www.samajalive.in
Monday, December 8, 2025
14.1 C
Bhubaneswar

ଭୟଙ୍କର ସାମୁଦ୍ରିକ ବାତ୍ୟାରେ ପରିଣତ ହେଲା ‘ୟାସ୍‍’ : ୫ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତରିତ

ଭୁବନେଶ୍ୱର : ଘୂର୍ଣ୍ଣିଝଡ଼ ‘ୟାସ୍‍’ ଅଧିକ ଘନୀଭୂତ ହୋଇ ଭୟଙ୍କର ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗି ରହିଛି । ଏବେ ଏହା ସ୍ଥଳ ଭାଗ ଆଡ଼କୁ ଅଗ୍ରସର ହେଉଛି । ଏବେ ଏହା ପାରଦ୍ୱୀପ ଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ  ଦିଗରେ ୧୧୦ କିଲୋମିଟର ଦୂରରେ ରହିଛି । ସେହିପରି ବାଲେଶ୍ୱର ଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୧୭୦ କିଲୋମିଟର ଦୂରରେ ରହିଛି । ଦୀର୍ଘ ୬ ଘଣ୍ଟା ହେବ ଏହା ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଉତ୍ତର-ଉତ୍ତର-ଶ୍ଚିମ ଦିଗରେ ଓଡ଼ିଶା ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି।
ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ ଜେନାଙ୍କ ସୂଚନା ଅନୁସାରେ, ବାତ୍ୟା ୟାସ୍‍ ଆଜି ମଧ୍ୟାହ୍ନ ସୁଦ୍ଧା ଧାମରାର ଉତ୍ତରରେ ଥିବା ବାସୁଦେବପୁର-ବାହାନଗା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏହାରେ ବାତ୍ୟା ଦୁର୍ବଳ ହୋଇ ଉତ୍ତର-ଶ୍ଚିମ ଦିଗକୁ ଗତିକରି ମୟୂରଭଞ୍ଜ ଓ କେନ୍ଦୁଝର ଦେଇ ଝାଡ଼ଖଣ୍ଡ ଆଡ଼କୁ ଅତିକ୍ରମ କରିବ। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୦ରୁ ୧୫୫ କିଲୋମିଟର ରହିବ। ସ୍ଥଳ ବିଶେଷରେ ଏହା ୧୮୫ କିଲୋମିଟରକୁ ବୃଦ୍ଧି ପ।ଇବ ବୋଲି ଭାରତୀୟ ପା ପ।ଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଇତି ମଧ୍ୟରେ ଚାନ୍ଦବାଲି ଠାରେ ୮.୩, ପାରାଦ୍ୱୀପଠାରେ ୮, ଭୁବନେଶ୍ୱରରେ ୧.୪ ଓ ପୁରୀରେ ୧.୫ ସେଣ୍ଟିମିଟର ବର୍ଷା ରେକର୍ଡ କର।ଯାଇଛି। ସେହିପରି ପଶ୍ଚିମବଙ୍ଗର ଦିଘାରେ ୧.୫ ସେଣ୍ଟିମିଟର ବର୍ଷା ରେକର୍ଡ କର।ଯାଇଛି।
ଏସ୍‍.ଆର୍‍.ସି. ଶ୍ରୀ ଜେନା ରାତି ୧୦ଟାରେ ବାତ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲ।ପାଳମାନଙ୍କ ସହ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ସମୟ ମଧ୍ୟରେ ୫ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।
ପାରଦ୍ୱୀପ ସମେତ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଗତକାଲି ସନ୍ଧ୍ୟା ସୁଦ୍ଧା ସର୍ବାଧିକ ୧୨୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ଼ କର।ଯାଇଛି। ସମୁଦ୍ରରେ ଏହି ସମୟ ମଧ୍ୟରେ ୩ରୁ ୪ ମିଟର ଉଚ୍ଚତାର ଜୁଆର ଦେଖିବାକୁ ମିଳିଛି। ପାରଦ୍ୱୀପରେ ଏବେ ୮୦ରୁ ୯୦ କିଲୋମିଟର ବେଗରେ ପବନ ବହୁଛି । ପାରାଦ୍ୱୀପ ଓ ଏହାର ଆଖପାଖ କେତେକ ସ୍ଥାନରେ ବଡ଼ବଡ଼ ଗଛ ଭାଙ୍ଗିଡ଼ିଛି । ରାତି ୧୦ଟା ସୁଦ୍ଧା ଜଗତସିଂହୁର ଜିଲ୍ଲାରେ ପ୍ରାୟ ୨୧ହଜାର ଲୋକଙ୍କୁ ବିଭିନ୍ନ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କର।ଯାଇଛି ।
ବାତ୍ୟା ପରବର୍ତ୍ତୀ ରିଲିଫ୍‍ ଓ ଉଦ୍ଧାର କାର୍ଯ୍ୟା ପାଇଁ ୫୨ଟି ଏନ୍‍.ଡି.ଆର୍‍.ଏଫ୍‍. ଟିମ୍‍, ୬୦ଟି ଓଡ୍ରାଫ୍‍ ଟିମ୍‍, ୨୦୬ଟି ଅଗ୍ନିଶମ ବିଭାଗ ଟିମ୍‍, ୮୬ଟି ବନବିଭାଗ ଟିମ୍‍କୁ ନିୟୋଜିତ କରାଯାଇଛି । ରାତ୍ରି ସମୟରେ ଉଦ୍ଧାର କାର୍ଯ୍ୟ ଅବ୍ୟାହତ ରଖିବା ପାଇଁ ଆସ୍କା ଲାଇଟ୍‍ ଏବଂ ଜେନେରେଟର୍‍ ସେଟ୍‍ର ବ୍ୟବସ୍ଥା ମଧ୍ୟ କର।ଯାଇଛି।
ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଉଡ଼ାଣ ବନ୍ଦ କରଯାଇଛି । ଗତକାଲି ରାତି ୧୧ଟାରୁ ୨୭ ତାରିଖ ସକାଳା ଯାଏ ଉଡ଼ାଣ ବନ୍ଦ ରହିବ। ସେହିପରି ୧୬ ନମ୍ବର ଜାତୀୟ ରାଜଥରେ ଗାଡ଼ି ଚଳାଚଳ ବନ୍ଦ କର।ଯାଇଛି। ଆସନ୍ତାକାଲି ମଧ୍ୟାହ୍ନ ପର୍ପ୍ୟନ୍ତ ଚଣ୍ଡିଖୋଲରୁ ବାଲେଶ୍ୱର ପର୍ପ୍ୟନ୍ତ କୌଣସି ଯାନବାହନ ଯାତାୟତ କରିପାରିବେ ନାହିଁ। ଅପର ପକ୍ଷରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ୍‍ ରୁମ୍‍ ଖୋଲା ଯାଇଛି । ବର୍ଷା ଜଳ ନିଷ୍କାସନ ପାଇଁ ୨୭ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କର।ଯାଇଛି । ଜେନେରେଟର, ୧୦୦ଟି ଆସ୍କା ଲାଇଟ୍‍, ଜେସିବି ଓ ଗଛକଟା  ନ୍ତ୍ରପାତିକୁ ବି.ଏମ୍‍.ସି.ର ବିଭିନ୍ନ ଜୋନରେ ରଖଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories