ସମ୍ବଲପୁର: ସମ୍ବଲପୁର ଦେଇ ନିୟମିତ ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଅବକାରୀ ବିଭାଗର ଚେକିଂ ସମୟରେ ଚାଲାଣକାରୀ ମାନେ ଗଞ୍ଜେଇ ସହିତ ଧରା ପଡୁଛନ୍ତି। ଏଭଳି ଏକ ଘଟଣାରେ ଶନିବାର ବିଜୁ ଏକ୍ସପ୍ରେସ ୱେରେ ଥିବା ଟୋଲ ପ୍ଲାଜା ନିକଟରୁ ଚେକିଂ ସମୟରେ ଅବକାରୀ ଗୁଇନ୍ଦା ବିଭାଗ ଗଞ୍ଜେଇ ଜବତ କରିଛି। ଅବକାରୀ ଦଳ ଏକ ସନ୍ଦିଗ୍ଧ କାରକୁ ଅଟକାଇ ଚେକିଂ ସମୟରେ ଉକ୍ତ ଗାଡିରୁ ୮୦ କିଗ୍ରା ଗଞ୍ଜେଇ ବେଆଇନ ଭାବରେ ଚାଲାଣ କରାଯାଉଥିବାର ମିଳିଥିଲା। ପୁଲିସ ଚାଲାଣ କରାଯାଉଥିବା ଗଞ୍ଜେଇ ସମେତ ବ୍ୟବହୃତ କାରକୁ ଜବତ କରିଥିଲେ। ଏହି ଘଟଣାରେ ସୁବର୍ଣ୍ଣପୁର ଜିଲା ନିବାସୀ ରବୀନ୍ଦ୍ର ଦଳେଇ ଓ ଛତିଶଗଡ଼ ରାଜ୍ୟ ନିବାସୀ ଗୁଲସନ କୁମାର ନାମକ ଦୁଇ ଜଣଙ୍କୁ ଗିରଫ କରାଯାଇଛି।
Popular Categories



