www.samajalive.in
Monday, December 15, 2025
27.1 C
Bhubaneswar

ଇଂଲଣ୍ଡ ଗୋଟିଏ ବି​‌ ଟେଷ୍ଟ ଜିତିପାରିବ ନାହିଁ: ଗମ୍ଭୀର

ମୁମ୍ବଇ: ଭ୍ରମଣକାରୀ ଇଂଲଣ୍ଡ ଓ ଘରୋଇ ଭାରତୀୟ କ୍ରିକେଟ୍ ଦଳ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବାକୁ ଥିବା ବେଳେ ଇଂଲଣ୍ଡ ଦଳ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ୍‌ରେ ବିଜୟୀ ହୋଇପାରିବ ନାହିଁ ବୋଲି ମତ ଦେଇଛନ୍ତି ପୂର୍ବତନ ଭାରତୀୟ ଓପନର୍‌ ଗୌତମ ଗମ୍ଭୀର।

ଚଳିତଥର ଇଂଲଣ୍ଡ କ୍ରିକେଟ୍‌ ଦଳ ଯେଉଁ ସ୍ପିନରଙ୍କୁ ନେଇ ଭାରତ ଆସିଛି ସେମାନେ ଭାରତୀୟ ପିଚ୍‌ରେ ସଫଳତା ପାଇବା ଆଶା କମ୍‌ ତେଣୁ ଏହି ଦଳ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ୍ ଜିତିବା ଅସମ୍ଭବ ବୋଲି ଗମ୍ଭୀର ଏକ ଆଲୋଚନାଚକ୍ରରେ ଯୋଗ ଦେଇ କହିଛନ୍ତି। ସୂଚନାଥାଉକି ଇଂଲଣ୍ଡ ଟେଷ୍ଟ ଦଳରେ ମୋଇନ୍‌ ଅଲ୍ଲି, ଡୋମ୍‌ ବେସ୍‌ ଓ ଜ୍ୟାକ୍ ଲିଚ୍‌ ସ୍ପିନର ଭାବେ ରହିଛନ୍ତି। ମୋଇନ୍‌ ଅଲ୍ଲି ୬୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ୧୮୧ଟି ୱିକେଟ୍ ହାସଲ କରିଥିବା ବେଳେ ବେସ୍‌ ଓ ଲିଚ୍‌ ୧୨ଟି ଲେଖାଏଁ ଟେଷ୍ଟ ମ୍ୟାଚ୍‌ ଖେଳି ଯଥାକ୍ରମେ ୩୧ ଓ ୪୪ଟି ୱିକେଟ୍ ହାସଲ କରିଛନ୍ତି। ଗମ୍ଭୀର ନିଜ ପ୍ରତିକ୍ରିୟାରେ କହିଛନ୍ତି ଟେଷ୍ଟ ସିରିଜ୍‌ରେ ଭାରତ ୩-୦ରେ ବିଜୟୀ ହେବ। ଦୁଇ ଦଳ ମଧ୍ୟରେ ଗୋଟିଏ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଅନୁଷ୍ଠିତ ହେଉଥିବାରୁ ଏହି ମ୍ୟାଚ୍ ଡ୍ର ରହିବାର ସମ୍ଭାବନା ରହିଥିବା ଗମ୍ଭୀର ମତ ଦେଇଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିବା ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ୍‌ ଭାରତ ବିପକ୍ଷ ସିରିଜ୍‌ରେ ଏକ ନୂଆପ୍ରକାର ଆହ୍ବାନର ସମ୍ମୁଖୀନ ହେବେ ବୋଲି ଗମ୍ଭୀର କହିଛନ୍ତି। ଭାରତୀୟ ଦଳରେ ଯଶପ୍ରୀତ୍‌ ବୁମରାଙ୍କ ଭଳି ଦ୍ରୁତ ବୋଲର ଓ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କ ପରି ସ୍ପିନର ରହିଥିବାରୁ ସେମାନଙ୍କୁ ମୁକାବିଲା କରିବା ଇଂଲଣ୍ଡ ବ୍ୟାଟସମ୍ୟାନ୍‌ଙ୍କ ନିମନ୍ତେ କଷ୍ଟକର ହେବ ବୋଲି ଗମ୍ଭୀର ମତ ଦେଇଛନ୍ତି। ଅନ୍ୟପକ୍ଷରେ ଟେଷ୍ଟ ଓ ଦିନିକିଆରେ କୋହଲିଙ୍କ ନେତୃତ୍ବ ଉପରେ ସେ କେବେ ବି ପ୍ରଶ୍ନ ଉଠାଇନଥିବା ଗମ୍ଭୀର ସ୍ପଷ୍ଟ କରି ଦେଇଛନ୍ତି। ତେବେ ଟ୍ବେଣ୍ଟି୨୦ରେ କୋହଲି ଯେପରି ଭାବେ ଦଳର ନେତୃତ୍ବ ନେଉଛନ୍ତି ସେଥିରେ ଉନ୍ନତି ଆଣିବାର ଆବଶ୍ୟକତା ରହିଥିବା ଗମ୍ଭୀର କହିଛନ୍ତି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories