www.samajalive.in
Saturday, December 13, 2025
15.1 C
Bhubaneswar

ସମାଜସେବୀଙ୍କ ପରଲୋକ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ଗ୍ରାମ ପଞ୍ଚାୟତ ଭୁଲୁଦା ଗ୍ରାମର ବିଶିଷ୍ଠ ସମାଜ ସେବୀ ଗିରିଧାରୀ ନାଏକଙ୍କ ୬୭ ବର୍ଷରେ ପରଲୋକ ହୋଇଯାଇଛି। ସେ ମଧୁମେହ ରୋଗରେ ପୀଡିତ ଥିଲେ। ଦୀର୍ଘଦିନ ଧରି ଅସୁସ୍ଥତା ରହିଥିବା ବେଳେ ସୋମବାର ଦିନ ସେ ପରଲୋକ ଗମନ କରିଛନ୍ତି। ଶ୍ରୀ ନାଏକ ଗୋଣ୍ଡ ପରିବାରରୁ ଜନ୍ମ ନେଇଥିବା ଯୋଗୁଁ ନିଜ ଜାତିର ଉନ୍ନତି ସକାଶେ କେନ୍ଦୁଝର ଜିଲ୍ଲା ଗୋଣ୍ଡ ସାଂସ୍କୃତିକ ସମାଜର ଜଣେ ଆଗ ଧାଡ଼ିର ସଦସ୍ୟ ଥିଲେ। ତା ସହିତ ଖିରେଇଟାଙ୍ଗିରି ପଲ୍ଲୀର ସଭାପତି ଦାୟିତ୍ୱ ବହନ କରିଥିଲେ। ତାଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଥିବା ବେଳେ ତାଙ୍କ ମୃତ ଶରୀରକୁ ଶେଷ ଦର୍ଶନ କରିବା ପାଇଁ ଭିଡ଼ ଲାଗି ରହିଥିଲା। ତାଙ୍କରି ବିୟୋଗରେ ଜାତି ସମାଜର ଅପୂରଣୀୟ କ୍ଷତି ଘଟିଥିବା ବେଳେ ତାଙ୍କ ସ୍ଥାନକୁ କେହି ପୂରଣ କରି ପାରିବେ ନାହିଁ ବୋଲି ଜାତି ସମାଜ ମତ ପ୍ରକାଶ କରିଛନ୍ତି। ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲ୍ଲା ପରିଷଦ ପ୍ରଫୁଲ୍ଲ ନାଏକ, ଖିରେଇ ଟାଙ୍ଗିରି ସରପଞ୍ଚ ସଞ୍ଜୁଲତା ନାଏକ ଗଭୀର ଶୋକ ପ୍ରକାଶ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories