www.samajalive.in
Sunday, December 14, 2025
18.1 C
Bhubaneswar

ଉଦୟପୁର ସିଆରପିସିଏମ୍ ଚୟନରେ ଅନିୟମିତତା ଅଭିଯୋଗ

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଉଦୟପୁର ପଞ୍ଚାୟତରେ ସିଆରପିସିଏମ୍ ପଦବୀ ଚୟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। କୌଣସି ମାର୍କ ନଦେଖି ଦଳୀୟ ଭିତରେ ଚୟନ କରାଯାଇଥିବା ଭଳି ସଙ୍ଗିନ୍ ଅଭିଯୋଗ ଆଣିଛନ୍ତି ଉଦୟପୁର ପୁରୁଣା ପାତ୍ରସାହି ମଞ୍ଚର ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ। ଏଭଳି ଚୟନ ପ୍ରକିୟା କୁ ବିରୋଧ କରି ଆଜି ଉଦୟପୁର ପୁରୁଣା ପାତ୍ରସାହି ମଞ୍ଚ ର ସମସ୍ତ ସ୍ବୟଂ ସହାୟୀକା ଗୋଷ୍ଠୀ ର ମହିଳା ମାନେ ସାହାରପଡା ବିଡ଼ିଓ ଙ୍କ ଦ୍ବାରସ୍ଥ ହୋଇଛନ୍ତି। ଗଠିତ ହୋଇଥିବା ପୁରୁଣା ପାତ୍ରସାହି ମଞ୍ଚରେ ଅନ୍ୟ ଏକ ଗ୍ରାମର ସ୍ବୟଂ ସହାୟୀକା ଗୋଷ୍ଠୀ କୁ ସାମିଲ କରାଯାଇ ସିଆରପିସିଏମ୍ ଚୟନ କରାଯାଇଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଗଠିତ ହୋଇଥିବା ପୁରୁଣା ପାତ୍ରସାହି ମଞ୍ଚରୁ ସିଆରପିସିଏମ୍ ହେବାରୁ ବଞ୍ଚିତ କରାଯାଇଛି। ଏହା ଉଦ୍ଦେଶ୍ୟମୂଳକ ଭାବେ ଦଳୀୟ ଭିତରେ କରାଯାଇଥିବା ଅଭିଯୋଗ କରି ଆଜି ପୁନଃ ଚୟନ କରିବା ଦାବିରେ ଉଦୟପୁର ପୁରୁଣା ପାତ୍ରସାହି ମଞ୍ଚର ସମସ୍ତ ସ୍ବୟଂ ସହାୟୀକା ଗୋଷ୍ଠୀ ର ମହିଳା ମାନେ ସାହାରପଡା ବିଡ଼ିଓ ଙ୍କ ନିକଟରେ ଅଭିଯୋଗ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories