www.samajalive.in
Monday, December 15, 2025
26.1 C
Bhubaneswar

ପୁରାତନ ଛାତ୍ର ସଂସଦ ପକ୍ଷରୁ କଟକ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

ଆଠଗଡ଼: ଆଠଗଡ଼ର ସର୍ବପୁରାତନ ଶିକ୍ଷାନୁଷ୍ଠାନ ବିଶ୍ୱନାଥ ବିଦ୍ୟାପୀଠକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା ଏହି ବିଦ୍ୟାଳୟର ପୁରାତନ ଛାତ୍ର ତଥା ୧୯୭୯ ମାଟ୍ରିକ ବ୍ୟାଚରେ ରାଜ୍ୟରେ ୬ଷ୍ଠ ସ୍ଥାନ ଅଧିକାର କରିଥିବା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ପୁରାତନ ଛାତ୍ର ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଶିକ୍ଷାବିତ୍‍ ତଥା ପୁରାତନ ଛାତ୍ର ଡଃ ପ୍ରମୋଦ କିଶୋର ଦାସଙ୍କ ପୌରୋହିତ୍ୟରେ ସ୍କୁଲ ପରିସରରେ ଶୁକ୍ରବାର ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରି ସ୍କୁଲର ବ୍ୟାପକ ଉନ୍ନୟନ ଓ ନବୀକରଣ କାର୍ଯ୍ୟ କରାଇଥିବା ଜିଲ୍ଲାପାଳ ଶ୍ରୀ ଚୟନିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏଥିରେ ମୁଖ୍ୟଅତିଥି ଭାବେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି, ଓଡ଼ିଶା ଶାଖାର ଅଧ୍ୟକ୍ଷ ତଥା ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଯୋଗଦେଇ ଏହି ବିଦ୍ୟାଳୟରୁ ଶିକ୍ଷାଲାଭ କରିଥିବା ଜିଲ୍ଲାପାଳ ଶ୍ରୀ ଚୟନୀ ବିଦ୍ୟାଳୟ ପ୍ରତି ତାଙ୍କର ଋଣ ସୁଝି ଦେଇଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ପୁରାତନ ଛାତ୍ର ସଂସଦର ଉପସଭାପତି ତଥା ଶିଳ୍ପଦ୍ୟୋଗୀ ଇଂ ବ୍ରହ୍ମାନନ୍ଦ ମିଶ୍ର ଉଦ୍‍ବୋଧନ ଦେଇ ବିଶ୍ୱନାଥ ବିଦ୍ୟାପୀଠକୁ ଏକ ନୂତନ ରୂପ ଦେବା ଏବଂ ବ୍ୟାପକ ବିକାଶ କରିବା କ୍ଷେତ୍ରରେ ଜିଲ୍ଲାପାଳ ଶ୍ରୀ ଚୟନୀଙ୍କ ଅବଦାନ ବାସ୍ତବିକ ପ୍ରଶଂସନୀୟ ଓ ପ୍ରେରଣା ଦାୟକ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଜିଲ୍ଲାପାଳଙ୍କ ପଦାଙ୍କ ଅନୁସରଣ କରି ଶିକ୍ଷା କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ।

- Advertisement -

ଜିଲ୍ଲାପାଳ ଶ୍ରୀ ଚୟନୀ ତାଙ୍କ ବକ୍ତବ୍ୟରେ ବିଦ୍ୟାର୍ଥୀମାନେ ଆଗାମୀ ମାଟ୍ରିକ ପରୀକ୍ଷାରେ ଶତପ୍ରତିଶତ ଲକ୍ଷ୍ୟ ହାସଲ କରିବା ପାଇଁ କଠିନ ଅଧ୍ୟବସାୟ ଓ ଏକାଗ୍ରତା ରଖି ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ପୁରାତନ ଛାତ୍ର ସଂସଦର ସଂପାଦକ ରାମନାରାୟଣ ମହାନ୍ତି ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ରଥ, ଶିକ୍ଷାବିତ୍‍ ଡଃ ଦାସ, ଛାତ୍ର ସଂସଦର ଉପସଭାପତି ଇଂ ମିଶ୍ର ପ୍ରମୁଖ ଜିଲ୍ଲାପାଳ ଶ୍ରୀ ଚୟନୀଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥି ସହିତ ପୁରାତନ ଛାତ୍ର ସଂସଦ ପକ୍ଷରୁ ବିଦ୍ୟାଳୟରେ ଏକ ଅତ୍ୟାଧୁନିକ ପ୍ରେକ୍ଷାଗୃହ ନିର୍ମାଣ ପାଇଁ ମୋ ସ୍କୁଲ ଅଭିଯାନ ଯୋଜନାରେ ଜିଲ୍ଲାପାଳଙ୍କୁ ଏକ ୩ଲକ୍ଷ ଟଙ୍କାର ବ୍ୟାଙ୍କ ଡ୍ରାଫ୍ଟ ପ୍ରଦାନ କରାଯାଇଥିଲା। ଏତଦ୍‍ବ୍ୟତୀତ ଜାତୀୟସ୍ତରରେ କୀର୍ତ୍ତିମାନ ସ୍ଥାପନ କରିଥିବା ଆଠଗଡ଼ର ଖୋ-ଖୋ ଖେଳାଳି ଟି ଜଗନ୍ନାଥ ଦାସଙ୍କୁ ପୁରାତନ ଛାତ୍ର ସଂସଦ ପକ୍ଷରୁ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯିବା ସହ ୫ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

ଏହା ଛଡା ଏହି ବିଦ୍ୟାଳୟରେ ଅଧ୍ୟୟନରତ ଶତ ପ୍ରତିଶତ ଦୃଷ୍ଟିବାଧିତ ଛାତ୍ର ସତ୍ୟପ୍ରକାଶ ମହାପାତ୍ରଙ୍କୁ ତାଙ୍କର ମେଧାଶକ୍ତି ଓ ବହୁମୁଖୀ ପ୍ରତିଭା ପାଇଁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ସ୍କୁଲର ପୁରୁଣା ବିଜ୍ଞାନାଗାରକୁ ନବୀକରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ୧୯୮୬ ମାଟ୍ରିକ ବ୍ୟାଚର ଛାତ୍ର କ୍ଷୀରୋଦଚନ୍ଦ୍ର ମିଶ୍ର, ଶକ୍ତିଦତ୍ତ ପଟ୍ଟନାୟକ ଓ ଅନ୍ୟମାନଙ୍କୁ ପୁରାତନ ଛାତ୍ର ସଂଘ ପକ୍ଷରୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ରସଂସଦର କୋଷାଧ୍ୟକ୍ଷ ଶରତ ସାମନ୍ତ, ଅଜୟ କୁମାର ମିଶ୍ର, ବିମଳ ମିଶ୍ର, ଉଦୟନାଥ ଶତପଥୀ, ନବକିଶୋର ରାଉତ, ସୁବାସ ରାଉତ, ଦିନେଶ ଦାସ, ଅର୍ଦ୍ଧେନ୍ଦୁ ମହାନ୍ତି, ଶୈଳେନ୍ଦ୍ର ପଟ୍ଟନାୟକ, ଲଲାଟେନ୍ଦୁ ସେନାପତି, ସ୍କୁଲ ପରିଚାଳନା କମିଟି ସଭାପତି ଶ୍ରୀକାନ୍ତ ବେହେରା, ବରିଷ୍ଠ ଶିକ୍ଷୟିତ୍ରୀ ଉଷାରାଣୀ ପତି, ସରିତା ମିଶ୍ର ଉପସ୍ଥିତ ଥିଲେ। ପୁରାତନ ଛାତ୍ର ସଂସଦର ସୋମନାଥ ଭକ୍ତା, ଉପେନ୍ଦ୍ର ବାରିକ, ସତ୍ୟଜିତ୍‍ ପଟ୍ଟନାୟକ, ନୀଳକଣ୍ଠ ଦୋରା ଓ ପ୍ରସନ୍ନ କୁମାର ଭକ୍ତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ପ୍ରଧାନଶିକ୍ଷକ ଅମର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories