www.samajalive.in
Saturday, December 6, 2025
26.1 C
Bhubaneswar

ଆମେରିକା-ବ୍ରିଟେନ-ଫ୍ରାନ୍ସକୁ ଇରାନର ଚେତାବନୀ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରଖିଛନ୍ତି। ଏହା ମଧ୍ୟରେ ଇରାନ ଇସ୍ରାଏଲର ପ୍ରମୁଖ ସହଯୋଗୀ ତଥା ପାଶ୍ଚାତ୍ୟ ଦେଶଗୁଡ଼ିକୁ ଚେତାବନୀ ଦେଇଛି। ବିଶେଷ କରି ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନକୁ ଇରାନ ଚେତାବନୀ ଦେଇ ଇସ୍ରାଏଲକୁ ସାହାଯ୍ୟ ନ କରିବାକୁ କହିଛି। ଏହା ସହିତ ଇରାନର ଆକ୍ରମଣକୁ ଅଟକାଇବାକୁ ଚେଷ୍ଟା କରନ୍ତୁ ନାହିଁ। ଇସ୍ରାଏଲକୁ ଯିଏ ସାହାଯ୍ୟ କରିବ ଇରାନ ତା’ ଉପରେ ଆକ୍ରମଣ କରିବ ବୋଲି ଏହାର ସୁପ୍ରିମ ନେତା ଆୟାତୋଲ୍ଲା ଅଲ୍ଲୀ ଖାମନେଇ ଚେତାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ଇରାନର ପରମାଣୁ କାର୍ଯ୍ୟକ୍ରମକୁ ବିରୋଧ କରି ଇସ୍ରାଏଲ ପକ୍ଷରୁ ଗୁରୁବାର ରାତିରେ ଇରାନ ଉପରେ ଅଚାନକ ଆକ୍ରମଣ କରାଯାଇଥିଲା। ଗୁରୁବାର ରାତି ଏବଂ ଶୁକ୍ରବାର ଭୋର ସମୟରେ ୨୦୦ରୁ ଅଧିକ ଲଢ଼ୁଆ ବିମାନ ସାହାଯ୍ୟରେ ଇସ୍ରାଏଲ ଇରାନର ବିଭିନ୍ନ ପରମାଣୁ କେନ୍ଦ୍ର, ପରମାଣୁ ଗବେଷଣା କେନ୍ଦ୍ର ଓ ଅନ୍ୟାନ୍ୟ ସ୍ଥାନରେ ଆକ୍ରମଣ କରିଥିଲା। ଏଥିରେ ଇରାନ ସେନା ତଥା ଇରାନ ରିଭୋଲ୍ୟୁସନାରି ଗାର୍ଡ ଜେନେରାଲ ବଘେରି, କମାଣ୍ଡର ଇନ ଚିଫ ହୋସେନ ସଲାମୀ, ୫ ଜଣ ପରମାଣୁ ବୈଜ୍ଞାନିକଙ୍କ ସମେତ ୧୦୦ରୁ ଅଧିକ ପ୍ରାଣ ହରାଇଥିଲେ। ଏହା ପରେ ଇରାନ ପକ୍ଷରୁ ଇସ୍ରାଏଲ ଉପରେ ମଧ୍ୟ ପ୍ରତିଆକ୍ରମଣ କରାଯାଇଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories