www.samajalive.in
Sunday, December 14, 2025
19.1 C
Bhubaneswar

ଲଘୁ ବନଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ତାଲିମ ଶିବିର

ବୌଦ୍ଧ: ବୌଦ୍ଧ ବନଖଣ୍ଡ ଅଧିନସ୍ଥ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ୱିତିୟ ପର୍ଯ୍ୟାୟ ପକ୍ଷରୁ ଖଣ୍ଡିୟ ପରିଚାଳନା କାର୍ଯ୍ୟାଳୟ ବୈଠକ ଗୃହଠାରେ ଲଘୁ ବନଜାତ ଦ୍ୟବର ପ୍ରକ୍ରିୟାକରଣ ସମ୍ବନ୍ଧିୟ ଏକଦିବସୀୟ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ତାଲିମ ଶିବିରରେ ଏ.ସି.ଏଫ ଆଶିଷ କହଁର ଓ ଏସ.ଏସ.ଏସ ଶିବଦତ୍ତ ଅଗସ୍ତି ତାଲିମ ଶିବିରକୁ ପରିଚାଳନା କରିଥିଲେ। ବୌଦ୍ଧ,ମନମୁଣ୍ଡା ଓ କଣ୍ଟାମାଳ କ୍ଷେତ୍ରାଞ୍ଚଳର କ୍ଷେତ୍ର ସଂଯୋଜକ ଏବଂ ପି.ଏସ.ଜି.ଓ (ପାହାଡ)ର କାର୍ଯ୍ୟକର୍ତ୍ତାଗଣ ଏବଂ ଉକ୍ତ କ୍ଷେତ୍ରାଞ୍ଚଳ ଅନ୍ତର୍ଗତ ବନ ସୁରକ୍ଷା ସମିତିର ୩ ଟି ସ୍ୱୟଂସହାୟିକା ଗୋଷ୍ଠୀର ସଦସ୍ୟାମାନେ ତାଲିମରେ ଅଂଶଗ୍ରହଣ କରିଥିଲେ। ତାଲିମଦାତା ଭାବରେ ହରିହର ରାଉତ ତାଲିମ ପ୍ରଦାନ କରିଥିଲେ। ଉକ୍ତ ତାଲିମ ମାଧ୍ୟରେ ନିମରୁ ତିଆରି ହେଉଥିବା ନିମତେଲ,ନିମ ସାବୁନ,ସାମ୍ପୋ,ବଡି ୱାସ ଓ କୀଟନାଶକ ଔଷଧ ଇତ୍ୟାଦି ପ୍ରସ୍ତୁତି ସମ୍ବନ୍ଧରେ ଉଭୟ ଶୈଖିକ ଓ ବ୍ୟବହାରିକ ଜ୍ଞାନ ପ୍ରଦାନ କରାଯାଇଥିଲା। ଏହି ତାଲିମ ପାଇବାପରେ ତାଲିମାର୍ଥୀମାନେ ନିଜ ନିଜ ଅଞ୍ଚଳରେ ଏସବୁ ସାମଗ୍ରୀ ତିଆରି କରି ଏହାର ବ୍ୟବସାୟ କରିବା ପାଇଁ ଦୃଢ ପ୍ରତିଶୃତି ଦେଇଛନ୍ତି ଏବଂ ନିଜେ ସ୍ୱାବଲମ୍ବି ହେବାସହ ଏସବୁ ସାମଗ୍ରୀର ବଜାର ଚାହିଦା ବୃଦ୍ଧି ପାଇଁ ଦୃଢ ଆଶାପୋଷଣ କରିଛନ୍ତି। ଶେଷରେ ଶିବଦତ୍ତ ଅଗସ୍ତି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories