କଟକ : ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କ ରବିବାର ହୃଦଘାତ କାରଣରୁ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବୟସ ହୋଇଥିଲା। କଟକ ଶଙ୍କରପୁର ସ୍ଥିତ ବାସଭବନରେ ସେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭୀଷ୍ମପ୍ରତିଜ୍ଞା, ସୁନା ହରିଣୀ, ସୁନା ଚଢେଇ, ସନ୍ତାନ ଭଳି ବହୁ ଲୋକପ୍ରିୟ ଚଳଚ୍ଚିତ୍ରର ସେ ପ୍ରଯୋଜକ ଥିଲେ। ଏଥିସହ ସେ ଅନେକ ଟିଭି ସିରିଏଲର ମଧ୍ୟ ପ୍ରଯୋଜକ ଥିଲେ। ତାଙ୍କ ବିଯୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।
Popular Categories



