–ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ବାତ୍ୟା ପ୍ରଭାବିତଙ୍କ ୭ଦିନ ପର୍ଯ୍ୟନ୍ତ ଦିଆଯିବ ରିଲିଫ। ୧୨୮ଟି ପ୍ରଭାବିତ ଗାଁଲୋକଙ୍କୁ ୭ଦିନ ଯାଏଁ ମିଳିବ ରିଲିଫ।
–ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟ ରାସ୍ତାକୁ ୨୪ଘଣ୍ଟା ମଧ୍ୟରେ ମରାମତି କରାଯିବ। ୨୪ ଘଣ୍ଟା ମଧ୍ୟରେ ୮୦% ବିଦ୍ୟୁତ ଯୋଗାଣ ସ୍ବାଭାବିକ କରିବାକୁ ନିର୍ଦେଶ
–ଛାଡିଲା ବାତ୍ୟା, ବଢିଲା ଦୁର୍ଦଶା: ୟସ ପ୍ରଭାବରେ ଅଶାନ୍ତ ହେଲା ସମୁଦ୍ର, ଅସ୍ଥାୟୀ ବାତ୍ୟାଆଶ୍ରୟସ୍ଥଳି ନିକଟକୁ ମାଡି ଆସିଲା ଲୁଣା ଜୁଆରଢେଉ
–ଆଖଣ୍ଡଳମଣି ତିହିଡିପ ଚାନ୍ଦବାଲି ମୁଖ୍ୟ ରାସ୍ତାର ଆଶ୍ରମଛକ ନିକଟରେ ୨ଫୁଟ ଉଚ୍ଚରେ ପ୍ରବାହିତ ହେଉଛି ଲୁଣାପାଣି। ୧୫ଗୋଟି ଗାଁକୁ ଯୋଗାଯୋଗ ବାଧାପ୍ରାପ୍ତ
– ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ମୟୂରଭଞ୍ଜ ଜିଲାରେ ଘଣ୍ଟାପ୍ରତି ୯୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବ। ବାତ୍ୟା ୟସ୍ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି।
–ବାତ୍ୟାରେ ଦୁଇ ଜଣଙ୍କ ମୃତ୍ୟୁ : ସ୍ୱତନ୍ତ୍ର ରିଲିଫ କମିଶନର, ବାଲେଶ୍ୱରରେ ଜଣେ ଓ କେନ୍ଦୁଝରରେ ଜଣଙ୍କର ମୃତ୍ୟୁ
–ବାଲେଶ୍ୱର ଗସ୍ତରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୁନରୁଦ୍ଧାର କାମର କରିବେ ତଦାରଖ
– ବାତ୍ୟା ୟାସ୍ ସ୍ଥଳଭାଗ ଛୁଇଁବା ପରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଜାରି ରହିଛି। ସୁନ୍ଦରଗଡ଼ ଜିଲାର କେତେକ ଅଞ୍ଚଳରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି।
– ବିଶେଷ କରି ସୁନ୍ଦରଗଡ଼ ଜିଲାର ନୂଆଗାଁ, କୁଆଁରମୁଣ୍ଡା, ବିଶ୍ରା, ଲାଠିକଟା, ଲହୁଣୀପଡା, କୋଇଡା ଆଦି ଅଞ୍ଚଳରେ ବର୍ଷା ପବନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ସୂଚନା ଦେଇଛନ୍ତି ଜିଲାପାଳ ନିଖିଲ ପବନ କଲ୍ୟାଣ।
– ବାତ୍ୟା ୟାସ୍ର ଲ୍ୟାଣ୍ଡଫଲ୍ ନେଇ ଭାରତୀୟ ପାଣିପାଗ ବିଭାଗ ମହା ନିର୍ଦେଶକ ମୃତ୍ୟୁୟଞ୍ଜୟ ମହାପାତ୍ରଙ୍କ ସୂଚନା- ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଉପକୂଳ ଅତିକ୍ରମ କରିଛି ୟସ୍। ଉପକୂଳ ଅତିକ୍ରମ ବେଳେ ପବନ ୧୩୦ରୁ ୧୫୦କିମି ଥିଲା।
– ଆସନ୍ତାକାଲି ସକାଳେ ଡିପ୍ ଡିପ୍ରେସନ ହୋଇ ଝାଡ଼ଖଣ୍ଡ ମୁହାଁଇବ ୟସ। ସାମୁଦ୍ରିକ ଜୁଆର କମିଛି, ଏବେ ୨ ମିଟର ପର୍ଯ୍ୟନ୍ତ ଉଠିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ମହା ନିର୍ଦେଶକ ମୃତ୍ୟୁୟଞ୍ଜୟ ମହାପାତ୍ର କହିଛନ୍ତି।
– ଆଜି ଠିକ୍ ସକାଳ ୯ଟା ବେଳେ ଧାମରା ଠାରେ ପହଞ୍ଚି ଥିଲା ବାତ୍ୟା ୟସ। ଏହା ଅତି ଭୀଷଣ ରୂପରେ ଲ୍ୟାଣ୍ଡଫଲ ପ୍ରକ୍ରୟା ଆରମ୍ଭ କରିଥିଲା । ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍ ହୋଇଥିଲା। ଏହି ସମୟରେ ପବନର ବେଗ ୧୩୦ରୁ ୧୪୦ କିମି ରହିଥିଲା। ଲ୍ୟାଣ୍ଡଫଲ ପ୍ରକ୍ରିୟା ୩ରୁ୪ ଘଣ୍ଟା ଧରି ଚାଲିଥିଲା। ଏହି ସମୟରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ଘଟିଛି।
– ବାତ୍ୟା ‘ୟସ’ର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଶେଷ। ଆଗାମୀ ୧୨ ଘଣ୍ଟା ମୟୂରଭଞ୍ଜ ପାଇଁ ଗୁରୁତ୍ୱପୂର୍ଣ୍ଣ। ବାତ୍ୟା ଅପଡେଟ ସଂପର୍କରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି।
– ବାତ୍ୟା ଏବେ ଉପକୂଳ ଅତିକ୍ରମ କରିଛି। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ସର୍ବାଧିକ ୧୩୦ରୁ ୧୪୦ କିଲୋ ମିଟର ବେଗରେ ପବନ ହୋଇଛି। ନୀଳଗିରି ଅଞ୍ଚଳରେ ବ୍ୟାପକ ଗଛ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି।
–ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମି ବିଶେଷ କ୍ଷତିଗ୍ରସ୍ତ ହୋଇନଥିବା ସୂଚନା ମିଳିଛି। ପବନ କ୍ରମେ ମୟୂରଭଂଜ ଜିଲ୍ଲାରେ ବଢ଼ିବାକୁ ଲାଗିବ। ଏଥିପାଇଁ ଆଗାମୀ ୧୨ ଘଣ୍ଟା ଏହି ଜିଲା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ-ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ବାତ୍ୟା ୟାସ୍ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି।
– ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ନେଇ ମୟୂରଭଞ୍ଜ ଜିଲାପାଳଙ୍କ ସୂଚନା। ଏଥିଯୋଗୁଁ ବୁଢାବଳଙ୍ଗ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ଫଳରେ ବୁଢାବଳଙ୍ଗ ନଦୀ କୂଳରେ ଥିବା ଜନବସତିର ତଳୁଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଲାଗି ନିର୍ଦେଶ ଦେଇଛନ୍ତି ଜିଲାପାଳ
– ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ମୟୂରଭଞ୍ଜ କୁସୁମୀ ବ୍ଲକରେ ସର୍ବାଧିକ ୩୦୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୨୮୮, ରାଜନଗରରେ ୨୭୫, ଏରସମାରେ ୨୭୧ ମିମି ବର୍ଷା ହୋଇଥିବା ସୂଚନା ମିଳିଛି।
–ୟାସର ପ୍ରଭାବ ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା । ଯେଉଁଠି ପାଣି ଜମିଛି , ସେଠି ଅଫିସର ଅଛନ୍ତି। ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା ନାହିଁ
–ଆଜି ସକାଳ ପ୍ରାୟ ୯ଟା ବେଳେ ବାତ୍ୟା ‘ୟସ୍’ ବାହାନଗା ପାଖରେ ଲ୍ୟାଣ୍ଡଫଲ୍ କରିଛି। ଏହାର ପ୍ରଭାବରେ ଅଶାନ୍ତ ରହିଛି ବଙ୍ଗୋପସାଗର। ସମୁଦ୍ରରେ ୩ରୁ ୪ ଫୁଟ୍ ଉଚ୍ଚର ଜୁଆର କୂଳକୁ ମାଡ଼ି ଆସିଛି। ଏହି ପାଣି ଗାଁ ଭିତରକୁ ୨ କିମି ପର୍ଯ୍ୟନ୍ତ ମାଡ଼ି ଯାଇଥିବା ଦେଖିବାକୁ ମିଳିଛି
– ଆଜି ବୁଦ୍ଧ ପୂର୍ଣ୍ଣମୀ, ସଂପୂର୍ଣ୍ଣ ଚନ୍ଦ୍ରଗ୍ରହଣ
– ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୯୧୯ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୧୦୧୯
– ଦେଶରେଆଉ ୨,୦୮,୯୨୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୧,୫୭,୭୯୫ରେ ପହଞ୍ଚିଛି। ଚିକିତ୍ସାଧୀନ ଅବସ୍ଥାରେ ୪,୧୫୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ୩,୧୧,୩୮୮ରେ ପହଞ୍ଚିଛି
– ଚିଲିକାକୂଳ ତିନିଟି ଗାଁରେ ପଶିଲା ସମୁଦ୍ର ପାଣି; ବାତ୍ୟା ପ୍ରଭାବରେ ଭାଙ୍ଗିଲା ସୁରକ୍ଷା ପ୍ରାଚୀରର କିଛି ଅଂଶ
– ରାଜ୍ୟରେ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ; ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୫୮୪ରେ ପହଞ୍ଚିଛି
– ଓଡ଼ିଶାରେ ଦିନକରେ ନୂଆ ୧୧୬୨୩ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୨୦୨୧
ଜାତିସଂଘ ମହାସଚିବଙ୍କୁ ଭେଟିଲେ ଜୟଶଙ୍କର; ଟିକା ପ୍ରସଙ୍ଗରେ ହେଲା ଆଲୋଚନା
– ମଇ ୨୫ ସୁଦ୍ଧା ଦେଶରେ ୨୦ କୋଟିରୁ ଅଧିକ ପାନ ଟିକାକରଣ
– ବୁଦ୍ଧଦେବ ଭଟ୍ଟାଚାର୍ୟ୍ୟ କରୋନା ସଂକ୍ରମିତ; ହସପିଟାଲରେ ଭର୍ତ୍ତି
– ବୁର୍ଲା ଭିମସାର ଆଶୁଚିକିତ୍ସା ବିଭାଗରେ ନେଗେଟିଭ କୋଭିଡ଼ ରୋଗୀ ପିଜିଟିଭ ହେବାକୁ ନେଇ ଉତ୍ତେଜନା
– ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ସାରଙ୍ଗଯୋଡି ବଜାରରେ ଆଇ ଆଇ ସି ଙ୍କ ଉପସ୍ଥିତି , ଉଦ୍ୟମରେ ବୃଦ୍ଧଙ୍କ ଶବ ସତ୍କାର



