www.samajalive.in
Saturday, December 6, 2025
26.1 C
Bhubaneswar

ମାରବାଡ଼ି ଯୁବା ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର

କଣ୍ଟାବାଞ୍ଜି: ଅଖିଳ ଭାରତୀୟ ମାରବାଡ଼ି ଯୁବା ମଞ୍ଚ ଦ୍ବାରା ସାରା ଦେଶରେ ଚଳିତ ମାସ ୮ରୁ ୨୨ ତାରିଖ ମଧ୍ୟରେ ରକ୍ତଦାନ କରିବା ପାଇଁ ଆବାହନ କରାଯାଇଥିବାରୁ ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ମାରବାଡ଼ି ଯୁବା ମଞ୍ଚ ଓ ପ୍ରଗତି ଶାଖା କଣ୍ଟାବାଞ୍ଜି ଅନୁକୂଳରେ ସ୍ଥାନୀୟ ବିଜୁ ପଟ୍ଟନାୟକ ରକ୍ତଭଣ୍ଡାରରେ ଗୋଟିଏ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଶିବିରରେ ଅତିଥି ଭାବେ ସ୍ଥାନୀୟ ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଲଷ୍ମୀ ନାରାୟଣ ମାରାଣ୍ଡି, ସମ୍ମାନିତ ଅତିଥି ଭାବେ ମେଡିକାଲ ଇଂଚାର୍ଜ ରାକେଶ ପଣ୍ଡିତ , ରେଳବାଇ ଏଡିଇଏନ ଜାଳୁରି ପ୍ରସନ୍ନ କୁମାର ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମର ସହଯୋଜକ ଯୁବା ମୋହନ ସୋନି ଓ ମଞ୍ଚ ସଭାପତି ମନୀଷ ଅଗ୍ରୱାଲ ସହ ଉପସ୍ଥିତି ଅତିଥି ରକ୍ତଦାନ ଲାଭ ବିଷୟରେ ଆଲୋଚନା କରିବା ସହ ଏହି ଶିବିରରେ ମହିଳା ମାନେ ରକ୍ତଦାନ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଅନ୍ୟ ପକ୍ଷରେ ପ୍ରଚଣ୍ଡ ଖରାରେ ରକ୍ତର ଅଭାବ ଦେଖିବାକୁ ମିଳେ ଓ ରକ୍ତ ଭଣ୍ଡାରରେ ସେହି ସମୟରେ ଏହି ରକ୍ତଦାନ ପ୍ରାୟ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ବୋଲି ଅତିଥି ମତ ପୋଷଣ କରିଥିଲେ। ଶିବିରରେ ଗୋବିନ୍ଦ ଖଣ୍ଡେଲୱାଲ ଓ ତାଙ୍କର ଧର୍ମପତ୍ନୀ ରୁଚି ଖଣ୍ଡେଲୱାଲ ପ୍ରଥମେ ରକ୍ତଦାନ କରିଥିଲେ। ଖବର ସଂଗ୍ରହ କରିବା ସମୟ ଯାଏ ୧୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories