www.samajalive.in
Saturday, December 6, 2025
26.1 C
Bhubaneswar

କିଟ୍‍ ସ୍କୁଲ ଅଫ ବାୟୋଟେକନୋଲୋଜି ଲିଟେରାରି କ୍ଲବ ପକ୍ଷରୁ ‘ୱାର୍ଡ ପ୍ରମ୍ପ୍‍ଟ ଇଭେଣ୍ଟ’

ଭୁବନେଶ୍ୱର: କିଟ୍‍ ସ୍କୁଲ ଅଫ ବାୟୋଟେକନୋଲୋଜି ପକ୍ଷରୁ ୨୦୧୨ରେ ଗଠିତ ଲିଟେରାରୀ କ୍ଲବ ଆନୁକୂଲ୍ୟରେ ଏକ ‘ୱାର୍ଡ ପ୍ରମ୍ପ୍‍ଟ’ କାର୍ଯ୍ୟକ୍ରମ ଗତବର୍ଷ ଠାରୁ ଆରମ୍ଭ ହୋଇଛି । ଇଙ୍କ୍‍ସଲିଙ୍ଗର ନାମରେ ଏହି କାଯ୍ୟଁକ୍ରମରେ ଲିଟେରାରୀ କ୍ଲବ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ଦିଆଯାଉଥିବା ଗୋଟିଏ ଶବ୍ଦକୁ ନେଇ ସେମାନେ ଚିତ୍ରକଳା, ଫଟୋଗ୍ରାଫି, ଗଳ୍ପ ଏବଂ କବିତା ପ୍ରସ୍ତୁତ କରିବାକୁ ଆହ୍ୱାନ କରାଯାଉଛି । ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ଇଏସକେଏଏଲଏଡିଏର ସ୍ୱତନ୍ତ୍ର ଫେସବୁକ ଏବଂ ଇନଷ୍ଟାଗ୍ରାମ ପେଜ୍‍ରେ ଏହା ପୋଷ୍ଟ କରିପାରିବେ । ଚଳିତ ବର୍ଷ ପାଇଁ ଏହି କାର୍ଯ୍ୟକ୍ରମ ଜୁଲାଇ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଜାରି ରହିଛି । କିଟ୍‍ ବିଶ୍ୱବିଦ୍ୟାଳୟରୁ ଏବଂ ଅନ୍ୟାନ୍ୟ ଶିକ୍ଷା ପ୍ରତିଷ୍ଠାନରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରି ଏହାକୁ ସଫଳ କରିବା ସହିତ ସେମାନଙ୍କର କୃତିତ୍ୱ ପ୍ରଦର୍ଶନ କରୁଛନ୍ତି । ଏହାର ବିଜେତା ଏବଂ ରନର୍ସ ଅପଙ୍କୁ ପୁରସ୍କୃତ କରାଯିବ ବୋଲି ଲିଟେରାରୀ କ୍ଲବର ସଂଯୋଜିକା ଆଦ୍ରିକା ସାହା, ସୁଚେତନା ଦାସ ଏକ ବିବୃତିରେ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶବ୍ଦକୁ ନେଇ ହିନ୍ଦୀରେ କବିତା ପୋଷ୍ଟ କରିଥିବା କ୍ଲବର ଜଣେ ସଦସ୍ୟ ସୌମ୍ୟସ୍ୱରୂପ ନାୟକଙ୍କ କହିବା ଅନୁଯାୟୀ ଏଭଳି ଏକ କାର୍ଯ୍ୟକ୍ରମ ଆମ ସାହିତ୍ୟ, ସଂସ୍କୃତିକୁ ବଞ୍ଚାଇ ରଖିବା ସହିତ ଛାତ୍ରଛାତ୍ରୀଙ୍କର ସୃଜନ ପ୍ରତିଭା ବିକାଶରେ ସହାୟକ ହୋଇପାରୁଛି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories