ପାଟଣା: ପାଟଣା ବ୍ଲକ ହାତିବାରୀ ଗ୍ରାମରେ ଜୟ ବଡାମ ସାଂସ୍କୃତିକ ପରିଷଦ ପକ୍ଷରୁ ବାର୍ଷିକ ଚାଙ୍ଗୁ ନୃତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ହାତୀବାରୀ ଗ୍ରାମବାସୀଙ୍କ ଉପସ୍ଥିତିରେ ଦେହୁରୀ ନରହରି ନାଏକ ଓରଫ ପଦିଆ ବଡାମ ବଡାମଣିଙ୍କ ପୂଜାର୍ଚ୍ଚନା କରିଥିଲେ। ଅକ୍ଷୟ କୁମାର ନାଏକ, ସଦାଶିବ ନାଏକ ବିଭୁତି ନାଏକ ଓ ନୀଳକଣ୍ଠ ନାଏକ ପୂଜା ବିଧି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦେବରାଜ ନାଏକ, ମିତ୍ରଭାନୁ ନାଏକ ସୁବସି ନାଏକ, ସଲୁ ନାଏକ ଲାଲକୀ ନାଏକ, ଭୁଗୁନୀ ନାଏକ, ସୁକାନ୍ତି ନାଏକ, ଶୈଳେନ୍ଦ୍ର ନାଏକ, ମଞ୍ଜୁଲତା ନାଏକ, ମଧୁସୁଲି ନାଏକ ପ୍ରମୁଖ ୧୩ ତାରିଖରୁ ଅନୁଷ୍ଠିତ ହେଉଥିବା ଚାଙ୍ଗୁ ନୃତ୍ୟ ପ୍ରତିଯୋଗିତା ପରିଚାଳନା କରିଥିଲେ। ଏଠାରେ ମୟୁରଭଞ୍ଜ ଜିଲ୍ଲାର କାଶିଆ ଏବଂ ହାଲପୁର ପାଟଣା ବ୍ଲକର ଗାଲଫୁଲା, ସାହାରପଡା ବ୍ଲକର ଜାମୁଦା ଓ ଘଟଗାଁ ବ୍ଲକର ଗୋହିଟାଙ୍ଗିରି ଦଳ ଚାଙ୍ଗୁ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।
Popular Categories



