www.samajalive.in
Thursday, December 11, 2025
16.1 C
Bhubaneswar

ସରଣ୍ଡାପାଲି ଉଚ୍ଚ ବିଦ୍ୟାଳୟରେ ବିଦାୟୀ ସମ୍ବର୍ଦ୍ଧର୍ନା

ବରପାଲି: ବରପାଲି ବ୍ଲକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସହକାରୀ ଶିକ୍ଷକ ଉଦ୍ଧବ ଚରଣ ବେହେରାଙ୍କୁ ପରିଚାଳନା କମିଟି ପକ୍ଷରୁ ଅବସର କାଳିନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି। ମଙ୍ଗଳବାର ପୁର୍ବାହ୍ନରେ ସ୍କୁଲ ପ୍ରାଧାନ ଶିକ୍ଷକ ମନୋଜ କୁମାର ହରିପାଲଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା। ସମ୍ମାନିତ ଅତିଥି ଭାବରେ ସହକାରୀ ଶିକ୍ଷକ ଭରତଚନ୍ଦ୍ର ଗିରି,ଧରମପାଲ ସେଠ,ସୁଶିଲ କୁମାର ନାଏକ,ସରଧାପାଲି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋଜ କୁମାର ବାରିକ ଓ ବନ୍ଧପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାମଲ୍ଲିକ,ବିଦ୍ୟାଳୟର ପୁର୍ବତନ ଶିକ୍ଷକ ଭବାନୀ ଶଙ୍କର ସାହୁ ଓ ଶିକ୍ଷୟତ୍ରୀ ବନ୍ଦିତା ଦାସ ପ୍ରମୁଖ ମଞ୍ଚାଶିନ ହୋଇଥିଲେ। ଅତିଥି ମାନେ ବିଦାୟୀ ସହକର୍ମୀ ଶିକ୍ଷକଙ୍କ କାର୍ଯ୍ୟଶୈଳି, ମାନବିକତା, ଶୃଖଂଳାଗତ କାର୍ଯ୍ୟକଳାପ, ଛାତ୍ର ବତ୍ସଳତା ସହ ସହକର୍ମିଙ୍କ ସହ ସୁସମ୍ପର୍କ ସମ୍ବନ୍ଧରେ ଆଲୋକପାତ କରିଥିଲେ।

ପ୍ରଧାନଶିକ୍ଷକ ହରିପାଲ ବାବୁ ଉଦ୍ଧବ ବାବୁଙ୍କୁୁ ଉତ୍ତରିୟ ଓ ମାନପତ୍ର ପ୍ରଦାନ ମାଧ୍ୟମରେ ସମ୍ବର୍ଦ୍ଧିତ କରିଥିଲେ। ସହକାରୀ ଶିକ୍ଷୟତ୍ରୀ ସୁନିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସହକାରୀ ଶିକ୍ଷକ ଭରତ କୁମାର ଗିରୀ ସ୍ୱାଗତ ଜଣାଇଥିଲେ। ପରିଚାଳନାରେ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ସହ କର୍ମଚାରୀ ମଣ୍ଡଳି ସହାୟତା କରିଥିଲେ। କୋଭିଡ଼ କଟକଣାକୁ ସମ୍ମାନ ଜଣାଇ କାର୍ଯ୍ୟକ୍ରମଟି ସଂଚାଳିତ ହୋଇଥିଲା।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories