ପଞ୍ଚାୟତ ସ୍ତରୀୟ ଯୁବ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତ ନିକଟରେ ବିଜେଡି ର ପଞ୍ଚାୟତ ସ୍ତରୀୟ ଯୁବ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରତେକ ଗ୍ରାମାଞ୍ଚଳର ଯୁବ ଗୋଷ୍ଠୀଙ୍କୁ ନେଇ କିପରି ସଙ୍ଗଠନକୁ ମଜବୁତ କରାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଥିଲା। ପଞ୍ଚାୟତ ଯୁବ ସଭାପତି ଚନ୍ଦନ କୁମାର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୀନା ନାୟକ, ମୁଖ୍ୟବକ୍ତା ଭାବେ ଉତ୍ତର ଓଡିଶା ଜୋନ ଯୁବ ସମ୍ପାଦକ ଦୀପକ ମଣ୍ଡଳ, ସମ୍ମାନୀତ ଅତିଥି ଭାବେ ୨୯ ନମ୍ବର ଜିଲ୍ଲା ପରିଷଦ ବୁଦ୍ଧଦେବ ମହାକୁଡ଼ ଏବଂ ବ୍ଲକ ଯୁବ ସଭାପତି ସତ୍ୟ ନାରାୟଣ ପଣ୍ଡା, ବଡ଼ବିଲ ପଞ୍ଚାୟତ ଉପ ସଭାପତି ଭବାନୀ ଶଙ୍କର ମହାନ୍ତ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ଏବଂ ଗ୍ରାମାଞ୍ଚଳର ସମସ୍ୟା ଉପରେ ଆଲୋକପାତ କରି କିପରି ସମାଧାନ କରାଯାଇ ପାରିବ ସେନେଇ ଆଲୋଚନା କରିଥିଲେ।

Comments are closed.