ଚିତ୍ରକୋଣ୍ଡା : ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଞ୍ଚଳରେ ମାଓବାଦୀଙ୍କ ବର୍ବରକାଣ୍ଡ ଦେଖାଯାଇଥିବା ଗୁରୁବାର ଜଣାପଡ଼ିଛି। ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଞ୍ଚଳରେ ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଘରୁ ଡ଼ାକି ନେଇ ମାଓବାଦୀ ଜଣଙ୍କୁ ହତ୍ୟା କରିଛନ୍ତି। ସକାଳ ସମୟରେ ବ୍ୟକ୍ତିଙ୍କ ମୃତଦେହ ଗାଁମୁଣ୍ଡରେ ପଡ଼ିଥିବା ଦେଖାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ମୃତକ ଆନ୍ଧ୍ରପ୍ରଦେଶ ବିଶାଖାପାଟନାମର ପେଦାବାଇଲୁ ବ୍ଲକ ଅନ୍ତର୍ଗତ ଏକ ଗ୍ରାମର।
ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଉକ୍ତ ବ୍ୟକ୍ତିଙ୍କୁ ମାଓବାଦୀ ଘରୁ ଡ଼ାକି ନେଇ ହତ୍ୟା କରିଥିବା ସହ ତାଙ୍କ ମୃତଦେହ ନିକଟରେ ଏକ ଚିଠି ପଡ଼ିଥିବା ମଧ୍ୟ ଜଣାପଡ଼ିଛି।
ମାଓବାଦୀଙ୍କ ବର୍ବରକାଣ୍ଡ ; ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା
Popular Categories



