www.samajalive.in
Saturday, December 13, 2025
18.1 C
Bhubaneswar

ଗର୍ଭବତୀ କନ୍ୟାକୁ ଆକ୍ରମଣ ଘଟଣାରେ ଭିନ୍ନ ମୋଡ଼, ପାଲଟା ମାମଲା ରୁଜୁ

ପାଟଣା: ପାଟଣା ଥାନା ଅନ୍ତର୍ଗତ ଦାମାହୁଦା ପଞ୍ଚାୟତ କୁମୁଳାବାହାଳି ଗ୍ରାମର ରାମଚନ୍ଦ୍ର ମହାନ୍ତ ଗତକାଲି ତାଙ୍କ ଗର୍ଭବତୀ ବୋହୁକୁ ଡୁମୁରିଆ ପଞ୍ଚାୟତ କୋଠାଘର ଗ୍ରାମର ବାସିନ୍ଦା ତଥା କନ୍ୟା ପିତା ରବିନ୍ଦ୍ର ମହାନ୍ତ (୪୫) ଓ ତାଙ୍କ ପତ୍ନୀ ଆକ୍ରମଣ କରି ଗୁରୁତର କରିଥିବା ପାଟଣା ଥାନାରେ ଏତଲା ଦେଇଥିଲେ। ଏହି ଘଟଣାରେ ଆଜି କୋଠାଘର ଗ୍ରାମର ରବିନ୍ଦ୍ର ମହାନ୍ତଙ୍କ ପକ୍ଷରୁ ମଧ୍ୟ ପାଲଟା ମାମଲା ରୁଜୁ ହୋଇଛି। କୁମୁଳାବାହାଳି ଗ୍ରାମର ରାମଚନ୍ଦ୍ର ମହାନ୍ତ ଓ ତାଙ୍କ ସମ୍ପର୍କୀୟ କିଛି ଲୋକ ମାଡ଼ ମାରି ତାଙ୍କୁ ଗୁରୁତର କରିଥିବା ସେ ପାଟଣା ଥାନାରେ ଦେଇଥିବା ଏତଲାରେ ଜଣାଇଛନ୍ତି। ଖବର ଅନୁଯାୟୀ କୋଠାଘର ଗ୍ରାମର ରବିନ୍ଦ୍ର ମହାନ୍ତଙ୍କ ଝିଅ ସୁଜାତା କୁମୁଳାବାହାଳି ଗ୍ରାମର ରାମଚନ୍ଦ୍ର ମହାନ୍ତଙ୍କ ପୁଅ ଶରତଙ୍କୁ ପୂର୍ବରୁ ଭଲପାଇ ଆସୁଥିବା ବେଳେ ଗତ ୨ ମାସ ତଳେ ସୁଜାତା ଶରତଙ୍କ ଘରକୁ ଚାଲିଯାଇଥିଲେ। ତେବେ ସୁଜାତାଙ୍କ ବାପ ମାଆ ଏହି ବିବାହରେ ରାଜି ନଥିବା ସତ୍ବେ ପୁଅ ଘର ପକ୍ଷ ସୁଜାତାଙ୍କୁ ବୋହୂ ଭାବେ ସ୍ବୀକାର କରି ନେଇଥିଲେ। ସୁଜାତା ଏବେ ୪ ମାସର ଗର୍ଭବତୀ ମଧ୍ୟ ଅଛନ୍ତି। ରବିବାର ରାତି ପୁଅ ଘର ପକ୍ଷ ଗ୍ରାମବାସୀଙ୍କୁ ବାହା ଭୋଜି ଦେଇଥିଲେ। ତେବେ ଏହି ବିବାହରେ ରାଜି ନଥିବା କନ୍ୟା ପିତାମାତା ଗତକାଲି କୁମୁଳାବାହାଳି ଯାଇ ଝିଅକୁ ମାର ପିଟ କରିବା ସମୟରେ କୁମୁଳାବାହାଳି ଗ୍ରାମର କିଛି ଲୋକ ମଧ୍ୟ କନ୍ୟା ପିତା ରବିନ୍ଦ୍ରଙ୍କୁ ମାଡ଼ ମାରି ଗୁରୁତର କରିଥିଲେ। ନିଜ ଝିଅକୁ ଆକ୍ରମଣ କରିଥିବା ରବିନ୍ଦ୍ରଙ୍କ ମୋବାଇଲକୁ ତାଙ୍କ ଝିଅର ଶରତଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ପଠାଇ ତାଙ୍କୁ ବଦନାମ ପ୍ରଚେଷ୍ଟା କରାଯାଇଥିବାରୁ ଏଭଳି ଗଣ୍ଡଗୋଳ ଘଟିଥିବା ଚର୍ଚ୍ଚା ହେଉଛି। ତେବେ ରବିଦ୍ର ତାଙ୍କ ଝିଅକୁ ଫେରାଇ ଆଣିବାକୁ ଯାଇ ଥିବାବେଳେ ତାଙ୍କୁ କୁମୁଳାଵାହାଳି ଗ୍ରାମରେ ଆକ୍ରମଣ କରାଯାଇଥିବା ଅଭିଯୋଗ ଆଣିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories