www.samajalive.in
Sunday, December 7, 2025
23.1 C
Bhubaneswar

‘ଜାଲ୍ଲିକାଟ୍ଟୁ’କୁ ତାମିଲନାଡୁ ସରକାରଙ୍କ ଅନୁମତି

ଚେନ୍ନଇ : ତାମିଲନାଡୁର ଲୋକପ୍ରିୟ କ୍ରୀଡା ‘ଜାଲ୍ଲିକାଟ୍ଟୁ’ (ଷଣ୍ଢକୁ ଉତ୍ତେଜିତ କରିବା) ଆୟୋଜନକୁ ରାଜ୍ୟ ସରକାର ବୁଧବାର ଅନୁମତି ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ କୋଭିଡ-୧୯ ନିୟମ ଆଧାରରେ ଏହି କ୍ରୀଡା ଆୟୋଜିତ ହେବ ବୋଲି ରାଜ୍ୟ ସରକାରଙ୍କ ଅନୁମତି ପତ୍ରରେ ଉଲ୍ଲେଖ କରାଯାଇଛି। ପ୍ରତି ‘ଜାଲ୍ଲିକାଟ୍ଟୁ’ କ୍ରୀଡ଼ା ଉତ୍ସବରେ ଖେଳାଳି ସଂଖ୍ୟା ୧୫୦ରୁ ଅଧିକ ହେବେ ନାହିଁ। ଏହାସହିତ କ୍ରୀଡାରେ ଅଂଶଗ୍ରହଣକାରୀଙ୍କ ନିମନ୍ତେ କୋଭିଡ୍‌-୧୯ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଗ୍ୟାଲେରୀରେ ଦର୍ଶ କସଂଖ୍ୟା ମୋଟ ଆସନ ସଂଖ୍ୟାର ୫୦%ରୁ ଅଧିକ ହେବ ନାହିଁ।

‘ଜାଲ୍ଲିକାଟ୍ଟୁ’ କ୍ରୀଡ଼ାସ୍ଥଳରେ ସମସ୍ତଙ୍କ ପାଇଁ ଶରୀରର ତାପମାତ୍ରା ଯାଞ୍ଚ ଓ ମାସ୍କ୍‌ ପରିଧାନ ବାଧ୍ୟତାମୂଳକ କରାଯିବ। ‘ଜାଲ୍ଲିକାଟ୍ଟୁ’ ହେଉଛି ଏକ ପାରମ୍ପରିକ କ୍ରୀଡ଼ା ଉତ୍ସବ। ଏଥିରେ ‘ପୁଲିକୁଲମ୍‌’ କିମ୍ବା ‘କଙ୍ଗୟାମ’ ପ୍ରଜାତିର ଗୋଟାଏ ଷଣ୍ଢକୁ ଜନଗହଳି ମଧ୍ୟକୁ ଛାଡ଼ି ଦିଆଯାଏ। ଷଣ୍ଢଟି ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଏକାଧିକ ଅଂଶ ଗ୍ରହଣକାରୀ ତା’ ପିଠିରେ ଥିବା ବିଶାଳ ଚୂଳକୁ ଦୁଇ ହାତରେ ଜାବୁଡ଼ି ଓହଳି ପଡ଼ିବାକୁ ଚେଷ୍ଟା କରନ୍ତି। ଷଣ୍ଢଟି ନ ଅଟକିବା ପର୍ଯ୍ୟନ୍ତ ଅଂଶଗ୍ରହଣକାରୀମାନେ ସେମିତି ତା’ର ଚୂଳକୁ ଧରି ଝୁଲି ରହିଥାଆନ୍ତି। ତାମିଲନାଡୁର ଏହି କ୍ରୀଡାକୁ ନେଇ ବିବାଦ ଦେଖାଯାଇଥିଲା। ପ୍ରାଣୀ କଲ୍ୟାଣ ବୋର୍ଡ ଓ ପ୍ରାଣୀ ଅଧିକାର ସଂଗଠନର ବିରୋଧ ଯୋଗୁଁ ଏହି କ୍ରୀଡାକୁ ନିଷିଦ୍ଧ କରାଯାଇଥିଲା। ତେବେ ୨୦୧୬ରେ ତାମିଲନାଡୁ ସରକାର ଅଧ୍ୟାଦେଶ ବଳରେ ଏହାକୁ ଅନୁମତି ପ୍ରଦାନ କରିଥିଲେ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories