ରହିବା ଆଦୌ ସମ୍ଭବ କିମ୍ବା ସହଜ ନୁହେଁ। ମାତ୍ର ବାଘ ଏଠାରେ ଥିବା ଲୋକଙ୍କୁ ଆକ୍ରମଣ କରିବାକୁ ଇଚ୍ଛା କରିନଥିଲା।

 

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories