www.samajalive.in
Wednesday, December 10, 2025
18.1 C
Bhubaneswar

ଷ୍ଟେଟବ୍ୟାଙ୍କର ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଭିଯାନ

ଆଠଗଡ଼: ଆଠଗଡ଼ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ପକ୍ଷରୁ ଇଚ୍ଛାପୁରରେ ପଞ୍ଚାୟତସ୍ତରୀୟ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଭିଯାନ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଷ୍ଟେଟବ୍ୟାଙ୍କ ଶାଖା ମୁଖ୍ୟ ପ୍ରବନ୍ଧକ ଚନ୍ଦ୍ରଶେଖର ଦାସ ଓ ଉପ ପ୍ରବନ୍ଧକ ରାମ ପ୍ରସାଦ ସାହୁ ପ୍ରମୁଖ ଏଥିରେ ଯୋଗଦେଇ ସରକାରଙ୍କର ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ଲୋକମାନଙ୍କୁ ବିଶେଷକରି ମହିଳାମାନଙ୍କୁ ସଶକ୍ତିକରଣ ଦିଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଜୀବନ ଜ୍ୟୋତି ବୀମା, ଅଟଳ ପେନସନ ଯୋଜନା ଓ ସୁକନ୍ୟା ସମୃଦ୍ଧି ଯୋଜନା ସମେତ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନାର ସୁଫଳ କିପରି ଜନସାଧାରଣ ପାଇପାରିବେ ସେ ବାବଦରେ ବ୍ୟାଙ୍କ ଅଧିକାରୀ ଲୋକଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ଉପ ପ୍ରବନ୍ଧକ ସୋନାଲି ମହାନ୍ତି, ସହକାରୀ ପରିଚାଳକ ସାଗରିକା ମିଶ୍ର, ବରିଷ୍ଠ ଅଧିକାରୀ ଅସିତ୍‌‌ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସଂପୃକ୍ତ ଯୋଜନାଗୁଡିକ ସମ୍ପର୍କରେ ଲୋକଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories