www.samajalive.in
Saturday, December 6, 2025
14.1 C
Bhubaneswar

ଚୋରି ଅଭିଯୋଗରେ ଯୁବକକୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ମଧୁପୁରା : ବାଲେଶ୍ଵର ଜିଲା ବାଲିଆପାଳ ଥାନା ଖଗଡା ପାଳ ଗ୍ରାମରେ କଙ୍ଗାରୁ କୋର୍ଟ । ଚୋରୀ ଅଭିଯୋଗରେ ଯୁବକକୁ ଗ୍ରାମବାସୀ ବିଜୁଳି ଖୁଣ୍ଟରେ ବାନ୍ଧିଥିବା ଜଣାପଡ଼ିଛି। ତେବେ ନିଶା ସେବନ ପାଇଁ ଯୁବକମାନେ ଏପରି ଚୋରୀ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଲୋକେ ଅତିଷ୍ଠ ହୋଇଛନ୍ତି।
ସୂଚନା ଯୋଗ୍ୟ, ଗତକାଲି ଭୋର ଚାରିଟାରେ ସ୍ଥାନୀୟ ଜଣେ ଲୋକଙ୍କ ଘରୁ ପାଣି ଉଠା ମଟର ଚୋରୀ କରୁଥିବା ବେଳେ ଘର ଲୋକେ ସ୍ଥାନୀୟ ରାଜ କୁମାର ମହାପାତ୍ରଙ୍କୁ ଧରିଥିଲେ । ଗାଁର ବିଭିନ୍ନ ଘରୁ ବହୁ ଜିନିଷ ଚୋରୀ ହେଉଥିବାରୁ ଲୋକେ ରାଜ କୁମାରକୁ ବିଜୁଳି ଖୁଣ୍ଟରେ ବାନ୍ଧି ମାଡ଼ ଦେଇଥିଲେ । ମାତ୍ର ଅଭିଯୁକ୍ତ ଗାଡିରେ ପେଟ୍ରୋଲ ପକାଇବାକୁ ଯାଉଥିବା କହିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନଥିଲେ । ଅନ୍ୟ ପଟେ ଗାଁରେ ନିଶାଡ଼ିଙ୍କ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇ ଏସବୁ ଚୋରୀ ହେଉଥିବାରୁ ଲୋକେ ଅଶାନ୍ତି ଓ ଅତିଷ୍ଠ ହୋଇଥିବା ଜଣାପଡିଛି । ତେବେ ଅଭିଯୁକ୍ତକୁ ଧରି ଆଇନ ହାତକୁ ନ ନେଇ ପୁଲିସର ସହାୟତା ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories