–ଓଜେଇଇ ପାଇଁ ରାଜ୍ୟରେ ୭ ଓ ରାଜ୍ୟ ବାହାରେ ୩ଟି ନୂଆ ପରୀକ୍ଷା କେନ୍ଦ୍ର। ଭବାନୀପାଟଣା, ବୌଦ୍ଧ, ଦେବଗଡ଼, କେନ୍ଦ୍ରାପଡ଼ା, ମାଲକାନଗରି, ନବରଙ୍ଗପୁର, ନୂଆପଡ଼ା, ପୁରୀ ଓ ସୁବର୍ଣ୍ଣପୁରରେ ଓଜେଇଇ ପରୀକ୍ଷା କେନ୍ଦ୍ର।
–ରାଜ୍ୟ ବାହାରେ ପାଟନା, ରାଞ୍ଚି ଓ କଲକାତାରେ ଓଜେଇଇ ପରୀକ୍ଷା କେନ୍ଦ୍ର କରାଯାଇଛି। କରୋନା କାଳରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଅନଲାଇନ ପରୀକ୍ଷା କେନ୍ଦ୍ର। ଜୁଲାଇ ୩୧ ପର୍ଯ୍ୟନ୍ତ ଓଜେଇଇ ପାଇଁ ଆବେଦନ ଲାଗି ଅବଧି ବୃଦ୍ଧି କରାଯାଇଛି।
–ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା- ଆଜି ରାଜ୍ୟରେ ସୁସ୍ଥ ହେଲେ ୨୨୦୪ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୯୪୭୩୮୧କୁ ବୃଦ୍ଧି
–ପ୍ରଖ୍ୟାତ ଅଭିନେତ୍ରୀ ଜୟନ୍ତୀଙ୍କର ବେଙ୍ଗାଲୁରୁଠାରେ ପରଲୋକ ଘଟିଛି। ସେ ବୟସ ଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା।
–ଟ୍ୟୁନିସିଆ ରାଷ୍ଟ୍ରପତି କାଇସ୍ ସୟେଦ୍ ପ୍ରଧାନମନ୍ତ୍ରୀ ହିଚେମ ମେଚିଚିଙ୍କୁ ପଦରୁ ହଟାଇ ପାର୍ଲାମେଣ୍ଟ ଭଙ୍ଗ କରିଛନ୍ତି। ଦେଶରେ ଶାନ୍ତି ଫେରିବା ପର୍ଯ୍ୟନ୍ତ ଜଣେ ନୂଆ ପ୍ରଧାନମନ୍ତ୍ରୀଙ୍କ ସହାୟତାରେ ସେ ଦାୟିତ୍ୱରେ ରହିବେ।
–ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ନୂଆଦିଲ୍ଲୀ ସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀଠାରେ କାର୍ଗିଲ ଯୁଦ୍ଧର ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭାରତୀୟ ସେନାବାହିନୀର ଅଦମ୍ୟ ସାହସ ଓ ବୀରତ୍ୱକୁ ସେ ସମ୍ମାନ ଜଣାଇଛନ୍ତି।
–ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ବୀରାବାଈ ଚାନୁଙ୍କୁ ମିଳିବ ପୁଲିସ ଚାକିରି। ଚାନୁଙ୍କୁ ଅତିରିକ୍ତ ଏସ୍ପି ଭାବେ ନିଯୁକ୍ତି ଦେବାକୁ ମଣିପୁର ସରକାରଙ୍କ ନିଷ୍ପତ୍ତି। ମଣିପୁରରେ ଅତିରିକ୍ତ ଏସ୍ପି(କ୍ରୀଡ଼ା) ଭାବେ ନିଯୁକ୍ତି ପାଇବେ।
–ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା-ସୌମ୍ୟଙ୍କ ପରିବାରକୁ ଦିଆଗଲା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ। କଟକ ମର୍କତନଗର ଥାନାରୁ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ନେଲେ ପରିବାର ଲୋକେ।
–୯୫% ପୋଡ଼ି ଯାଇଥିବାରୁ ମୃତ୍ୟୁ ହୋଇଥିବା ରିେପାର୍ଟରେ ଉଲ୍ଲେଖ। ପୋଡ଼ା ଦେହରୁ କିରାସିିନି ଗନ୍ଧ ଆସୁଥିବା , ପାକସ୍ଥଳି ଖାଲିଥିବା ଓ ସେଥିରୁ କୌଣସି ଦୁର୍ଗନ୍ଧ ଆସୁନଥିବା ଉଲ୍ଲେଖ।
–ଖରାପ ପାଗ ଯୋଗୁଁ ଦ୍ରାସ ସ୍ଥିତ କାର୍ଗିଲ ଯୁଦ୍ଧ ସ୍ମାରକୀ ସ୍ଥଳୀକୁ ରାଷ୍ଟ୍ରପତିଙ୍କ ଗସ୍ତକୁ ବାତିଲ କରାଯାଇଛି। ଦ୍ରାସଠାରେ ୨୨ତମ କାର୍ଗିଲ ବିଜୟ ଦିବସ ଉତ୍ସବରେ ଲଦାଖ ଉପରାଜ୍ୟପାଳ ଆର୍.କେ. ମାଥୁର ଅଧ୍ୟକ୍ଷତା କରିଛନ୍ତି।
–ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୂଯାୟୀ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଖରେ ୩ କୋଟି ୯ ଲକ୍ଷ ଡୋଜ୍ କରୋନା ପ୍ରତିଷେଧକ ଟିକା ମହଜୁଦ ରହିଛି। ଦେଶରେ କୋଭିଡ ଟିକା ନେଲେଣି ୪୩ କୋଟି ୫୧ ଲକ୍ଷ
–ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଗୋଟିଏ ଗୋଷ୍ଠୀର ମରଣାନ୍ତକ ଆକ୍ରମଣରେ ଅନ୍ୟ ଗୋଷ୍ଠୀର ୨ ଗୁରୁତର ; ଗୁରୁତରଙ୍କୁ ମେଡିକାଲରେ କରାଗଲା ଭର୍ତ୍ତି
–ଖୋଲିଲା ହୀରାକୁଦର ଆଉ ୨ଟି ଗେଟ୍ ; ବର୍ତ୍ତମାନ ୧୦ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ
–ପେଗାସସ ଓ କୃଷି ଆଇନକୁ ନେଇ ସଂସଦର ଉଭୟ ଗୃହରେ ହଟ୍ଟଗୋଳ
–ହାଇଦରର ଏନକାଉଣ୍ଟରରେ ମୃ୍ତ୍ୟୁ ଘଟଣା; ନିଜ ଆଡ଼ୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ, ମାମଲା ରୁଜୁ ସହ ନୋଟିସ୍ ଜାରି କଲେ ମାନବାଧିକାର କମିଶନ
–ଟ୍ୟାପରୁ ସର୍ବୋତ୍ତମ ଗୁଣମାନର ପାଣି ପାଇବାରେ ପୁରୀ ଭାରତର ପ୍ରଥମ ସହର
–କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପାଙ୍କ ଇସ୍ତଫା; ମୁଖ୍ୟମନ୍ତ୍ରୀ ଭାବେ ଦୁଇବର୍ଷ ପୂରଣ କରିବା ଦିନ ଦେଲେ ଇସ୍ତଫା
–ଦେଶପ୍ରେମର ଅନନ୍ୟ ନିଦର୍ଶନ: ୪୮୦ ଫଟୋରେ ବଖାଣିଲେ କାରଗିଲ୍ ଯୁଦ୍ଧର ସମ୍ପୂର୍ଣ୍ଣ କାହାଣୀ
–ଆଜି ଠାରୁ ରାଜଧାନୀ ଦିଲ୍ଲୀରେ ଖୋଲିଲା ମଲ୍ଟିପ୍ଲେକ୍ସ ଓ ସିନେମା ହଲ୍
–ଖୋଲିଲା ବିଦ୍ୟାଳୟ ଓ ମହାବିଦ୍ୟାଳୟ; ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠପଢା ଆରମ୍ଭ
–ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୬୩୭ କରୋନା ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୯୪୯ ଏବଂ ସ୍ଥାନୀୟ ସଂକ୍ରମିତ ୬୮୮। ଓଡ଼ିଶାରେ ଆଉ ୬୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ସର୍ବାଧିକ ୪୨ ମୃତ ; ମୃତ୍ୟୁସଂଖ୍ୟା ୫୫୭୪
–୨୭ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ; ୧୨ ଜିଲାକୁ ସତର୍କ ସୂଚନା। ମହାରାଷ୍ଟ୍ର ବର୍ଷା ଓ ବନ୍ୟାର ତାଣ୍ଡବ: ୧୪୯ ମୃତ, ୨ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ
–ବୀର ଯବାନଙ୍କ ଅପୂର୍ବ ସାହସ ଆମକୁ ପ୍ରତିଦିନ ପ୍ରେରଣା ଦେଉଛି- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ; ସମଗ୍ର ଦେଶ ପାଳନ କରୁଛି କାରଗିଲ ବିଜୟ ଦିବସର ୨୨ ବର୍ଷ ପୂର୍ତ୍ତି
–ଦେଶରେ ଆଉ ୩୯,୩୬୧ କରୋନା ସଂକ୍ରମିତ ଚିହ୍ନଟ; ଦିନକରେ ସୁସ୍ଥ ହେଲେ ୩୫,୯୬୮; ଏପର୍ୟ୍ୟନ୍ତ ମୋଟ ୩,୦୫,୭୯,୧୦୬ ଜଣ କରୋନା ରୋଗୀ ସୁସ୍ଥ। ଆରୋଗ୍ୟ ହାର ୯୭.୩୫%। ୪,୧୧,୧୮୯ ଜଣ ସକ୍ରିୟ କରୋନା ଆକ୍ରାନ୍ତ
–ଦେଶରେ ରବିବାର ସଂଧ୍ୟା ସୁଦ୍ଧା ୪୫.୭୪ କୋଟି ନମୁନା ପରୀକ୍ଷା। ଦୈନିକ ସଂକ୍ରମଣ ହାର ୩.୪୧% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୧%। ମୋଟ ୪୩,୫୧ କୋଟି ପାନ ଟିକା ଦିଆଯାଇସାରିଛି
–ଏଥିସହିତ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ; କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୪,୨୦,୯୬୭
–ଆଜିଠାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦିଲ୍ଲୀ ଗସ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ବହୁ ବିରୋଧୀ ଦଳ ନେତାଙ୍କୁ ଭେଟିବେ



