www.samajalive.in
Saturday, December 13, 2025
18.1 C
Bhubaneswar

ଆଠଗଡ଼ରେ ବିଜେପିର ଅଖିମୁଠି ଅନୁକୁଳ

ଆଠଗଡ଼: ଆଠଗଡ଼-ତିଗିରିଆ ନିର୍ବାଚନ ମଣ୍ଡଳି ଭାରତୀୟ ଜନତା ପାର୍ଟି ପକ୍ଷରୁ ଇଚ୍ଛାପୁର ପଞ୍ଚାୟତର ଗୁଡୁପଡ଼ା ଗ୍ରାମରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୁଳ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଠଗଡ଼ ବିଜେପି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ନିଜର ଶକ୍ତି ମଧ୍ୟ ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଛି। ଜଗନ୍ନାଥ ମନ୍ଦିରଠାରୁ ବରିଷ୍ଠ ବିଜେପି ନେତା ବ୍ରଜେନ୍ଦ୍ର କୁମାର ରାୟ, ଅଭୟ କୁମାର ବାରିକଙ୍କ ନେତୃତ୍ୱରେ ପ୍ରାୟ ୧ହଜାର ଦଳିୟ କର୍ମୀ ଏକ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ଖୁଣ୍ଟୁକଟା ପଞ୍ଚାୟତ ରାସ୍ତା ଦେଇ ଇଚ୍ଛାପୁର ପଞ୍ଚାୟତର ଗୁଡୁପଡ଼ା ଗ୍ରାମରେ ପହଞ୍ଚି ଥିଲେ। ସେଠାରେ ରାଜ୍ୟର ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢ଼ୀ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା। ସେଠାରେ ଶ୍ରୀ ବାରିକ ଓ ଶ୍ରୀ ରାୟଙ୍କ ସମେତ ରାମନାରାୟଣ ମହାନ୍ତି, ବିକ୍ରମ କେଶରୀ ଦାଶ ପ୍ରମୁଖ ଅଖିମୁଠି ଅନୁକୁଳ କରିଥିଲେ। ପରେ ଅଭୟ କୁମାର ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟଅତିଥି ଶ୍ରୀମତୀ ପାଢ଼ୀ ଉଦ୍‌‌ବୋଧନ ଦେଇ କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର କୃଷକଙ୍କ କଲ୍ୟାଣ ଓ ଉନ୍ନତି ଏବଂ କୃଷିକ୍ଷେତ୍ରର ବିକାଶ ଲାଗି ବହୁ ଯୋଜନା ପ୍ରଣୟନ କରିଥିବା ପ୍ରକାଶ କରିଥିଲେ। ଦେଶର ଲକ୍ଷ ଲକ୍ଷ ଚାଷୀ ଏଥିରେ ଉପକୃତ ହୋଇପାରିଛନ୍ତି ବୋଲି ଶ୍ରୀମତୀ ପାଢ଼ୀ ପ୍ରକାଶ କରିଥିଲେ। ରାଜ୍ୟ କୃଷକମୋର୍ଚ୍ଚାର ଉପସଭାପତି ହୃଷିକେଶ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍‌‌ବୋଧନ ଦେଇଥିଲେ। ସେହିପରି ଆଠଗଡ଼ର ବିଜେପି ନେତା ଶ୍ରୀ ରାୟ, ଶ୍ରୀ ବାରିକ, ଶ୍ରୀ ମହାନ୍ତି, ଶ୍ରୀ ଦାଶଙ୍କ ସମେତ ଅନ୍ୟ ନେତୃବୃନ୍ଦ ଉଦ୍‌‌ବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ବିଚିତ୍ରାନନ୍ଦ ଜେନା, ଜିଲ୍ଲା ସଂପାଦିକା ହେମମଞ୍ଜରୀ ଭଞ୍ଜଦେଓ, ବରିଷ୍ଠ ନେତା ସଂକର୍ଷଣ ମହାନ୍ତି, ପ୍ରଶାନ୍ତ ଗଣ୍ଠିଆ, ତପନ ଲେଙ୍କା, ଉମେଶ ସାମଲ, ନିର୍ମଳ କୁମାର, ସନ୍ତୋଷ ରାଉତ, ଚିନ୍ମୟ ମଲ୍ଲିକ, ହେମନ୍ତ କୁମାର ମହାନ୍ତି, ପ୍ରକାଶ କୁମାର ସେଠୀ, ରମାକାନ୍ତ ସେନାପତି, ପ୍ରଦୀପ ମହାପାତ୍ର, ରଞ୍ଜନ ସେନାପତି, ପବିତ୍ର ଆଚାର୍ଯ୍ୟ, ପ୍ରକାଶ ରାଉତ, ସରୋଜ ଦାସ, ସଦାନନ୍ଦ ମହାନ୍ତି, ମନୋଜ କୁମାର ରାଉତ, ପ୍ରମୋଦ କୁମାର ରାୟ, ସୁୁବାସ ମହାନ୍ତିଙ୍କ ସମେତ ବହୁ ତୁଙ୍ଗ ନେତା ଓ ଆଗଧାଡିର କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ପରିଚାଳନାରେ ସହଯୋଗ କରିଥିଲେ। କଟକ ଜିଲ୍ଲା କୃଷକ ମୋର୍ଚ୍ଚାର ଉପସଭାପତି ଆଇନଜୀବୀ ଜଗଦାନନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories