www.samajalive.in
Saturday, December 6, 2025
17.1 C
Bhubaneswar

ସନ୍ଧ୍ୟା ୫ଟା – ମୁଖ୍ୟ ଖବର

–ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ନୃଶଂସ ହତ୍ୟା। ଲଇକେରା ଥାନା ସରିଗିଗୁଡ଼ା ଘରେ ଟାଙ୍ଗିଆରେ ଆକ୍ରମଣ ହୋଇଥିଲା। ଝାରସୁଗୁଡ଼ାର ଏକ ଘରୋଇ ମେଡ଼ିକାଲରେ ମୃତ ଘୋଷଣା କଲେ ଡାକ୍ତର।

–ରାୟଗଡ଼ା: ବିଷମକଟକ ଥାନା କାଳିପଙ୍ଗା ଗାଁରେ ଦୁଃଖଦ ଘଟଣା। ବିଲରେ କାମ କରୁଥିବାବେଳେ ବଜ୍ରପାତ ଯୋଗୁଁ ଦମ୍ପତ୍ତିଙ୍କ ମୃତ୍ୟୁ। ବଜ୍ରପାତରେ ଅନ୍ୟ ଦୁଇ ଗୁରୁତର, ବିଷମକଟକ ଡାକ୍ତରଖାନାରେ ଭର୍ତ୍ତି।

- Advertisement -

–ଆସନ୍ତାକାଲି ବସିବ ବିଜେପିର କାର୍ଯ୍ୟକାରୀଣି ବୈଠକ। ଆଗାମୀ ରଣନୀତି ନେଇ ଭର୍ଚୁଆଲ ମୋଡ଼ରେ ହେବ ଆଲୋଚନା। ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା

–ବିଜୁ ମହିଳା ଜନତା ଦଳର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ। ୫ ଉପଦେଷ୍ଟା, ୩ କାର୍ଯ୍ୟକାରୀ ସଭାପତି, ମହାସଚିବ ଓ କୋଷାଧ୍ୟକ୍ଷ ନିଯୁକ୍ତ।
ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରିତା ତରାଇ, ଲତିକା ପ୍ରଧାନ, ନନ୍ଦିନୀ ଦେବୀଙ୍କୁ ଉପଦେଷ୍ଟା ଦାୟିତ୍ବ।

–ସୁବାସିନୀ ଜେନା, ସୁଲତା ଦେଓ, ନିବେଦିତା ମହାନ୍ତି କାର୍ଯ୍ୟକାରୀ ସଭାପତି; କସ୍ତୁରୀ ମହାପାତ୍ର ମହାସଚିବ, ଜୟଶ୍ରୀ ଦାସ ବିଜୁ ମହିଳା ଜନତା ଦଳର କୋଷାଧ୍ୟକ୍ଷ ନିଯୁକ୍ତ

–ବିଜୁ ମହିଳା ଜନତା ଦଳର ୭ ଜୋନ ସଭାପତି, ୯ ବରିଷ୍ଠ ଉପସଭାପତି, ୨୭ ଉପସଭାପତି, ୩୫ ସାଧାରଣ ସମ୍ପାଦକ, ୩୬ ସମ୍ପାଦକ, ୨୮ ଯୁଗ୍ମ ସମ୍ପାଦକ

–ଜୁଲାଇ ୧ ପର୍ଯ୍ୟନ୍ତ ଭୁବନେଶ୍ବର ୟୁନିଟ୍‍ -୪ ଓ ବାପୁଜୀ ନଗରରେ ଥିବା ସମସ୍ତ ଆମିଷ ମାର୍କେଟ ସିଲ୍‍

–ସପ୍ତାହାନ୍ତ  ସଟଡାଉନ ସମୟରେ ପୁଲିସର ଜୋରଦାର ପାଟ୍ରୋଲିଂ

–ରାଜ୍ୟରେ ଦିନକରେ ୩୪୦୮ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ; ସଂଗରୋଧରୁ ୧୯୪୩ ଓ ସ୍ଥାନୀୟ ସଂକ୍ରମିତ ୧୪୬୫

–ରାଜ୍ୟରେ ୨୪ ଘଣ୍ଟାରେ ଆଉ ୩୯ ଆକ୍ରାନ୍ତ ମୃତ ; ମୋଟ ମୃତ୍ୟୁ ସଂଖ୍ୟା ୩୮୮୭ ରେ ପହଞ୍ଚିଲା

–ପ୍ରଧାନମନ୍ତ୍ରୀଙ୍କ ମନ୍‍ କି ବାତ୍‍ ;  ଟୋକିଓ ଅଲିମ୍ପିକ୍ସ ପାଇଁ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବର ସହ ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଦେଶବାସୀଙ୍କୁ ଆହ୍ବାନ। ଦିବଙ୍ଗତ ଆଥଲେଟ ମିଲଖା ସିଂହଙ୍କୁ ମନେ ପକାଇଛନ୍ତି ମୋଦୀ

–ଦେଶରେ ଟିକାକରଣ ଅଭିଯାନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ; ଜୁନ ୨୧ରେ ରେକର୍ଡ ସଂଖ୍ୟକ ଟିକାକରଣ, ଦିନକରେ ୮୬ ଲକ୍ଷରୁ ଅଧିକ ଲୋକଙ୍କୁ କରାଯାଇଛି ଟିକାକରଣ।

–ଦେଶରେ ୨୪ ଘଣ୍ଟାରେ ଆଉ ୫୦ ହଜାର ୦୪୦ ନୂଆ କରୋନା ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୨,୩୩,୧୮୩କୁ ବୃଦ୍ଧି। ସପ୍ତାହିକ ପଜିଟିଭ ହାର ୫% ରୁ କମ ରହିଥିବା ବେଳେ ଏବେ ଏହା ୨.୯୧% ରହିଛି

–ଦୈନିକ ପଜିଟିଭ ହାର ୨.୮୨% ରହିଥିବା ବେଳେ ୨୦ ଦିନ ହେବ ଏହା ୫% ରୁ କମ

–ଚିକିତ୍ସାଧୀନ ଅବସ୍ଥାରେ ଆଉ ୧ ହଜାର ୨୫୮ ଆକ୍ରାନ୍ତଙ୍କ ମୃତ୍ୟୁ ; ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୯୫,୭୫୧

–ଦିନକରେ ଆଉ ୫୭,୯୪୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୯୨,୫୧,୦୨୯ ସୁସ୍ଥ। ଆରୋଗ୍ୟହାର ୯୬.୭୫%

୫,୮୬,୪୦୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

–ଉତ୍ତରପ୍ରଦେଶରେ ଏକାକି ନିର୍ବାଚନ ଲଢିବ ବିଏସପି ; ଏଆଇଏମଆଇଏମ ସହିତ ମେଣ୍ଟ ହେବନାହିଁ ବୋଲି ସ୍ପଷ୍ଟକଲେ ମାୟାବତୀ

–ତାଲିବାନକୁ ମିଳୁଛି ପାକିସ୍ତାନ ନାଗରିକଙ୍କ ବିପୁଳ ସମର୍ଥନ ; ଆଫଗାନିସ୍ତାନରେ ଚାଲିଥିବା ଆକ୍ରମଣ, ବିସ୍ଫୋରଣ ପାଇଁ ତାଲିବାନ ଦାୟୀ ନୁହେଁ: ପାକ୍‍ ବୈଦେଶିକ ମନ୍ତ୍ରୀ

–୧୨ରୁ ୧୮ ବର୍ଷଙ୍କ ପାଇଁ ମିଳିବ ଜାଇଡସ କାଡିଲା ଟିକା; କ୍ଲିନିକାଲ ପରୀକ୍ଷା ଶେଷ

–ଆଜିଠାରୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ତିନିଦିନିଆ ପୂର୍ବ ଲଦାଖ ଗସ୍ତ ; ସେନା ମୁଖ୍ୟ ଜେନେରାଲ ଏମ ଏମ ନର୍ବାଣେ ମଧ୍ୟ ଯିବେ; ଭାରତୀୟ ସେନାର ରଣ ପ୍ରସ୍ତୁତିର ଟିକିନିଖି ସମୀକ୍ଷା କରାଯିବ

–‘ଭାଇରସ ସଟ୍ ଆଉଟ’ କାର୍ଡ ର ବେଧଡ଼କ ବିପଣୀ ;ଉପାଦେୟତା ବିଷୟରେ କ୍ରେତା, ବିକ୍ରେତା ଅଜ୍ଞ

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories