www.samajalive.in
Sunday, December 7, 2025
23.1 C
Bhubaneswar

ଜିଏମୟୁ ଇତିହାସ ବିଭାଗର ସମ୍ପ୍ରସାରିତ କାର୍ୟ୍ୟକ୍ରମ

ସମ୍ବଲପୁର: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ବିଶ୍ୱବିଦ୍ୟାଳୟ କୁ ସମାଜ ସହିତ ଯୋଡିବା ପାଇଁ ଅଭିନବ ପ୍ରୟାସ ଆରମ୍ଭ କରିଛି। ଏହି ପରିପେକ୍ଷୀରେ ଇତିହାସ ବିଭାଗ ଏକ ସମ୍ପ୍ରସାରିତ କାର୍ୟ୍ୟକ୍ରମ ଆରମ୍ଭ କରିଛି ଯେଉଁ ଥିରେ ଛାତ୍ରଛାତ୍ରୀମାନେ କେବଳ ଶ୍ରେଣୀକକ୍ଷର ଚାରି କାନ୍ଥ ଭିତରେ ଆବଦ୍ଧ ନ ରହି ସମାଜ ସହ ଯୋଡି ହେବେ। ତେଣୁ ମଙ୍ଗଳବାର ଇତିହାସ ବିଭାଗର ଛାତ୍ରଛାତ୍ରୀମାନେ ସମ୍ବଲପୁରରେ ଅବସ୍ଥିତ ପାଟଣା ରାଜପ୍ରାସାଦକୁ ଯାଇ ଲୋକମାନକୁ ଏହାର ଐତିହାସିକତା ଏବଂ ଏହା ଆମ ସଂସ୍କୃତିର ପରିଚୟ ଉପାଦାନ ଉପରେ ତାହା ଲୋକମାନଙ୍କୁ ବୁଝାଇଥିଲେ। ଏହି କାର୍ୟ୍ୟକ୍ରମଟି ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ଡ଼. ଅତୁଲ କୁମାର ପ୍ରଧାନଙ୍କ ମାର୍ଗଦର୍ଶନରେ ପ୍ରାୟ ୬୦ରୁ ଅଧିକ ଛାତ୍ରଛାତ୍ରୀ ମାନେ ରହି ଲୋକମାନଙ୍କୁ ସଚେତନ କରାଇଥିଲେ। ଏହି ପାଟଣା ରାଜପ୍ରାସାଦ ବଲାଙ୍ଗୀର ରାଜା ନିର୍ମାଣ କରାଇଥିଲେ। ଏହି ଐତିହ ବହୁ ଐତିହାସିକ ଘଟଣାର ମୁକସାକ୍ଷୀ ଅଟେ। ମାତ୍ର ଦୁଃଖର ବିଷୟ ଏହି କି ଯେ ଆଜି ଏହା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଛାତ୍ରଛାତ୍ରୀମାନେ ଏହି କାର୍ୟ୍ୟକ୍ରମରେ ସ୍ଥାନୀୟ ଲୋକମାନଙ୍କୁ ଏହାର ଗୁରୁତ୍ୱ କୁ ବୁଝାଇଥିଲେ ଏବଂ ବିଭିନ୍ନ ଲୋକ କଥା ଲୋକମାନଙ୍କଠାରୁ ଶୁଣି ତାହାକୁ ସଂରକ୍ଷିତ କରିଥିଲେ। ଛାତ୍ରଛାତ୍ରୀମାନେ ଶେଷରେ ଏକ ଜନସଚେତନତା ରାଲି କରି ଲୋକମାନଙ୍କୁ ଏହି ଦୁର୍ଲଭ ଐତିହର ରକ୍ଷଣାବେକ୍ଷଣ ଉପରେ ଲୋକମାନଙ୍କୁ ବୁଝାଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories