ଗଞ୍ଜାମ ରେଳଷ୍ଟେସନରେ ଦ୍ରୁତଗ୍ରାମୀ ଟ୍ରେନ ରହଣି ଦାବୀ

ଗଞ୍ଜାମ: ଗଞ୍ଜାମ ରେଳଷ୍ଟେସନରେ ଦ୍ରୁତଗାମୀ ଟ୍ରେନ ରହଣି ହେଉନଥିବାରୁ ଲୋକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ଏହାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି। ଗତ କୋଭିଡ ପୂର୍ବରୁ ଦୀର୍ଘ ବର୍ଷ ହେଲା ଗଞ୍ଜାମ ରେଳ ଷ୍ଟେସନରେ ତିରୁପତି-ପୁରୀ ଓ ଭୁବନେଶ୍ୱର-ଜଗଦଳପୁର ହିରାଖଣ୍ଡ ଦ୍ରୁତଗାମୀ ଟ୍ରେନ ରହି ଆସୁଥିଲା। ଅଞ୍ଚଳବାସୀଙ୍କ ତରଫରୁ ଆଉ ଦୁଇଟି ଦ୍ରୁତଗାମୀ ଟ୍ରେନ ଇଷ୍ଟକୋଷ୍ଟ ଓ ରାଜ୍ୟରାଣୀ ଏକ୍ସପ୍ରେସ ରହଣି ନେଇ ଦାବୀକୁ ନେଇ ସ୍ଥାନୀୟ ଷ୍ଟେସନରେ ରେଳରୋକ କରାଯାଇଥିଲା। ହେଲେ ଉକ୍ତ ଟ୍ରେନ ରହଣି କରିବା ଦୂରର କଥା ପୂର୍ବରୁ ରହି ଆସୁଥିବା ତିରୁପତି -ପୁରୀ ଓ ଭୁବନେଶ୍ୱର ଜଗଦଳପୁର ଏକ୍ସପ୍ରେସ ଟ୍ରେନ ଦୁଇଟିକୁ ଗଞ୍ଜାମ ରେଳଷ୍ଟେସନରେ କୋଭିଡ ସମୟରେ ରହଣି ବନ୍ଦ କରିଦିଆଯାଇଥିଲା। ଏ ନେଇ ସ୍ଥାନୀୟ ବରିଷ୍ଠ ନାଗରିକ ପରିଷଦ ସମ୍ପାଦକ ଗୌରୀ ଶଙ୍କର ପାଢ଼ୀ କେନ୍ଦ୍ରୀୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି।

Comments are closed.