www.samajalive.in
Sunday, December 14, 2025
16.1 C
Bhubaneswar

ଜେଲରୁ ବାହାରିବା ପରେ ପ୍ରଥମ ସକାଳ ଦେଖିଲେ ସିଶୋଦିଆ, ସ୍ତ୍ରୀଙ୍କ ସହିତ ସେଲ୍‌ଫି ପୋଷ୍ଟ କରି କହିଲେ ଏମିତି

ସମାଜ ଡିଜିଟାଲ ଡେସ୍କ: ଆମ୍‌ ଆଦମୀ ପାର୍ଟି (ଆପ୍‌) ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଥିବା ନିଜ ଆକାଉଣ୍ଟରେ ଶନିବାର ସକାଳେ ଏକ ପୋଷ୍ଟ କରିଛନ୍ତି। ପୋଷ୍ଟରେ ନିଜ ସ୍ତ୍ରୀଙ୍କ ସହିତ ଏକ ସେଲ୍‌ଫି ବି ଶେୟାର କରିଛନ୍ତି। ହାତରେ ରହିଛି ଏକ ଚା’ କପ୍‌। ଜେଲରୁ ବାହାରିବା ପରେ ଏହା ତାଙ୍କର ପ୍ରଥମ ପୋଷ୍ଟ ଥିଲା, ଯାହା ତାଙ୍କ ପାଇଁ ଏକ ସ୍ଵତନ୍ତ୍ର ମୁହୂର୍ତ୍ତ। ଏହି ପୋଷ୍ଟରେ ସେ ଲେଖିଛନ୍ତି ‘‘ଆଜାଦୀ କୀ ସୁବହ କୀ ପେହଲି ଚାଏ, ୧୭ ମହିନେ ବାଦ୍‌’’। ଅର୍ଥାତ ୧୭ ମାସ ପରେ ଜେଲରୁ ବାହାରିବା(ସ୍ଵାଧୀନତା) ପରେ ସକାଳର ପ୍ରଥମ ଚା’। ସେ ଆହୁରି ଲେଖିଛନ୍ତି, ‘ତାଙ୍କର ଏହି ସ୍ଵାଧୀନତା, ଯାହା ସମ୍ବିଧାନ ପ୍ରତ୍ୟେକ ଭାରତୀୟଙ୍କୁ ଦେଇଛି। ଏହି ସ୍ଵାଧୀନତା, ଯାହା ଭଗବାନ ଆମକୁ ମୁକ୍ତ ବାୟୁରେ ସମସ୍ତଙ୍କ ସହିତ ନିଃଶ୍ଵାସପ୍ରଶ୍ଵାସ ନେବାକୁ ଦେଇଛନ୍ତି।

ଗତ ଶୁକ୍ରବାର ସିଶୋଦିଆ ଜେଲରୁ ବାହାରିଥିଲେ। ଜେଲ ବାହାରେ ଦଳୀୟ ନେତା ଏବଂ କର୍ମକର୍ତ୍ତାମାନେ ତାଙ୍କୁ ବିପୁଳ ସ୍ଵାଗତ କରିବା ସହିତ ଭାବବିହ୍ବଳ ହୋଇପଡ଼ିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories