www.samajalive.in
Sunday, December 7, 2025
13.1 C
Bhubaneswar

ଦିନ ୧ଟା ସୁଦ୍ଧା ସ୍ଥଳଭାଗ ଅତିକ୍ରମ ପ୍ରକିୟା ଶେଷ ହେବ ; ସନ୍ଧ୍ୟା ଯାଏଁ ରହିବ ପବନ ବିପଦ

ଭୁବନେଶ୍ୱର : ବାତ୍ୟା ‘ୟାସ’ର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଧାମରାର ଉତ୍ତର ଓ ବାଲେଶ୍ୱରର ଦକ୍ଷିଣରେ ସ୍ଥଳଭାଗ ଆରମ୍ଭ ହୋଇଛି। ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ପ୍ରାୟ ୩ରୁ୪ ଘଣ୍ଟା ଧରି ଏହି ପ୍ରକ୍ରିୟା ଚାଲୁ ରହିବ। ପବନର ବେଗ ଘଣ୍ଟାକୁ ୧୩୦ ରୁ ୧୪୦ କିମି ରହିଛି। ବେଳେ ବେଳେ ପବନର ବେଗ ଘଣ୍ଟାକୁ ୧୫୦ କିମି ହେଉଛି। ଦିନ ୧ଟା ସୁଦ୍ଧା ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଶେଷ ହେବ ବୋଲି ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସକାଳ ୯ଟାରେ ଏହା ଆରମ୍ଭ ହୋଇଛି। ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ନିକଟରେ ସ୍ଥଳଭାଗ ଅତିକ୍ରମ ହେଉଛି।
ବାଲେଶ୍ୱର ଜିଲା ପାର ହେବାକୁ ୫ ରୁ ୬ ଘଣ୍ଟା ସମୟ ଲାଗିବ। ବାଲେଶ୍ୱର ପରେ ମୟୁରଭଞ୍ଜ ଯିବା ସହ ସେଠାରେ ୧୦୦ କିମି ବେଗରେ ପବନ ହେବ।ଦିନ ୩ଟା ଯାଏଁ ଭଦ୍ରକ, ବାଲେଶ୍ୱରରେ ପ୍ରଭାବ ପକାଇବ। ଅପରାହ୍ନ ପରଠାରୁ ମୟୁରଭଞ୍ଜରେ ବର୍ଷା, ପବନ ବଢିବ। ମୟୁରଭଞ୍ଜରୁ ମଧ୍ୟରାତ୍ର ସୁଦ୍ଧା ବାତ୍ୟା ଝାଡଖଣ୍ଡ ମୁଖେ ଚାଲିଯିବ। ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବାରିପଦା-କୁସୁମୀ ଅଞ୍ଚଳରେ ସର୍ବାଧିକ ୩୦୪ ମିମି ବର୍ଷା ରେକର୍ଡ଼ କରାଯାଇଛି। ଚାନ୍ଦବାଲିରେ ୨୮୮, ରାଜନଗରରେ ୨୭୫, ଏରସମାରେ ୨୭୧ମିମି ବର୍ଷା ରେକର୍ଡ ହୋଇଛି।
ବାଲେଶ୍ୱର ଓ ଭଦ୍ରକ ଜିଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ସନ୍ଧ୍ୟା ଯାଏଁ ପବନର ବିପଦ ରହିବ। ଏବେ ବାଲେଶ୍ୱର ଓ ଭଦ୍ରକରେ ୧୩୦ ରୁ ୧୫୦ କିମି ପବନ ହେଉଛି। ଜଗତସିଂହପୁର ଓ କେନ୍ଦ୍ରାପଡାରେ ପବନର ବେଗ କିମିଛି। ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। କାଲି ସକାଳ ପରେ ପାଗରେ ସୁଧାର ଆସିବ। ଆଶ୍ରୟସ୍ଥଳୀରେ ଥିବା ଲୋକେ ଏବେ ଘରକୁ ଫେରନ୍ତୁ ନାହିଁ। ସଠିକ ସୂଚନା ପରେ ହିଁ ଘରକୁ ଫେରନ୍ତୁ। ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ରାଜ୍ୟର ୬୭ଟି ସ୍ଥାନରେ ୧୧୦ ମିମିରୁ ୩୦୪ ମିମି ପର୍ଯ୍ୟନ୍ତ ବର୍ଷା ରେକର୍ଡ କରାଯାଇଛି।
ସମ୍ପୂର୍ଣ୍ଣ  ବିବୃତି ପାଇଁ ଲିଙ୍କ୍ କ୍ଲିକ୍ କରନ୍ତୁ:

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories