ନିଟ୍ –ୟୁଜି ପ୍ରଶ୍ନପତ୍ର ଲିକ୍ ; ସୁପ୍ରିମକୋର୍ଟଙ୍କ କଡା ନିର୍ଦେଶ

ନୂଆଦିଲ୍ଲୀ : ଆଜି ନିଟ୍ –ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷାରେ ହୋଇଥିବା ଅନିୟମିତତା ଅଭିଯୋଗ ସମ୍ପର୍କରେ ସୋମବାର ସର୍ବୋଚ୍ଚ ନ୍ୟାୟାଳୟରେ ଏନେଇ ଶୁଣାଣି ହୋଇଛି। ମାମଲା ନେଇ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ। ଏହାସହିତ ତଦନ୍ତର ଅଗ୍ରଗତି ନେଇ ସିବିଆଇକୁ ଷ୍ଟାଟସ୍ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି।

ଏ ସଂକ୍ରାନ୍ତରେ ଜୁଲାଇ ୧୦ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ନିଟ୍ –ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ଏନଟିଏ, ସିବିଆଇ ଓ କେନ୍ଦ୍ର ସରକାରଙ୍କୁ ସତ୍ୟପାଠ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପେପର ଲିକରୁ କେଉଁ ପରୀକ୍ଷାର୍ଥୀ ଫାଇଦା ନେଇଛନ୍ତି, ସେମାନଙ୍କୁ ଏନଟିଏକୁ ଚିହ୍ନଟ ପାଇଁ ନିର୍ଦେଶ ଦେଇଛନ୍ତି। କେଉଁ ସହର ଓ ପରୀକ୍ଷା କେନ୍ଦ୍ରରେ ନିଟ୍ –ୟୁଜି ପ୍ରଶ୍ନପତ୍ର ଲିକ୍ ହୋଇଛି ତାହାର ସଠିକ୍ ତଥ୍ୟ ସଂଗ୍ରହ ପାଇଁ କହିଛନ୍ତି। ଜୁଲାଇ ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ପ୍ରକାଶ କରିଛନ୍ତି।

Comments are closed.