www.samajalive.in
Saturday, December 13, 2025
26.1 C
Bhubaneswar

ରାତି ୯ଟା- ମୁଖ୍ୟ ଖବର

–କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ 

–ଦେଶର କରୋନା ସ୍ଥିତିକୁ ଦେଖି ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ଘୋଷଣା 

–ଆଜି ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମୀକ୍ଷା ବୈଠକ

–ସମୀକ୍ଷା ବୈଠକ ପରେ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଛି।

–ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ବାସ୍ଥ୍ୟ ସହିତ କୌଣସି ବୁଝାମଣା ହେବ ନାହିଁ,ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟ ଗୁରୁତ୍ବପୂର୍ଣ୍ଣ, ଅନ୍‌ଲାଇନ କିମ୍ବା ଅଫଲାଇନରେ ପରୀକ୍ଷା କରାଇବା ସମ୍ଭବ ନୁହେଁ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ : ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନା ଏକ ବର୍ଷ ପାଇଁ ବୃଦ୍ଧି

–ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍‍. ଜୟଶଙ୍କର ଆଜି ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ

–କୋଭିଡ ମହାମାରୀ କାଳରେ ଦାଦନ ଶ୍ରମିକମାନଙ୍କର ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଜାତୀୟ ମାନବିକ ଅଧିକାର ଆୟୋଗ ପକ୍ଷରୁ ମାର୍ଗଦର୍ଶିକା ଜାରି 

– କରୋନାରେ ମାବାପାଙ୍କୁ ହରାଇଛନ୍ତି ୯୩୦୦ ଶିଶୁ; ସୁପ୍ରିମକୋର୍ଟରେ ଏନସିପିସିଆର ଦାଖଲ କଲା ସତ୍ୟପାଠ

–ଜେଏସପିଏଲ ପରିସରରେ କୋଭିଡ ଯତ୍ନ କେନ୍ଦ୍ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

–କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ୍ କରିବା ଦିଗରେ ପ୍ରାଥମିକତା ଦେଉଛନ୍ତି

–ଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଭାବ ରହିବ ନାହିଁ, ମହାମାରୀ କୋଭିଡକୁ ସାମ୍ନା କରିବା ପାଇଁ କର୍ପୋରେଟ ଅନୁଷ୍ଠାନ ଗୁଡ଼ିକ ଉଦ୍ୟମ ଜାରୀ ରଖିଛନ୍ତି

–ବିଗତ ୨ ମାସରେ ଜେଏସପିଏଲ କମ୍ପାନୀ ଦେଶର ବିଭିନ୍ନ ଅଞ୍ଚଳକୁ ୩ ହଜାର ମେଟ୍ରିକ୍‍ ଟନର ଅମ୍ଲଜାନ ଯୋଗାଇ ଦେଶର ଆବଶ୍ୟକତା ପୂରଣ କରିଛି

– କରୋନା ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା

– ଦେଶରେ  କରୋନା ମୃତକଙ୍କ ସଂଖ୍ୟା ହ୍ରାସ ; ନୂଆ ଆଉ ସଂକ୍ରମିତ ୧.୨୭ ଲକ୍ଷ

–ଦେଶରେ ସଂକ୍ରମଣ ହାର ଉଲ୍ଲେଖନୀୟ ଭାବେ କମୁଛି

–ଦେଶରେ କରୋନା ଆରୋଗ୍ୟ ହାର ୯୨.୦୯ ପ୍ରତିଶତକୁ ବୃଦ୍ଧି 

– ପିଲାଙ୍କୁ କରୋନା ନେଇ ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ.ପଲଙ୍କ ସୂଚନା

–ପିଲାଙ୍କୁ କରୋନା ସଂକ୍ରମଣ ହେଉ ଥିଲେ ବି ଗୁରୁତର ଅବସ୍ଥାକୁ ନେଉନାହିଁ।
– ଅତି ଅଳ୍ପ କେସରେ ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡୁଛି, କିନ୍ତୁ ଭୂତାଣୁ ତା’ର ରୂପ ବଦଳାଉଛି 
– କରୋନାରୁ ସୁସ୍ଥ ହେଲା ପରେ ୨ରୁ୬ ସପ୍ତାହ ପରେ ପୁଣି ସମସ୍ୟା ଉପୁଜୁଛି, ଏଥିପ୍ରତି ସତର୍କ ରହିବା, କୋଭିଡ ନିୟମ ମାନିବା ଉଚିତ

– ଯେଉଁ ଟିକା ପ୍ରଥମ ପାନ ନେଇଛନ୍ତି, ସେହି ଟିକା ଦ୍ବିତୀୟ ପାନ ନିଅନ୍ତୁ, ଆଦୌ ଟିକା ମିଶ୍ରଣ କରନ୍ତୁ ନାହିଁ, ଏହା ବୈଜ୍ଞାନିକ ଅନୁମତି ନାହିଁ

ରାଜ୍ୟ ସରକାରଙ୍କ ପକ୍ଷରୁ ହ୍ବାଟସ୍ଆପ୍ ଜରିଆରେ ପ୍ରଦାନ କରାଯାଉଥିବା କୋଭିଡ୍ ସହାୟତା କାର୍ଯ୍ୟକ୍ରମରେ କେତେକ ନୂତନ ସେବା ଆରମ୍ଭ କରାଯାଇଛି

ଏଥିରେ ଟୀକାକରଣ ସ୍ଲଟ୍ ବୁକିଂ ଏବଂ କୋଭିଡ୍ ସମ୍ବନ୍ଧୀୟ ବିଭିନ୍ନ ସୂଚନା ପାଇପାରିବେ, ହ୍ବାଟସ୍‌ଆପ୍ ନମ୍ବର: 9337929000ରେ ଅଥବା wa.me/919337929000 ଲିଙ୍କ୍ କରନ୍ତୁ

– ରାଜ୍ୟ ସକରାରଙ୍କ ବିଶ୍ବସ୍ତରୀୟ ଟିକା ଟେଣ୍ଡରକୁ ଟିକା ଉତ୍ପାଦନକାରୀଙ୍କ ଅନାଦର

ବିଡିଂକୁ ଆସିଲେନି ଉଭୟ ସେରମ ଓ ଭାରତ ବାୟୋଟେକ୍‌

– ଟିକା ଯୋଗାଣ ନେଇ କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ଅର୍ଡରଠାରୁ ବହୁତ କମ ଟିକା ମିଳିବାରୁ ବିଶ୍ବସ୍ତରୀୟ ଟେଣ୍ଡର ଡକାଇଥିଲୁ

– ଟିକା ବଣ୍ଟନ ନୀତି କୋହଳ କରିବାକୁ ଦାବି, ସ୍ଥାନୀୟ ଆବଶ୍ୟକତାକୁ ଦେଖି ଟିକା ଦେବାକୁ କ୍ଷମତା ଦିଆଯାଉ, ଇଣ୍ଟରନେଟ ନ ଥିବା ଅଞ୍ଚଳରେ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ

– ଟିକା ପଞ୍ଜୀକରଣ ନିୟମ କୋହଳ କରିବା ନେଇ ଚିଠିରେ ଉଲ୍ଲେଖ କଲେ

–ଟିକାକରଣ ନେଇ ରାଜ୍ୟ ସରକାରଙ୍କୁ ଅଧିକ କ୍ଷମତା ଦିଆଯାଉ।

– ଯୁକ୍ତ ୨ ପିଲା ଓ ତାଙ୍କ ପରିବାରକୁ ଟିକା ଦେବାକୁ ସରକାରଙ୍କ ଲକ୍ଷ୍ୟ। ଅଗ୍ରାଧିକାର ଭିତ୍ତିରେ ଟିକା ଦେବା ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ

– ରାଜ୍ୟରେ ୮୭୩୫ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୨୨୨; ଦିନକରେ ୩୭ ମୃତ

– ବିଶିଷ୍ଟ ଇଂରାଜୀ କବି ତଥା ପଦ୍ମଶ୍ରୀ ଜୟନ୍ତ ମହାପାତ୍ର କରୋନା ସଂକ୍ରମିତ ; ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

– ଗୁଗୁଲ ମାନଚିତ୍ରରେ ଗୁରୁତର ତ୍ରୁଟି, ଓଡ଼ିଶାର ପର୍ଯ୍ୟଟନସ୍ଥଳ ଆନ୍ଧ୍ରରେ

– ରାଜ୍ୟରେ ୮୭୩୫ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୨୨୨; ଦିନକରେ ୩୭ ମୃତ

– କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ଅସୁସ୍ଥ ; ହସ୍ପିଟାଲରେ ଭର୍ତ୍ତି

– ପ୍ରଦୂଷଣ ଓ ପରିବେଶ ଉପରେ ପର୍ୟ୍ୟବସିତ ପ୍ରଥମ ମ୍ୟୁଜିକ ଭିଡିଓ ‘ପୃଥିବୀ ମନ୍ଥନ’

– କୋଭିସିଲ୍ଡ ଟିକା ନେବା ପରେ ସୃଷ୍ଟି ହେଉନି ଆଣ୍ଟିବଡି ; ଥାନାରେ କମ୍ପାନୀ ନାମରେ ଅଭିଯୋଗ କଲେ ବ୍ୟକ୍ତି

– ରେଟିନା ଏବଂ ଏହାର ସ୍ନାୟୁକୁ କ୍ଷତି ପହଞ୍ଚାଉଛି କୋଭିଡ

– ଗୋଟିଏ ପାନ ଟିକା ଯଥେଷ୍ଟ ପ୍ରଭାବଶାଳୀ କି ? ଗବେଷଣା କରିବେ ସରକାର

– ଆମଦାନୀ ହୋଇପାରିବନି ୧୦୮ ସାମରିକ ଉପକରଣ; ପ୍ରକାଶ ପାଇଲା ତାଲିକା

– କର୍ମଚାରୀ ଭବିଷ୍ୟନିଧି ସଂଗଠନରୁ କୋଭିଡର ଦ୍ୱିତୀୟ କିସ୍ତି ଅଗ୍ରୀମ ଉଠାଇହେବ

– ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କୁ ସିବିଡିଟିର ଅତିରିକ୍ତ ଅଧ୍ୟକ୍ଷ ଦାୟିତ୍ବ

– ଅର୍ଥନୀତି ଉପରେ କୋଭିଡର ସାଂଘାତିକ ପ୍ରହାର; ଅଭିବୃଦ୍ଧି ବିଯୁକ୍ତ ୭.୩%

– ଭାରତରେ ଠାବ କୋଭିଡ ଭାରିଆଣ୍ଟ ‘ଡେଲଟା’; ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନାମକରଣ

– ଆମେରିକା ବିଶେଷଜ୍ଞଙ୍କ ଚେତାବନୀ, ଆସିପାରେ ‘କୋଭିଡ-୨୬, ୩୨’ ଭଳି ମହାମାରୀ

– ଚୀନରୁ ଆସୁଛି ଆଉ ଏକ ବିପଦ: ମଣିଷ ଶରୀରରେ ବାର୍ଡ ଫ୍ଲୁ ଭୂତାଣୁ, ବିଶ୍ଵରେ ପ୍ରଥମ ମାମଲା

– କରୋନାରେ ବିଶିଷ୍ଟ ଫୁଟବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କର ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories